- padmabati kund
ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡିବେ ଥାଇଲାଣ୍ଡ ଦେହଜୀବୀ

ରାଜଧାନୀ ଭୁବନେଶ୍ଵରର ଜନଗହଳିପୁର୍ଣ୍ଣ ଅଞ୍ଚଳ ବାପୁଜୀନଗର ସ୍ଥିତ ଏଚ ଟୁ ଓ (H2O) ସ୍ପା' ରୁ ଉଦ୍ଧାର ହୋଇଥିବା 8ଜଣ ଥାଇଲାଣ୍ଡ ଦେହଜୀବୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡି ଯିବା ପାଇଁ କମିଶନରେଟ ଅଫ ପୋଲିସ ତରଫରୁ ନୋଟିସ ଜାରି କରାଯାଇଛି। ଗତକାଲି ଏହି ନୋଟିସ 48 ଘଣ୍ଟା ପାଇଁ ଦିଆଯାଇଥିଲା,ଯାହାର ଅବଧି ଆଜି ସନ୍ଧ୍ୟାରେ ଶେଷ ହେଉଛି ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ।
ଭୁବନେଶ୍ଵରରେ କିଛି ବର୍ଷ ମଧ୍ୟରେ ବିଦେଶରୁ ଆସୁଥିବା ମହିଳା ମାନଙ୍କର ଦେହବେପାରରେ ସାମିଲ ହେବା ଦିନକୁ ଦିନ ବଢିବାରେ ଲାଗିଛି। ଚଳିତ ମାସ ଗତ 21 ତାରିଖରେ କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗରରେ ଥିବା ଏଚ ଟୁ ଓ ସ୍ପା ରେ କମିଶନରେଟ ପୋଲିସ ତରଫରୁ ଚଢାଉକରାଯାଉଥିଲା। ସ୍ପା ଓ ମସାଜ ପାର୍ଲର ନାମରେ ଏହି ସ୍ପାରେ ଚାଲିଥିଲା ଦେହବେପାର। ଥାଇ ସ୍ପା ଆଳରେ ଥାଇଲାଣ୍ଡ ଯୁବତୀଙ୍କୁ ରଖି କରାଉଥିଲା ଦେହବେପାର।ଏନେଇ ପୋଲିସ ଆଗରେ ବାରମ୍ବାର ଅଭିଯୋଗ କରାଯିବା ପରେ ପୋଲିସ ଉକ୍ତ ପାର୍ଲରରେ ଛାପା ମାରିଥିଲା।
ଉକ୍ତ ଚଢାଉରେ ପୋଲିସ ସେହି ସ୍ପା ରୁ 8ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ 7ଜଣ ଗରାଖଙ୍କୁ ମଧ୍ୟ ଗିରଫ କରିଥିଲା। ସ୍ପା ମଧ୍ୟରୁ ଅନେକ ଆପତ୍ତି ଜଣକ ସାମଗ୍ରୀ ସହିତ ଏକ ରେଜିଷ୍ଟର ମଧ୍ୟ ଜବତ କରଯାଇଥିଲା,ଯେଉଁଥିରେ ବହୁ ବଡ ବଡିଆଙ୍କ ନାମ ଓ ନମ୍ବର ରହିଥିଲା।
ଟୁରିଷ୍ଟ ଭିସାରେ ଆସି ବର୍ଷ ବର୍ଷ ଧରି ଏହି ଥାଇଲାଣ୍ଡ ଯୁବତୀ ମାନେ ଏଠାରେ କୌଣସି କଣ୍ଟ୍ରାକ୍ଟ ନକରି ଅନୈତିକ ଭାବରେ ରୋଜଗାର କରୁଛନ୍ତି। ଯେହେତୁ ସେମାନଙ୍କ ପାଖରେ କୌଣସି କଣ୍ଟ୍ରାକ୍ଟ ନାହିଁ ତେଣୁ ସେମାନେ ଭିସା ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ପ୍ରମାଣ କରିବାକୁ ପୋଲିସ ପାଇଁ କଷ୍ଟକର ହୋଇଛି।
ସ୍ପା ର ମାଲିକ ସଞ୍ଜୟ ରାଣା ପୋଲିସକୁ ଦେଇଥିବା ମନ୍ତବ୍ୟରେ କହିଛି ଯେ,”ଥାଇଲାଣ୍ଡରୁ ଆସୁଥିବା ଦେହଜୀବୀ ମାନେ ସାଧାରଣତଃ ଅନ୍ୟ ଦେଶର ଦେହଜୀବୀଙ୍କ ଅପେକ୍ଷା କମ ପଇସା ନେଇଥାନ୍ତି,ମାସକୁ 3ଲକ୍ଷ ଟଙ୍କା ଘରଭଡା ବ୍ୟତୀତ 2ଲକ୍ଷ ଟଙ୍କା ଲାଭ କରେ। “ ଏହି 8ଜଣ ଥାଇଲାଣ୍ଡ ଦେହଜୀବୀଙ୍କ ବିଷୟରେ ଦିଲ୍ଲୀରେ ଥିବା ଥାଇଲାଣ୍ଡ ରାଷ୍ଟଦୂତଙ୍କୁ ଖବର ପଠା ଯାଇଛି।
ଥାଇଲାଣ୍ଡ ଦେହଜୀବୀଙ୍କୁ ନେଇ ଭୁବନେଶ୍ଵରରେ ଏହା ଦ୍ଵିତୀୟ ଘଟଣା। ଗତ ବର୍ଷ ନଭେମ୍ବର 17 ତାରିଖରେ ଖାରବେଳନଗରର ଏକ ସ୍ପା ରୁ 3ଜଣ ଥାଇଲାଣ୍ଡ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା।