• Somyadeep Prasad

ଚଳିତ ବର୍ଷ ବଢିବ ଇଞ୍ଜିନିୟରିଙ୍ଗ ପଢା ଖର୍ଚ୍ଚ


ଚଳିତ ବର୍ଷ ଇଞ୍ଜିୟରିଙ୍ଗ ସହ ଏମବିଏ, ଏମସିଏ କୋର୍ସରେ ନାମଲେଖା ପାଇଁ ଫିସକୁ ବଢାଇ ଦିଆଯାଇଛି । ଫଳରେ 2018-2019 ଶିକ୍ଷାବର୍ଷରେ ଏହି ସବୁ ବିଷୟ ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ ପୂର୍ବବର୍ଷ ତୁଳନାରେ 5 ରୁ 30 ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଫି’ (ବିଭିନ୍ନ କଲେଜ ଓ କୋର୍ସ ଅନୁସାରେ) ଦେବାକୁ ପଢିବ।

ଓଡିଶା ଏବେ 80ରୁ ଅଧିକ ଘରୋଇ କଲେଜ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି । ସେଥିରୁ ମାତ୍ର ହାତଗଣତି କେତୋଟି କଲେଜକୁ ଛାଡିଦେଲେ ଅଧିକାଂଶ କଲେଜରେ 40 ପ୍ରତିଶତରୁ ଅଧିକ ସିଟ ଖାଲିପଡୁଛି । ତେବେ ଅସଲ କଥା ହେଲା ଯେଉଁ କଲେଜରେ ଇଞ୍ଜିନିୟରିଙ୍ଗ ବା ଏମବିଏ ଇତ୍ୟାଦି ପଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ରହିଛି, ସେହି କଲେଜ କର୍ତ୍ତୃପକ୍ଷମାନେ ଅଧିକରୁ ଅଧିକ ଫି’ ନେଉଛନ୍ତି ।

ତେବେ ଫିସ ବୃଦ୍ଧି ବାବଦରେ ଓଡିଶା ଘରୋଇ ଇଞ୍ଜିନିୟରିଙ୍ଗ କଲେଜ ସଂଘର ନିଜସ୍ଵ ମତ ରହିଛି । ଘରୋଇ ଇଞ୍ଜିନିୟରିଙ୍ଗ କଲେଜ ସଂଘ (ଓପେକୋ)ର ସାଧାରଣ ସଂପାଦକ ବିନୋଦ ଦାଶ କହିଛନ୍ତି, “ପ୍ରତି ତିନି ବର୍ଷରେ ଥରେ ଫି ବୃଦ୍ଧି କରାଯାଏ “। ସେ ଏହା ମଧ୍ୟ କହିଛନ୍ତି ଏଥର କେବଳ 8 ରୁ 10 କଲେଜକୁ ଅନୁମତି ମିଳିଛି ଫି ବୃଦ୍ଧି କରିବା ପାଇଁ ।

କେଉଁ କେଉଁ କଲେଜର ଫି’ ବୃଦ୍ଧି ହେବ ତାହା ବିସ୍ତୃତ ଭାବେ ଜଣାପଡିନାହିଁ ।

ଏମବିଏ, ଏମସିଏ

ଇଞ୍ଜିନିୟରିଙ୍ଗ ପାଠପଢା ଅତି ଖରାପ ଅବସ୍ଥାରେ ଚାଲିଥିବା ବେଳେ ଏମସିଏ ଓ ଏମବିଏର ସ୍ଥିତି ମଧ୍ୟ ସମାନ । ଏଥର ମାତ୍ର 8 ରୁ 10 କଲେଜ ଫି’ ବଢାଇବାକୁ ଅନୁମତି ପାଇଥିବା ବେଳେ ଆଗାମୀ ଶିକ୍ଷାବର୍ଷରେ ଏହା ଆଦାୟ କରାଯିବ । ଏବେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ 2017 ଜୁଲାଇ19ରେ ବସିଥିବା ଫି’ ଷ୍ଟ୍ରକଚର କମିଟିରେ ଯେତିକି ଫି’ ଧାର୍ଯ୍ୟ କରାଯାଇଥିଲା, ତାହାଠାରୁ ସର୍ବାଧିକ 30 ପ୍ରତିଶତ ପର୍ଯ୍ୟନ୍ତ ଏମବିଏ ଓ ଏମସିଏ ପାଠ୍ୟକ୍ରମରେ ଫି’ ବୃଦ୍ଧି କରିପାରିବେ ବୋଲି ।

ଏହି ଫି’ ବୃଦ୍ଧିରେ କର୍ମଚାରୀଙ୍କ କଲ୍ୟାଣ ଖର୍ଚ୍ଚ ବି ରହିବ। ଏମବିଏ ପାଠ୍ୟକର୍ମରେ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ତାଲିମ ପାଇଁ ପୂର୍ବରୁ 9,600ଟଙ୍କା ଦେବାକୁ ପଡୁଥିଲା ଏବେ ଏହା 12 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି ।

#Career #education

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon