• Somyadeep Prasad

ସିଟି, ବିଇଡି ପାଇଁ ହେବ ଅନଲାଇନ ଏଣ୍ଟ୍ରାନ୍ସ


ଚଳିତବର୍ଷ ଶିକ୍ଷକ ପଦବୀ ନିମନ୍ତେ ଉଦ୍ଧିଷ୍ଟ ପାଠ୍ୟକ୍ରମ ଯଥା ଡିପ୍ଲୋମା ଇନ ଏଲିମେଣ୍ଟରୀ ଏଜୁକେଶନ (ଡିଏଲଇଡି/ସିଟି),ବିଇଡି, ପିଏଚଡି ଏବଂ ଏମଫିଲ ପ୍ରବେଶିକ ପରୀକ୍ଷା (ଏଣ୍ଟ୍ରାନ୍ସ) ଅନଲାଇନରେ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଏ ନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା କେନ୍ଦ୍ର ଓ ପ୍ରଶିକ୍ଷଣ ପରିଷଦ (SCERT) ପକ୍ଷରୁ ପ୍ରବେଶିକା ପରୀକ୍ଷା ଲାଗି ଦରଖାସ୍ତ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶାନାମା ଅନୁସାରେ ଛାତ୍ରଛାତ୍ରୀମାନେ ଜୁନ 20 ସୁଦ୍ଧା`ଅନଲାଇନରେ ନାମ ପଞ୍ଜୀକରଣ ଓ ଅନଲାଇନ ଫି ଦାଖଲ କରିପାରିବେ । ଯେଉଁମାନେ ଅନଲାଇନରେ ଫି’ ଦାଖଲ କରି ନ ପାରିବେ ସେମାନେ ଜୁନ ୨୨ ଭିତରେ ନିର୍ଦ୍ଧାରିତ ବ୍ୟାଙ୍କ ଶାଖାକୁ ଯାଇ ଫି’ ପଇଠ କରିପାରିବେ ।

ଫର୍ମ ପୂରଣ ପରେ ଛାତ୍ରଛାତ୍ରୀଙ୍କ ପାଇଁ ଏସଏମଏସ ଏବଂ ଇ-ମେଲ ଜରିଆରେ ପରୀକ୍ଷା ପାଇଁ ସ୍ଥାନ, ତାରିଖ ,ଠିକଣା ସୂଚନା ଇତ୍ୟାଦି ପ୍ରଦାନ କରାଯିବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ପାଇଁ ମକ୍-ଟେଷ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ଶିକ୍ଷକ ତାଲିମ ନିମନ୍ତେ ଇଛୁକ ଛାତ୍ରଛାତ୍ରୀମାନଙ୍କୁ ଫର୍ମ ପୂରଣ ପୂର୍ବରୁ ସୂଚନା ପୁସ୍ତିକା ଭଲ ଭାବରେ ପଢିବା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା କେନ୍ଦ୍ର ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅତି ସହଜରେ ନିଜେ ନିଜର ନାମାଙ୍କନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା

  • ଡିଏଲଇଡି(ସିଟି) କୋର୍ସ –ପ୍ରାର୍ଥୀ ଅତି କମରେ ପ୍ଲସ ଟୁ (ଯେକୋଣସି ଷ୍ଟ୍ରିମରେ) ୫୦ପ୍ରତିଶତରୁ ଉର୍ଦ୍ଧ୍ଵ ମାର୍କରେ ପାସ କରିଥିବା ଦରକାର

  • ବିଇଡି/ ବି ଏଚଡି/ ପିଏଚଡି ଏବଂ ଏମଫିଲ କୋର୍ସ ପାଇଁ--ପ୍ଲସ ଥ୍ରୀ ସାଇନ୍ସ ଓ କଳା ଏବଂ ବି ଟେକ (ଗଣିତ/ବିଜ୍ଞାନରେ ୫୦ରୁ ଉର୍ଦ୍ଧ୍ଵ ମାର୍କ ରଖିଥିବା ଦରକାର), ପ୍ଲସ ୩ ହିନ୍ଦୀରେ ସବଜେକ୍ଟ ଥିବା ଦରକାର ।

  • ଏମ ଇଡି କୋର୍ସ ପାଇଁ - ବି.ଇଡି, ବିଏ,ବିଏସି କରିବା ଜରୁରୀ

  • ଏମ ଫିଲ ପାଇଁ ଏମ.ଏ ଏବଂ ଏମ.ଇଡି ଜରୁରୀ

ନିମ୍ନଲିଖିତ’ ୱେବସାଇଟ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ନିଜର ନାମପଞ୍ଜିକରଣ କରିପାରିବ—

www.samsodisha.gov.in www.scertodisha.nic.in ଇମେଲ – scertadmission2016@gmail.com

ଫର୍ମ ପୂରଣ ବାବଦରେ ପଚାରି ବୁଝିବା ପାଇଁ ଟୋଲ ଫ୍ରି ନମ୍ବର 155335/18003456770

#job #education #governmentjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon