• padmabati kund

ପରଦା ଉପରେ 'ବିଜୟ ମାଲ୍ୟା' ହେବେ ଗୋବିନ୍ଦା


ଗୋବିନ୍ଦାଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଖୁସି ଖବର। ସେଣ୍ଟ୍ରାଲ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ପହଲାଜ ନିହଲାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଥିବା ଫିଲ୍ମ “ରଙ୍ଗିଲା ରାଜା”ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ଗୋବିନ୍ଦାଙ୍କୁ। ଗୋବିନ୍ଦା ଏଥିରେ ବିଜୟ ମାଲ୍ୟାଙ୍କ ଚରିତ୍ରରେ ଅଭିନୟ କରିବେ।

ବିଜୟ ମାଲ୍ୟାଙ୍କ ଉପରେ ଆଧାରିତ ଏହି ଫିଲ୍ମରେ “କିଙ୍ଗସ ଅଫ ଗୁଡ ଟାଇମ୍ସ” ଉପରେ ଯେତିକି ଗୁରୁତ୍ଵ ଦିଆଯାଇନାହିଁ,ତା ଠାରୁ ଅଧିକ ଗୁରୁତ୍ଵ ଦିଆଯାଇଛି ଭାରତରେ ମାଲ୍ୟା କରିଥିବା ଅର୍ଥନୈତିକ ଅପରାଧ ଉପରେ। ବ୍ୟାଙ୍କରୁ ଋଣ ନେଇ ଜାଣିଶୁଣି ସୁଝୁନଥିବା ବିଜୟ ମାଲ୍ୟାଙ୍କ ସବୁଠୁ ବଡ ଘୋଟାଲାକୁ ଫିଲ୍ମରେ ଚିତ୍ରିତ କରାଯାଇଛି। ଇତି ମଧ୍ୟରେ ଫିଲ୍ମର ସୁଟିଙ୍ଗ ମଧ୍ୟ ଆରମ୍ଭ ହୋଇଗଲାଣି ଓ ଗତ ସପ୍ତାହରେ ଫିଲ୍ମର ଗୋଟିଏ ଗୀତ ମଧ୍ୟ ସୁଟିଙ୍ଗ ହୋଇସାରିଛି। କିନ୍ତୁ ନିହଲାନୀଙ୍କ ତରଫରୁ ଫିଲ୍ମ ବିଷୟରେ ଅଧିକ କିଛି ସୂଚନା ମିଳିନାହିଁ, କାରଣ ଗୋବିନ୍ଦା ଓ ନିହଲାନୀ ଦର୍ଶକଙ୍କ ମଧ୍ୟରେ ସସପେନ୍ସ ରଖିବା ପାଇଁ ଚାହୁଞ୍ଛନ୍ତି।

ଫିଲ୍ମ ବିଷୟରେ ନିର୍ଦ୍ଦେଶକ ନିହଲାନୀ କହିଛନ୍ତି ଯେ,”ମୁଁ ବିଜୟ ମାଲ୍ୟାଙ୍କ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ କରୁଛି। ଏଥିରେ ଗୋବିନ୍ଦାଙ୍କୁ ମୁଖ୍ୟ ଭୂମିକରେ ଦେଖିବାକୁ ମିଳିବ। ଗୋବିନ୍ଦାଙ୍କ ଏହି ନୂଆ ଅବତାରକୁ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଫିଲ୍ମଟି ସଂପୂର୍ଣ୍ଣ ମନୋରଞ୍ଜନ ଉପରେ ଆଧାରିତ”। ଫିଲ୍ମ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ରିଲିଜ ହେବ ବୋଲି ଆଶା କରାଯାଉଛି।

ଦୀର୍ଘ 35 ବର୍ଷ ପରେ ନିର୍ଦ୍ଦେଶକ ପହଲାଜ ନିହଲାନୀ ଓ ଗୋବିନ୍ଦା ଏକାଠି କାମ କରିବାକୁ ଯାଉଛନ୍ତି । ପୂର୍ବରୁ ଗୋବିନ୍ଦାଙ୍କ ପ୍ରଥମ ଚଳଚିତ୍ର “ଇଲଜାମ”ରେ ଉଭୟ ଏକାଠି କାମ କରିଥିଲେ। ଗୋବିନ୍ଦାଙ୍କ ସହ ପୁଣିଥରେ ଏକାଠି କାମ କରି ନିହଲାନୀ ବହୁତ ଖୁସି ଅଛନ୍ତି ଓ କହିଛନ୍ତି ଯେ,”ଏହା ମତେ ପୁଣି ଥରେ ପୁରୁଣା କଥା ମନେପକାଇଦେଇଛି, ଯେତେବେଳେ ଆମେ ଏକାଠି ଇଲଜାମର ସୁଟିଙ୍ଗ କରୁଥିଲୁ। ଗୋବିନ୍ଦା ଆଗ ଅପେକ୍ଷା ଆହୁରି ଅଧିକ ଫିଟ ଅଛନ୍ତି। “

“ରଙ୍ଗୀଲା ରାଜା”ରେ ଗୋବିନ୍ଦାଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ କିନ୍ତୁ ମୋଟ ଚାରିଟି ଅଲଗା ଅଲଗା ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମ ସହ ଗୋବିନ୍ଦା ବଲିଉଡରେ ନିଜ ଦ୍ଵିତୀୟ ଇନିଙ୍ଗସ ଆରମ୍ଭ କରିବାକୁ ଯାଉଥିବାବେଳେ,ଦର୍ଶକମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

#etertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon