• padmabati kund

ପତଞ୍ଜଳି ସିମ ସହିତ ଟ.5 ଲକ୍ଷର ବୀମା ମାଗଣା


ଯୋଗଗୁରୁ ରୁ ବିଜିନେସଗୁରୁ ସାଜିଥିବା ରାମଦେବଙ୍କ “ପତଞ୍ଜଳି” ସଂସ୍ଥା ଏବେ ଟେଲିକମ ଦୁନିଆରେ ପାଦ ଦେବାକୁ ଯାଉଛି।ପତଞ୍ଜଳି ଓ ଭାରତ ସଂଚାର ନିଗମ ଲିମିଟେଡ (BSNL) ଉଭୟ ମିଶି ଲଞ୍ଚ କରିବାକୁ ଯାଉଛନ୍ତି ଏକ ସିମ ଯାହାର ନାମ ରହିଛି “ସ୍ଵଦେଶୀ ସମୃଦ୍ଧି ସିମ କାର୍ଡ”। ଏହି ସିମରେ ଅସିମୀତ କଲ,ଡାଟା ଓ ଏସ.ଏମ.ଏସ ସହିତ ଗ୍ରାହକ ମାନଙ୍କ ପାଇଁ ରହିଛି ଟ.2.5 ଲକ୍ଷର ସ୍ଵାସ୍ଥ୍ୟବୀମା ଓ ଟ.5 ଲକ୍ଷର ମାଗଣା ଜୀବନବୀମା।

ପତଞ୍ଜଳିର ଏହି ଖାସ ସିମରେ ଗ୍ରାହକ ମାନଙ୍କୁ ମାତ୍ର ଟ.144 ର ରିଚାର୍ଜ କରିବାକୁ ପଡିବ। ଯେଉଁଥିରେ ରହିଛି ଅସୀମିତ କଲିଙ୍ଗର ସୁବିଧା ସହିତ 2ଜିବି ଡାଟା ଓ 100 ଏସ.ଏମ.ଏସ। ଏହି ସିମ ନମ୍ବର ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ପତଞ୍ଜଳି ପ୍ରଡ଼କ୍ଟ ଉପରେ 10 ପ୍ରତିଶତ ଡିଶକାଉଣ୍ଟ ମଧ୍ୟ ମିଳିବ।ଏଥି ସହିତ ଏହାକୁ ବ୍ୟବହାର କରିବା ଗ୍ରାହକ ମାନଙ୍କ ପାଇଁ ରହିଛି ଟ.2.5 ଲକ୍ଷର ସ୍ୱାସ୍ଥ୍ୟବୀମା ଓ ଟ.5 ଲକ୍ଷର ଜୀବନବୀମା ମାଗଣା।

ବାବା ରାମଦେବ ଏକ ବିଶେଷ ଅବସରରେ ଏହି ସିମକୁ ଲଞ୍ଚ କରିଛନ୍ତି। ବାବା ରାମଦେବଙ୍କ କହିବା ଅନୁସାରେ,” ବି.ଏସ.ଏନ.ଏଲ ମଧ୍ୟ ଏକ ସ୍ଵଦେଶୀ ନେଟୱାର୍କ ଅଟେ। ପତଞ୍ଜଳି ଓ ବି.ଏସ.ଏନ.ଏଲ ର ଲକ୍ଷ ହେଉଛି ଦେଶ ସେବା କରିବା। ଆମ ନେଟୱାର୍କ ଗ୍ରାହକ ମାନଙ୍କୁ ସବୁଠାରୁ ଶସ୍ତାରେ କଲ୍, ଡାଟାପ୍ୟାକ,ଏସ.ଏମ.ଏସ ସହିତ ସ୍ୱାସ୍ଥ୍ୟବୀମା ଓ ଜୀବନବୀମା ମଧ୍ୟ ଯୋଗାଇବ ।ଭାରତରେ 5ଲକ୍ଷରୁ ଅଧିକ ବି.ଏସ.ଏନ.ଏଲର କାଉଣ୍ଟର ଅଛି ଓ ସାଧାରଣ ଲୋକମାନେ ବହୁତ ଜଲଦି ସେଠାରୁ ଏହି ସିମ ପାଇପାରିବେ।“

ପତଞ୍ଜଳି କର୍ମଚାରୀ

ଆରମ୍ଭରେ ଏହି ସିମ କେବଳ ପତଞ୍ଜଳିର କର୍ମଚାରୀ ମାନଙ୍କୁ ଦିଆଯିବ ଓ ପରେ ଅନ୍ୟ ଗ୍ରାହକ ମାନଙ୍କ ପାଇଁ ଲଞ୍ଚ କରାଯିବ। ବି.ଏସ.ଏନ.ଏଲର ମୁଖ୍ୟ ଜେନେରାଲ ମ୍ୟାନେଜର,ସୁନୀଲ ଗର୍ଗ କହିଛନ୍ତି ଯେ,”ପତଞ୍ଜଳିର କର୍ମଚାରୀମାନେ ନିଜର ପ୍ରମାଣପତ୍ର ଦେଖାଇ ଓ କିଛି ପ୍ରମାଣପତ୍ର ଦାଖଲପରେ ଏହି ସିମ ପାଇପାରିବେ।“

ପତଞ୍ଜଳି ନିଜ ଆୟୁର୍ବେଦିକ ପ୍ରଡ଼କ୍ଟରେ ଅଧିକରୁ ଅଧିକ ଲାଭ କରିଚାଲିଥିବା ବେଳେ ଟେଲିକମ କ୍ଷେତ୍ରରେ ଏହାର ଆକର୍ଷଣୀୟ ଓ ମନଲୋଭା ଅଫରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

#mobile #network

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon