• padmabati kund

ସତ ମାନିଲେ ଅରବାଜ : ବେଟିଙ୍ଗ ପାଇଁ ହୋଇଥିଲା ବିବାହ ବିଚ୍ଛେଦ


ଅରବାଜ ଓ ମଲାଇକାଙ୍କ ବିବାହ ବିଚ୍ଛେଦ ଗତ ଦୁଇବର୍ଷ ତଳୁ ହୋଇସାରିଥିଲେ ମଧ୍ୟ, ଏହି ବିବାହ ପଛର ପ୍ରକୃତ କାରଣ ଆଜି ଜଣା ପଡିଛି। ଏନେଇ ବହୁତ କାରଣ ସାମନାକୁ ଆସିଥିଲା, କିନ୍ତୁ ଆଇପିଏଲରେ ବେଟିଙ୍ଗ ଲଗାଇବା ହିଁ ଏହି ବିଚ୍ଛେଦ ପଛର କାରଣ ଥିଲାବୋଲି କହିଛନ୍ତି ଅରବାଜ ଖାନ। ଆଜି ମହାରାଷ୍ଟ୍ରର ଥାନେ ପୋଲିସ ଆଗରେ ଜେରା ବେଳେ ବେଟିଙ୍ଗରେ ତାଙ୍କର ସମ୍ପୃକ୍ତି ଥିବା କଥା ଓ ସେହି କାରଣରୁ ତାଙ୍କର ବିବାହ ବିଚ୍ଛେଦ ହେଇଥିବା କଥା ମାନିଛନ୍ତି ଅରବାଜ ଖାନ।

ବଲିଉଡରେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ ପରିଚିତ ଅରବାଜ ଖାନଙ୍କୁ ଗତ ଶୁକ୍ରବାର ଦିନ ଥାନେ ପୋଲିସ ତରଫରୁ ସମନ ଜାରି କରାଯାଇଥିଲା ଓ ଶନିବାର ପଚରା ଉଚୁରା ପାଇଁ ଡକାଯାଇଥିଲା। ଆଜି ଉଭୟ ଅରବାଜ ଓ ବେଟିଙ୍ଗ ଅଭିଯୋଗରେ ଗିରଫ ହେଇଥିବା ଶୋନୁ ଜଲାନଙ୍କୁ ସାମ୍ନାସାମ୍ନି ବସାଇ ପୋଲିସ ତଦନ୍ତ କରିବା ପରେ ଅରବାଜ ଆଇପିଏଲ ବେଟିଙ୍ଗରେ ବାଜି ଲଗାଇଥିଲେ ବୋଲି ସ୍ଵୀକାର କରିଛନ୍ତି।

ଟେଷ୍ଟ ମ୍ୟାଚ

ଅରବାଜ କହିଛନ୍ତି ଯେ ସେ କେବଳ ଆଇପିଏଲରେ ନୁହେଁ ଟେଷ୍ଟ ମ୍ୟାଚରେ ମଧ୍ୟ ବେଟିଙ୍ଗ ଲଗାଇଥାନ୍ତି। ଗତ 5-6 ବର୍ଷ ହେବ ସେ ଏହି ବେଟିଙ୍ଗ ଲଗାଇ ଆସୁଛନ୍ତି ଏବଂ ଧୀରେ ଧୀରେ ଏହା ତାଙ୍କର ବଦଭ୍ୟାସ ମଧ୍ୟ ହୋଇଯାଇଥିଲା। ଏହି ବଦଭ୍ୟାସ ଯୋଗୁ ଅରବାଜ ଓ ମଲାଇକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଘର ଲୋକଙ୍କ ଦ୍ଵାରା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ଅରବାଜ ଏହି ଅଭ୍ୟାସ ଛାଡିନଥିଲେ, ଯାହାକି ପରେ ଉଭୟଙ୍କୁ ଅଲଗା ହେବା ପାଇଁ ବାଧ୍ୟ କରିଥିଲା।

ଗତ ମଙ୍ଗଳବାର ଦିନ ବେଟିଙ୍ଗର ବଡ ବୁକି ଶୋନୁ ଜଲାନ ଥାନେ ପୋଲିସ ଦ୍ଵାରା ଗିରଫ ହେବା ପରେ ସେ ଅରବାଜଙ୍କ ନାମ ଏହି ବେଟିଙ୍ଗରେ ବାରମ୍ବାର ଯୋଡିଥିଲା। ମିଳିଥିବା ତଥ୍ୟ ଅନୁସାରେ ଆଇପିଏଲ 2017 ରେ ଅରବାଜ ବେଟିଙ୍ଗ ଲଗାଇ ଟ. 2.8 ଲକ୍ଷ ହାରିଯାଇଥିଲେ। ଏହାପରେ ଜଲାନ ତରଫରୁ ତାଙ୍କ ପରିବାରକୁ ମଧ୍ୟ ଭୟଭୀତ କରାଯାଉଥିଲା। ଶୋନୁ ଜଲାନକୁ ସେ ପାଖାପାଖି 6 ବର୍ଷ ହେବ ଜାଣିଛନ୍ତି ବୋଲି କହିଛନ୍ତି ଅରବାଜ ଖାନ।

ଅରବାଜଙ୍କ ଠାରୁ ସତ ଜଣାପଡିବା ପରେ ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ଜଲାନ ଓ ଦାଉଦିଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ମଧ୍ୟ ଅରବାଜଙ୍କ ପାଖରେ ଖବର ଥାଇପାରେ।

#crime #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon