• padmabati kund

ଦେଖନ୍ତୁ:ପତଳା କେଶ ପାଇଁ ହେୟାର ଷ୍ଟାଇଲ


ଚୁଟି ଝଡିବା କିମ୍ବା ପତଳା ଚୁଟି କେବଳ ମହିଳା ମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇନଥାଏ, ପୁରୁଷମାନେ ମଧ୍ୟ ଏହା ପାଇଁ ସମାନ ଭାବରେ ଚିନ୍ତିତ ହୋଇଥାନ୍ତି। ବୟସ ବଢିବା ସହିତ ପୁରୁଷମାନଙ୍କ ମୁଣ୍ଡରୁ କେଶ ଝଡିବାକୁ ଲାଗିଥାଏ। ଚୁଟି ପତଳା ହେବା ସହିତ ଆପଣଙ୍କୁ ଚୁଟି କୁଣ୍ଡାଇବା ଶୈଳୀ (ହେୟାର ଷ୍ଟାଇଲ)ରେ ମଧ୍ୟ ଅସୁବିଧା ହୋଇଥାଏ। ଆଗପରି ଏହା ଆଉ ସୁନ୍ଦର ଲାଗିନଥାଏ। କିନ୍ତୁ ପରୁଷ ମାନଙ୍କ ପାଇଁ ମଧ୍ୟ ଏପରି କିଛି ସୁନ୍ଦର ହେୟାର ଷ୍ଟାଇଲ ରହିଛି ଯେଉଁଥିରେ ଆପଣ ପତଳା ଚୁଟିରେ ମଧ୍ୟ ସୁନ୍ଦର ଦେଖାଯାଇପାରିବେ।

୧.ବଜ୍ କଟ

ପତଳା ଚୁଟିରେ ପୁରୁଷ ମାନଙ୍କ ପାଇଁ ବଜ୍ କଟ ହେଉଛି ସବୁଠୁ ଭଲ ଅପ୍ସନ। ଯଦି ଆପଣଙ୍କ ଚୁଟି ପତଳା ରହୁଛି ଓ ଆପଣ ଲମ୍ବା ଚୁଟି ରଖୁଛନ୍ତି ତେବେ ମୁଣ୍ଡରେ ଚନ୍ଦା ଅଂଶ ଅଧିକ ଜଣାପଡିଥାଏ। ଏହି ହେୟାର ଷ୍ଟାଇଲରେ ଆପଣଙ୍କ ଚୁଟି ଛୋଟ ଛୋଟ ହୋଇ କଟାଯାଇଥାଏ ଓ ମୁଣ୍ଡର ଚର୍ମ ମଧ୍ୟ ବାହାରକୁ ଦେଖାଯାଇଥାଏ।ଯାହାକି ଅଧିକ ଚନ୍ଦା ନ ଦେଖାଯାଇ ଆପଣଙ୍କୁ ଏକ ସୁନ୍ଦର ଲୁକ ଦେଇଥାଏ।

୨.କ୍ରିଉ କଟ

ଏହି ହେୟାର ଷ୍ଟାଇଲକୁ ମିଲିଟାରୀ କ୍ରିଉ କଟ ମଧ୍ୟ କୁହାଯାଇଥାଏ। ଏହି ହେୟାର ଷ୍ଟାଇଲ ଦ୍ଵାରା ଆପଣ ପତଳା ଚୁଟିରେ ମଧ୍ୟ ଏକ ଆକର୍ଷଣୀୟ ଲୁକ ପାଇପାରିବେ। ଏହି ହେୟାର ଷ୍ଟାଇଲରେ ଆପଣଙ୍କର ମଥାରେ ମଧ୍ୟଭାଗରୁ ଉଭୟ ଆଡକୁ କାନର ସାମାନ୍ୟତମ ଉପରି ଭାଗ ପର୍ଯ୍ୟନ୍ତ ଅଧିକ ଚୁଟି ରହିଥାଏ ଓ ତଳ ଆଡକୁ ଚୁଟି ସାମାନ୍ୟତମ କମ ରହିଥାଏ।

୩.ମପ ଟପ କଟ

ଯଦି ଆପଣଙ୍କୁ ଛୋଟ ଚୁଟି ପସନ୍ଦ ନୁହେଁ ତେବେ ଏହି ମପ ଟପ ହେୟାର ଷ୍ଟାଇଲ ଆପଣଙ୍କ ପତଳା ଚୁଟିକୁ ଏକ ସୁନ୍ଦର ଲୁକ ଦେଇପାରିବ। ଏହି ମପଟପ କଟିଙ୍ଗରେ ମଥାର ମଧ୍ୟ ଭାଗରେ ଅଧିକ ଲମ୍ବା ଚୁଟି ରହିଥାଏ। ଏହାକୁ ଆପଣ ନିଜ ଇଚ୍ଛା ଅନୁସାରେ କମ କିମ୍ବା ବେଶୀ କରିପାରିବେ। ଚୁଟିକୁ ଆପଣ ସାମ୍ନାଆଡକୁ କିମ୍ବା ପଛଆଡକୁ କୁଣ୍ଡାଇ ଏକ ହ୍ୟାଣ୍ଡସମ ଲୁକ ପାଇପାରିବେ।

ଏହା ବ୍ୟତୀତ ଆପଣ ଚୁଟିକୁ ପତଳା ହେବାରୁ ମଧ୍ୟ ରୋକି ପାରିବେ। ଚୁଟିରେ ଭିଟାମିନର ଅଭାବ ରହିଲେ ଏହି ସମସ୍ୟା ଦେଖାଯାଇଥାଏ ତେଣୁ ଚୁଟିକୁ ସପ୍ତାହକୁ ତିନିରୁ ଚାରିଥର ଶାମ୍ପୋ କରନ୍ତୁ,ଅଧିକ ପାଣି ପିଅନ୍ତୁ,ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ଓ ମସାଜ ମଧ୍ୟ କରନ୍ତୁ।ଏହା ଛଡା ଧୂମ୍ରପାନ,ମଦ୍ୟପାନ ଓ ଓଦା ଚୁଟିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ।

#lifestyle #hair

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon