• ବେତାର ବ୍ୟୁରୋ

ଦେଖନ୍ତୁ : ଭୁବନେଶ୍ୱରକୁ କେମିତି ନଚେଇଲେ ନେହା,ରନ୍ଧାୱା


ରବିବାର ସନ୍ଧ୍ୟାରେ ଥିଲା ଭୁବନେଶ୍ୱର ହେଇଥିଲା ରଙ୍ଗୀନ ରାତିର ସହର । ଜୟଦେବ ବିହାର ଛକ ନିକଟସ୍ଥ ଜନତା ମଇଦାନରେ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା ଙ୍କ ପ୍ରସିଦ୍ଧ ଗୀତ “ଗୁଡି ଲାହୋର ଦି” ପଞ୍ଜାବୀ ଗୀତ ଛନ୍ଦରେ ପଡିଆଟି ଉଠୁଥିବା ଓ ପଡୁଥିବା ବେଳେ, ବରମୁଣ୍ଡା ପଡିଆରେ ନେହା କକ୍କରଙ୍କ “ରସକେ କମର” ଗୀତର ଯାଦୁ ସମସ୍ତ ଶ୍ରୋତା ମାନଙ୍କୁ ବାନ୍ଧି ରଖିଥିଲା । ଏକ ଲାଲ ରଙ୍ଗର ପଲାଜୋ, ଏକ ପ୍ରିଣ୍ଟେଡ ଅଫ-ସୋଲଜର ଟପ ସହିତ ସର୍ବଦା ହସାହସ ମୁହଁ ରଖୁଥିବା ନେହା ବହୁତ ଆକର୍ଷଣୀୟ ଦିଶୁଥିଲେ । ସେହିପରି ସୁନ୍ଦର ଓ ଚମତ୍କାର କେଶସଜ୍ଜା ସହିତ ଏକ ଆକର୍ଷଣୀୟ ଟି-ସାର୍ଟ ଏବଂ ଗାଢ ରଙ୍ଗର ଥ୍ରୀ-କ୍ଵାର୍ଟର ପ୍ୟାଣ୍ଟରେ ଗୁରୁ ରନ୍ଧାୱା ଅତ୍ୟନ୍ତ ହାଣ୍ଡସମ ଦିଶୁଥିଲେ ।

ବଲିବୁମ ନାଇଟ

ରବିବାର ସନ୍ଧ୍ୟାର ଏହି କାର୍ଯ୍ୟକ୍ରମ ଦେଶବିଦେଶରେ ଲାଇଭ ମ୍ୟୁଜିକ କନସର୍ଟ କରୁଥିବା ସଂସ୍ଥା ବଲିବୁମ ତରଫରୁ କରାଯାଇଥିଲା । ଜନତା ମଇଦାନରେ ହେଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରର ଅନେକ ପଞ୍ଜାବୀ , ଶିଖ ସଂପ୍ରଦାୟର ଲୋକମାନେ ଦେଖିବାକୁ ଯାଇଥିବା ବେଳେ ବହୁସଙ୍ଖ୍ୟାରେ ଅଣ-ପଞ୍ଜାବୀ ଯୁବକ ଯୁବତୀମାନେ ଯାଇଥିଲେ । ରନ୍ଧାୱାଙ୍କ ପ୍ରତି ଗୀତର ତାଳେତାଳେ ସେମାନେ ନାଚୁଥିବାର ଦେଖା ଯାଇଥିଲା ।  ଏହି ସନ୍ଧ୍ୟାରେ ଗୁରୁ ରନ୍ଧାୱା ‘ଲାହୋର’, ‘ହାଇ ରେଟେଡ ଗବରୁ’, ‘ବନ ଜା ତୁ ମେରି ରାନୀ’, ‘ସୁଟ ସୁଟ କରଦା’ ଏବଂ ‘ପଟୋଲା’ ପରି ହିଟ ଗୀତ ଗାଇଥିଲେ ।

ଲାବଣ୍ୟ ସନ୍ଧ୍ୟା

ଲାବଣ୍ୟ ଜୁଏଲର ପକ୍ଷରୁ ଆୟୋଜିତ ‘ନେହା କକ୍କର ଲାଇଭ୍‌ ଇନ୍‌ କନ୍‌ସର୍ଟ’ କାର୍ଯ୍ୟକ୍ରମ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବିଭୋର କରିରଖିଥିଲା । ନେହା ଗୀତ ଗାଇବା ବେଳେ ଉତ୍ସାହୀ ଦର୍ଶକଙ୍କୁ ନାଚିିବା ପାଇଁ ମଞ୍ଚ ପାଖକୁ ଡାକିବା କ୍ଷଣି ମଞ୍ଚ ସାମ୍ନାରେ ଯୁବପିଢ଼ିଙ୍କ ଭିଡ଼ ଲାଗିଥିଲା। ନେହା କକ୍କରଙ୍କୁ ଲାଇଭ୍‌ ଶୁଣିବାର ନିଆରା ଅବକାଶ ସୃଷ୍ଟି ହୋଇଥିବା ବେଳେ ନେହା ତାଙ୍କର ବଛାବଛା ଗୀତ ଗାଇ ଦର୍ଶକଙ୍କର ଖୁବ୍‌ ମନୋରଂଜନ କରିଥିଲେ।ଲାଲାଲା.., ବଦ୍ରିକି ଦୁଲ୍‌ହନିୟା.., କାଲା ଚଷ୍‌ମା.., ତିର୍‌ ଐସା ଲଗା ଦର୍ଦ ଐସା ଜଗା.., ହର୍‌ ଘଡ଼ି ହର୍‌ ଲମ୍‌ହା..,କୋକାକୋଲା ତୁ, ଆଶିକ୍‌ ବନାୟା ଆପ୍‌ନେ.., ମହବତ ନଶା ହୈ.., ଛୋଟେଛୋଟେ ପେଗ୍‌.., ଓ ହମ୍‌ସଫର୍‌..,ମିଲେ ହୋ ତୁମ୍‌ ହମ୍‌କୋ.., ମାହି ବେ.., ମୈ ତେରା ବୟଫ୍ରେଣ୍ଡ୍‌ ଗୀତ ଗାଇ ପ୍ରତିଟି ଶ୍ରୋତାଙ୍କୁ ମତୁଆଲା କରିଥିଲେ।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon