- padmabati kund
ଆଇପିଏଲ ବେଟିଙ୍ଗ ମାମଲାରେ ଅରବାଜଙ୍କୁ ପୋଲିସଙ୍କ ଡାକରା

ବଲିଉଡ ଇଣ୍ଡଷ୍ଟ୍ରୀର ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ପରିଚିତ ଅରବାଜ ଖାନଙ୍କୁ ଆଇପିଏଲ ବେଟିଙ୍ଗ ମାମଲାରେ ପଚରାଉଚୁରା କରିବା ପାଇଁ ଡାକରା ଆସିଛି । ଶନିବାର ଅରବାଜଙ୍କୁ ଥାନେ ପୋଲିସ ଷ୍ଟେସନରେ ହଜାର ହେବାକୁ ପଡିବ। ଆଇପିଏଲର 11ତମ ସଂସ୍କରଣରେ ବୁକି ମାଧ୍ୟମରେ ଅରବାଜ ବେଟିଙ୍ଗରେ ପଇସା ଲଗାଇଥିଲେ ବୋଲି ସନ୍ଦେହ କରାଯାଉଛି।
ଗତ ମଙ୍ଗଳବାର ଦିନ ହାଇ ପ୍ରୋଫାଇଲ ବୁକି ଶୋନୁ ଜଲାନକୁ ଥାନେ ପୋଲିସ ଗିରଫ କରିବା ପରେ ଅରବାଜଙ୍କ ନାମ ବାରମ୍ବାର ଏହି ବେଟିଙ୍ଗ କେସରେ ଆଗକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଅରବାଜ ଆଇପିଏଲ ବେଟିଙ୍ଗରେ ଟ.2.8 କୋଟି ବାଜି ଲଗାଇ ହାରିଯାଇଥିଲେ । ଏହାପରେ ବେଟିଙ୍ଗ ଜଗତର ହାଇ ପ୍ରୋଫାଇଲ ବୁକି ଶୋନୁ ଜଲାନଠାରୁ ତାଙ୍କ ପରିବାରକୁ ଭୟଭୀତ କରାଯାଉଥିଲା।ହେଲେ ଗଣମାଧ୍ୟମଙ୍କୁ ଅରବାଜଙ୍କ ପିତା ସଲିମ ଖାନ କହିଥିଲେ ଯେ ଏ ବିଷୟରେ ତାଙ୍କୁ କିଛିବି ଜଣାନଥିଲା।
ମେ ମାସ 16 ତାରିଖରେ ଥାନେ କ୍ରାଇମବ୍ରାଞ୍ଚ ତରଫରୁ ଡୋମ୍ବିବଲିର ଏକ ବିଲଡିଙ୍ଗରେ ଚଢାଉ କରଯାଇଥିଲା। ସେଠାରେ ଆଇପିଏଲ ବେଟିଙ୍ଗ କରାଯାଉଥିଲା ଓ 3ଜଣଙ୍କୁ ଗିରଫ କରଯାଇଥିଲା।
ଦାଉଦ ଲିଙ୍କ
ଆଣ୍ଟି ଏକ୍ସୋର୍ଟନ ସେଲର ସିନିୟର ଇନିସିପେକ୍ଟର କହିଛନ୍ତି ଯେ,”ଶୋନୁ ଜଲାନକୁ ଆଇପିଏଲ ବେଟିଙ୍ଗ ପାଇଁ ଗିରଫ କରାଯାଇଛି। କିନ୍ତୁ ଅଣ୍ଡରୱାର୍ଲ୍ଡ ଡନ ଦାଉଦି ଇବ୍ରାହିମ ସହ ଏହାର କଣ ସମ୍ପର୍କ ଅଛି ଏବିଷୟରେ ଅଧିକ ଯାଞ୍ଚ କରାଯିବ। କାରଣ ଜଲାନ କିଛିଦିନ ପୂର୍ବରୁ ଦୁବାଇରୁ ଦାଉଦିର ଲୋକ ସହ ଦେଖାକରି ଫେରିଛି।“
ମୁମ୍ବାଇର ବହୁ ବଡ ବଡ ବିଜିନେସମ୍ୟାନଙ୍କ ସହ ମିଶି ଜଲାନ ଏହି ବେଟିଙ୍ଗ କାମ କରୁଥିଲା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ବେଟିଙ୍ଗରୁ ଆଦାୟ ହେଉଥିବା ବହୁ ମାତ୍ରାରେ ଧନ କରାଚିକୁ ପଠାଇଦିଆଯାଉଥିଲା। ଜଲାନ ଚଲାଉଥିବା ଏହି ବେଟିଙ୍ଗ ରାକେଟରେ ସାଉଥ ଆଫ୍ରିକାର ବହୁତ ଗ୍ରାହକ ଅଛନ୍ତି ବୋଲି ଜଣା ପଡିଛି। ଜଲାନର ମୁମ୍ବାଇରେ ବହୁତ ବଡ ବଡ ଫ୍ଲାଟ ମଧ୍ୟ ରହିଛି। କିନ୍ତୁ ବର୍ତ୍ତମାନ ଯାଏ ଏହି ଅପରାଧରେ ଅରବାଜଙ୍କ ହାତ ଅଛିକି ନାହି ଜଣାପଡିନାହିଁ। ଶନିବାର ଦିନ ପୋଲିସ ଆଗରେ ହାଜର ହେଲା ପରେ ଏଥିରୁ ପରଦା ଉଠିବ।