• Somyadeep Prasad

ଭାରତରେ ଆଗାମୀ ସପ୍ତାହ  ମଧ୍ୟରେ  ହ୍ଵାଟସଅପର ପେମେଣ୍ଟ ସର୍ଭିସ


ଗୁଗଲ, ପେଟିଏମ ଏବଂ ତେଜ ଆପ ପରେ ପରେ ଏବେ ହ୍ଵାଟସଅପ ତାହାର ପେମେଣ୍ଟ ସର୍ଭିସ ଫିଚର ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଏହାକୁ ବ୍ୟବହାର କରୁଥିବା ଲୋକମାନେ ହ୍ଵାଟସଅପ ଜରିଆରେ ପରସ୍ପରକୁ ଟଙ୍କାପଇସା ପଠେଇପାରିବେ । ଭାରତରେ ଏହି ସେବା ଆଗାମୀ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ।

ଏହି ସେବାକୁ ଚଳିତବର୍ଷ ଫେବୃଆରୀ ମାସରୁ ଆଣ୍ଡ୍ରୋଏଡ ଏବଂ ଆପଲ ଫୋନର ଆଇଓଏସର ଅଳ୍ପ କିଛି ବ୍ୟବହାରକାରୀ ଉପରେ ପରୀକ୍ଷା କରାଯାଉଛି । ଏଥିରେ ବ୍ୟବହାରକାରୀମାନେ ନିଜର ହ୍ଵାଟସଆପ ଆକାଉଣ୍ଟରେ “ରିକ୍ୱେଷ୍ଟ ମନି” ନାମକ ଏକ ଫିଚର ମାଧ୍ୟମରେ ପରସ୍ପରକୁ ଟଙ୍କା ପଠେଇପାରିବାର ବ୍ୟବସ୍ଥା ରହିଛି। ଏହି ପରୀକ୍ଷାପରେ ଏଥିରେ ଥିବା ତ୍ରୁଟି ସୁଧାର କରି ଏହାକୁ ଆଗାମୀ ସପ୍ତାହରେ ଭାରତରେ ସମସ୍ତଙ୍କ ପାଇଁ ଲଞ୍ଚ କରାଯିବ ବୋଲି ଜଣାପଡିଛି ।

ହ୍ଵାଟସଅପର ଏହି ପେମେଣ୍ଟ ଦ୍ୱାରା ସିଧାସଳଖ ଭାବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ପଠାଇହେବ । ଭାରତରେ ଏବେ ହ୍ଵାଟସଅପର ମାଲିକାନା ହାସଲ କରିଥିବା ଫେସବୁକ କମ୍ପାନୀ ବିଭିନ୍ନ ବ୍ୟାଙ୍କ ସହ ଭାଗୀଦାରୀ ଆରମ୍ଭ କରିସରିଲାଣି। ସେଗୁଡିକ ହେଲା ଏଚଡ଼ିଏଫସି ବ୍ୟାଙ୍କ , ଆକ୍ସିସ ବ୍ୟାଙ୍କ , ଆଇଆଇସି ବ୍ୟାଙ୍କ ଏବଂ ଏସବିଆଇ ।

ଏହି ଫିଚର ହ୍ଵାଟସଅପରେ ଅପଡେଟ ହେବ ବା ଅନ୍ୟ ଏକ ଆପ ଲଞ୍ଚ ହେବ ସେ ବିଷୟରେ କମ୍ପାନୀ ତରଫରୁ କୌଣସି ତଥ୍ୟ ଦିଆଯାଇ ନାହିଁ ।

ଏହି ଫିଚର ଲଞ୍ଚ ହେଲା ପରେ କେମିତି କରିବେ ଏହାର ବ୍ୟବହାର : · ଏହାକୁ ପେମେଣ୍ଟ କରିବାକୁ ହେଲେ ଆପ ସେଟିଙ୍ଗକୁ ଯାଇ ଯେଉଁଠି ଆପଣଙ୍କୁ ଆଡ୍ଡ ଆକାଉଣ୍ଟ ମିଳିବ, ତାହାକୁ ଆପଣ କ୍ଲିକ କରନ୍ତୁ । · ଏହାପରେ ଆପଣ ବ୍ୟାଙ୍କର ଲିଷ୍ଟ ପାଇବେ ଓ ସେଥିମଧ୍ୟରୁ ଆପଣ ବ୍ୟାଙ୍କର ଚୟନ କରିବେ ଯେଉଁଥିରେ ଆପଣଙ୍କର ଆକାଉଣ୍ଟ ଥିବ । · ଆପଣ ମନେ ରଖିବା ଜରୁରୀ ଯେ ଆପଣଙ୍କ ମୋବାଇଲ ସହ ବ୍ୟାଙ୍କ ଆକାଉଣ୍ଟର ଲିଙ୍କ ଅଛି କି ନାହି । ଯଦି ଲିଙ୍କ ଅଛି ତାହେଲେ ଏହାପରେ ଆପଣଙ୍କ ଆକାଉଣ୍ଟ ହ୍ଵାଟସଅପରେ ଆପେଆପେ ଲିଙ୍କ ହୋଇଯିବ । .

#mobile #app

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon