- ବେତାର ବ୍ୟୁରୋ
ରାଶିଫଳ ଜୁନ 3: ଜାଣନ୍ତୁ କାହାର ରହିଛି ଦୂରଯାତ୍ରା ଯୋଗ

ମେଷ: ଜୀବନରେ କିଛି ନୂଆ ମୋଡ ଆସିପାରେ। କେହି ଅଜଣା ବ୍ୟକ୍ତି ଆପଣଙ୍କୁ ସହଯୋଗର ହାତ ବଢାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାମଣା ଠିକ ରହିବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ସନ୍ଧ୍ୟା ସମୟରେ ଶୁଭ ଫଳ ପ୍ରାପ୍ତି ହେବ।
ବୃଷ: ବହୁଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମନ ପ୍ରଫୁଲ୍ଲ ରହିବ। ଚାକିରୀ କ୍ଷେତ୍ରରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନତି ବହବୁତ ଭଲରେ କାଟିବ।
ମିଥୁନ: ଅଯଥାରେ ଯୁକ୍ତିତର୍କ କିମ୍ବା ମାଲିମକୋଦ୍ଦମାରେ ପଶନ୍ତୁ ନାହିଁ, ଅସୁବିଧାର ସମ୍ମୁଖୀନ ହେବେ। କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ଅପରାହ୍ନ ସମୟଟି ଆପଣଙ୍କ ପାଇଁ ଭଲ ରହିବ।ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ।
କର୍କଟ: ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାର ଓ କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବ,କିନ୍ତୁ ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ତ ପରିସ୍ଥିତିକୁ ସାମ୍ନା କରିପାରିବେ।ଆୟରେ ବୃଦ୍ଧି ଘଟିବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବହୁତ ଭଲ କାଟିବ। ନୂତନ ଦ୍ରବ୍ୟ କିଣିପାରନ୍ତି।
ସିଂହ: ବ୍ୟାପାର ବଣିଜରେ ସାମାନ୍ୟ କ୍ଷତି ଭୋଗିବେ। ଧୈର୍ଯ୍ୟର ସହ କାମ କରନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ। ଗୃହ ମଧ୍ୟରେ ଧାର୍ମିକ କାର୍ଯ୍ୟକ୍ରମ କରିବେ। ଦୁରସ୍ଥାନକୁ ଯାତ୍ରାର ଯୋଗ ରହିଛି। ବହୁଦିନ ଧରି ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ହେବ।
କନ୍ୟା: ବନ୍ଧୁ କିମ୍ବା ଭାଇ ଭଉଣୀଙ୍କ ଠାରୁ ଉପହାର ମିଳିପାରେ। ବିଳାସପୂର୍ଣ୍ଣ ଭାବରେ ଦିନଟି କାଟିବେ। ସକାରାତ୍ମକ ଚିନ୍ତାଧାରା ସହିତ ସମସ୍ତ ଜଟିଳ ପରିସ୍ଥିତିକୁ ଅତିକ୍ରମ କରିପାରିବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଯାନବାହାନ ସାବଧାନତାର ସହ ଚଲାନ୍ତୁ।
ତୁଳା: ପରିବାର ସହ କିମ୍ବା କୌଣସି ବିଜିନେସ କାମରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି,ଏହି ଯାତ୍ରା ସଫଳ ରହିବ। ଗୁରୁଜନଙ୍କ ଠାରୁ ଉପଦେଶ ପାଇବେ। ଯାହା ଆପଣଙ୍କୁ କ୍ୟାରିୟର ଗଢିବାରେ ଓ ପାରିବାରିକ ଜୀବନରେ ବହୁତ ସାହାଯ୍ୟ କରିବ।ସନ୍ତାନଙ୍କ ବ୍ୟବହାରରେ ଅତ୍ୟନ୍ତ ଖୁସି ହେବେ।
ବିଛା: ଗୃହକୁ ଅତିଥିଙ୍କ ଆଗମନ ହେବ ଓ ସେମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କଟିବ। ସୁସ୍ଵାଦୁ ଭୋଜନ ଖାଇବେ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରସଂଶିତ ହେବେ। ଆୟ ଓ ବ୍ୟୟ ସମାନ ରହିବ। ଭବିଷ୍ୟତ ପାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।
ଧନୁ: ଦିନଟି ଆପଣଙ୍କ ପାଇଁ ସେତେଟା ଭଲରେ କଟିବ ନାହିଁ। ପ୍ରିୟଜନଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଅଯଥାରେ ଅଧିକ ଖର୍ଚ୍ଚ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଧୈର୍ଯ୍ୟ ରଖନ୍ତୁ। ଦୁରସ୍ଥାନକୁ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀମାନେ ପରିଶ୍ରମ କରନ୍ତୁ।
ମକର: ଦାମ୍ପତ୍ତ୍ୟ ଜୀବନ ହସଖୁସିରେ ଭରିଯିବ। ବହୁଦିନ ଧରି ଲାଗିରହିଥିବା ସମସ୍ୟା ଦୂର ହୋଇଯିବ। ସ୍ଵାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ମନରେ ଧରଣିକ ଚିନ୍ତାଧାରା ଆସିବ। ତୀର୍ଥସ୍ଥାନ କୁ ଯାତ୍ରା କରିପାରନ୍ତି।
କୁମ୍ଭ: ବନ୍ଧୁ ମାନଙ୍କ ସହ ଖୁସିରେ ଦିନଟି ଅତିବାହିତ କରିବେ। ପାରିବାରିକ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ଚିନ୍ତିତ ହୋଇପାରନ୍ତି। ଧୈର୍ଯ୍ୟର ସହ କାମ କରନ୍ତୁ।
ମୀନ: ଆପଣଙ୍କର ଶାନ୍ତା ସ୍ଵଭାବ ଆପଣଙ୍କୁ ସଫଳତା ଆଣିଦେବ। ଆୟରେ ବୃଦ୍ଧି ଘଟିବ। ପୂର୍ବରୁ ବକେୟା ଧନ ଫେରିପାଇବେ। ପଦମର୍ଯ୍ୟାଦା ବୃଦ୍ଧି ପାଇବ।ବନ୍ଧୁମାନେ ସହଯୋଗର ହାତ ବଢାଇବେ।