• Somyadeep Prasad

ଯୁକ୍ତଦୁଇ ଇ-ନାମଲେଖା ପାଇଁ ଜରୁରୀ ତାରିଖ


ଚଳିତବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ନାମଲେଖା କାର୍ଯ୍ୟକ୍ରମ ଜୁନ ମାସ ପହିଲାରୁ ଆରମ୍ଭ ହେଇ ସାରିଛି । ଏବେର ନିୟମ ଅନୁସାରେ ଜଣେ ଛାତ୍ର ବା ଛାତ୍ରୀ ସର୍ବାଧିକ 10 କଲେଜ ପାଇଁ ଆବେଦନ କରିପାରିବେ।

ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ଓଡିଶାରେ ଥିବା ସମସ୍ତ ଜୁନିୟର କଲେଜ ଏବଂ ହାୟର ସେକେଣ୍ଡାରୀ ସ୍କୁଲରେ କଳା,ବାଣିଜ୍ୟ ଏବଂ ବିଜ୍ଞାନରେ ନାମଲେଖା ପାଇଁ ଆସନ୍ତା ଜୁନ17 ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଫର୍ମ ଆବେଦନ କରିପାରିବେ।

ଆବେଦନ କରିବା ପାଇଁ ପ୍ରାର୍ଥୀ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଅନଲାଇନରେ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟରେ ଆବେଦନ କରିପାରିବେ ଓ କଟ ଅଫ ତାଲିକା ମଧ୍ୟ ଉକ୍ତ ୱେବସାଇଟରେ ଉପଲବ୍ଧ ହେବ।

ପ୍ରଥମ କଟଅଫ ଲିଷ୍ଟ ଜୁନ23 ତାରିଖରେ ପ୍ରକାଶ ପାଇବ ଓ ଜୁନ 25 ତାରିଖରେ ଆଡମିଶନ ଆରମ୍ଭ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଟ.300 ଫି' ରହିଥିବା ବେଳେ ଅନୁସୂଚିତଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଟ.200 ଫି' ରହିଛି।

ଜରୁରୀ ତାରିଖ

ଏହି ଅନଲାଇନ ଆବେଦନ ଜୁନ 1ତାରିଖ ସକାଳ 11ଟାରୁ ଆରମ୍ଭ ହୋଇ ଓ ଜୁନ17 ତାରିଖ ସକାଳ 11.45 ପର୍ଯ୍ୟନ୍ତ ହେବ। ଅନଲାଇନ ସିଏସଏସ ଆବେଦନ ଫର୍ମ ଆବେଦନ ଫି' ଓ ଆବଶ୍ୟକ କାଗଜପତ୍ର କଲେଜରେ ଖୋଲାଯାଇଥିବା ସାମସ ରିସୋର୍ସ ସେଣ୍ଟରରେ ଜୁନ 18 ତାରିଖ (ସନ୍ଧ୍ୟା 5ଟା) ମଧ୍ୟରେ ପଇଠ କରିପାରିବେ।

ପ୍ରଥମ ପର୍ଯ୍ୟାୟ କଟ ଅଫ ଲିଷ୍ଟ ଜୁନ23 ତାରିଖ(ସକାଳ 11ଟା)ରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ଚୟନହୋଇଥିବା ଛାତ୍ରଛାତ୍ରୀମାନେ ଜୁନ 25 ରୁ ଜୁନ 28 ତାରିଖ ମଧ୍ୟରେ ଆଡମିଶନ କରିପାରିବେ ଓ ଏହାର ତାଲିକା 29 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ୱେବସାଇଟରେ ପ୍ରକାଶ ପାଇବ।

ସେହିପରି ଦ୍ଵିତୀୟ ପର୍ଯ୍ୟାୟ କଟ ଅଫ ଲିଷ୍ଟ ଜୁଲାଇ3 ତାରିଖ (ସକାଳ 11ଟା)ମଧ୍ୟରେ ପ୍ରକାଶ ପାଇବ ଓ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ4ରୁ ଜୁଲାଇ6 ମଧ୍ୟରେ ଆଡମିଶନ କରିପାରିବେ।ଏହାର ତାଲିକା ଜୁଲାଇ 7 ତାରିଖ (ସନ୍ଧ୍ୟା 5ଟା) ମଧ୍ୟରେ ପ୍ରକାଶ ପାଇବ।

ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ଜୁଲାଇ13 ତାରିଖରେ ପ୍ରକାଶ ପାଇବ ଓ ଜୁଲାଇ15 ରୁ 17 ତାରିଖରେ ଆଡମିଶନ କରିପାରିବେ। ପ୍ରଥମ ବର୍ଷ ପାଇଁ ଜୁଲାଇ 19 ତାରିଖରୁ କ୍ଳାସ ଆରମ୍ଭ ହେବ।

ଅଧିକ ତଥ୍ୟ ପାଇଁ ଇ-ଆଡମିଶନର ହେଲ୍ପ ଡେସ୍କ ନମ୍ବର 155335 କିମ୍ବା 1800-345-6770ରେ କଲ କରିପାରିବେ।

#education #college

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon