• ବେତାର ବ୍ୟୁରୋ

ଦୈନିକ ରାଶିଫଳ: ଜାଣନ୍ତୁ କେଉଁ ରାଶିର ରହିଛି ମନୋରଞ୍ଜନ ଯୋଗ


ମେଷ: ଇଚ୍ଛାଶକ୍ତିର ଅଭାବ ଆପଣଙ୍କ ପାଇଁ ଦୁଃଖର କାରଣ ହୋଇପାରେ। ଅଚାନକ ଅର୍ଥର ଆଗମନ ହୋଇପାରେ। ଦିନର ଶେଷ ଭାଗରେ ସାରା ପରିବାର ପାଇଁ ଖୁସି ଖବର ମିଳିପାରେ। ସମ୍ପର୍କରେ ଫାଟ ସୃଷ୍ଟି ନହେବା ପାଇଁ ଅଧିକ ସମୟରେ ଚୁପ ରହିବା ଭଲ। ପ୍ରତିକାର ସ୍ୱରୂପ ରୂପା ବଳା ପିନ୍ଧନ୍ତୁ।

ବୃଷ: ଘରେ ଓ ଅଫିସରେ କାମର ଚାପ ଆପଣଙ୍କୁ କ୍ରୋଧିତ କରିପାରେ।ପ୍ରିୟଲୋକମାନେ ଆପଣଙ୍କର ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଏପରି କିଛି କାମ କରନ୍ତୁ ନାହିଁ ଯାହାପାଇଁ ଆପଣଙ୍କୁ ପରେ ପଛରେ ଅନୁତାପ କରିବାକୁ ପଡିପାରେ। ଗୁରୁତ୍ୱପୂର୍ଣ୍ଣ ମାମଲା ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ଅଧିକ ଚାପଗ୍ରସ୍ତ ହୋଇଯିବେ। ବ୍ୟୟ ଉପରେ ଧ୍ୟାନ ଦିଅନ୍ତୁ। ଅଯଥାରେ ପରିବାର ମଧ୍ୟରେ ଯୁକ୍ତିତର୍କ କରନ୍ତୁ ନହିଁ। ଗୁରୁଜନ ମାନଙ୍କ ପରାମର୍ଶ ଶୁଣନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ। ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ସ୍ନାନ କଲାବେଳେ ଜଳରେ ହଳଦୀ ଓ କ୍ଷୀର ମିଶାଇ ସ୍ନାନ କରନ୍ତୁ।

କର୍କଟ: ବନ୍ଧୁମାନଙ୍କ ଗହଣରେ ଉଚ୍ଚ ପ୍ରସଂଶିତ ହେବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବହୁତ ଭଲରେ କଟିବ। ଦୁରସ୍ଥାନକୁ ଯାତ୍ରାର ସମ୍ଭାବନା ରହିଛି। ଅଫିସରେ କାର୍ଯ୍ୟର ଭାର ବଢିପାରେ। ଶରୀର ସୁସ୍ଥ ରହିବ। ଆର୍ଥିକ ସମସ୍ୟା ଲାଗିରହିବ। ପ୍ରତିକାର ସ୍ୱରୂପ ହାତରେ ରୂପାର ବଳା ପିନ୍ଧନ୍ତୁ ।

ସିଂହ: ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ ରହିବ।ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ। ଅଧିକ ଲାଭଫଳ ପାଇଁ ଛୋଟ ଝିଅକୁ ନାଲିଚୁଡି ଓ ବସ୍ତ୍ର ଦାନ କରନ୍ତୁ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ ଓ ଉଚିତ ଫଳ ମଧ୍ୟ ପାଇବେ। ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାମଣା ଠିକରହିବ। ପରିବାର ମଧ୍ୟରେ କିଛି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବହୁତ ଭଲ ରହିଛି।

ତୁଳା: ଦିନଟି ଆପଣଙ୍କୁ ଶୁଭଫଳ ଦେବ। ପ୍ରେମ ସମ୍ପର୍କରେ ଅଧିକ ଗଭୀରତା ଆସିବ। କିନ୍ତୁ ଆପଣଙ୍କ ସହ ରହୁଥିବା ଲୋକ ହୁଏତ ଆପଣଙ୍କ ଉପରେ ଅଶାନ୍ତି ହୋଇପାରନ୍ତି। ଅନ୍ୟମାନେ ଆପଣଙ୍କ ପାଇଁ କଣ ଭାବୁଛନ୍ତି ଖାତିର ନକରି ଆପଣ ଆଗକୁ ବଢିଚାଳିବେ।

ବିଛା: ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ,କି ମାଦକ ପାନୀୟ ମଧ୍ୟ ପିଅନ୍ତୁ ନାହିଁ। ସନ୍ଧ୍ୟାରେ ଗୃହକୁ ଅତିଥି ଆଗମନ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଦିନଟି ବହୁତ ଭଲ ରହିବ। ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ରହିବ।

ଧନୁ: ଦିନଟି ବହୁତ ଆରାମରେ କାଟିବ। ଅଧିକ ଭଲ ପାଉଥିବା ଲୋକସହିତ ଭଲ ବ୍ୟବହାର କରିବାକୁ ପଡିବ। ଅଚାନକ ଦୂର ସ୍ଥାନକୁ ଯାତ୍ରାର ସୁଯୋଗ ରହିଛି। ଏହାଦ୍ୱାରା କ୍ଳାନ୍ତ ମଧ୍ୟ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରନ୍ତୁ।

ମକର: ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ମନ ପ୍ରଫୁଲ ରହିବ। ପାରିବାରିକ ଅବୁଝାମଣାକୁ ନିଜ ନିଜ ଭିତରେ ସମାଧାନ କରନ୍ତୁ। ଆପଣ ଯାହା ଚାହୁଞ୍ଛନ୍ତି ହୁଏତ ସେମିତି ନହୋଇପାରେ କିନ୍ତୁ ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ମନୋରଞ୍ଜନ ପାଇଁ ଅଧିକ ବ୍ୟୟ କରିବେ। ସମୟକୁ ଅପେକ୍ଷା ନକରି ସୁଯୋଗ ନିଜେ ଖୋଜନ୍ତୁ। ବୈବାହିକ ଜୀବନରେ ସାମାନ୍ୟ କଳହ ଦେଖାଯାଇପାରେ।

ମୀନ: ପଛ କଥାକୁ ମନେପକାଇ ମନ ବିଚଳିତ ରହିବ। ଯୋଗ ଓ ଧ୍ୟାନ କରନ୍ତୁ। ପରିବାର ସହ ସମୟ ବିତାନ୍ତୁ। ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ପ୍ରସଂଶିତ ହେବେ। ବୈବାହିକ ଜୀବନ ବହୁତ ଭଲରେ କାଟିବ।

#astrology #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon