• Somyadeep/ Padmabati

ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ,ବିଏସଏନଏଲର ନୂଆ ପ୍ଲାନ


ବର୍ତ୍ତମାନ ସମୟରେ ଟେଲିକମ ଅପରେଟରମାନଙ୍କ ମଧ୍ୟରେ ଲାଗିରହିଥିବା ପ୍ରତିଯୋଗୀତା ମଧ୍ୟରେ ଜିଓକୁ ଟକ୍କର ଦେବାପାଇଁ ବି.ଏସ.ଏନ.ଏଲ ଓ ଏୟାରଟେଲ ତରଫରୁ ନିଜ ଗ୍ରାହକମାନଙ୍କପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଏହି ଅଫର ଆଗକୁ ଜିଓକୁ କଡା ଟକ୍କର ଦେବ ବୋଲି ଅନୁମାନ କରାଯାଉଛି।

ବି.ଏସ.ଏନ.ଏଲ ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଜିଓକୁ ଟକ୍କର ଦେବା ପାଇଁ ନିଜର ବ୍ରଡବ୍ରାଣ୍ଡ ଗ୍ରାହକମାନଙ୍କୁ

ମାଗଣାରେ ଫୋନ କରିବା ସେବା ଯୋଗାଇବ ।

ଏହି ପ୍ଳାନରେ କେବଳ ବିଏସଏନଏଲ ରୁ ବିଏସଏନଏଲ ମାଗଣା କଲ ସୁବିଧା ଅଳ୍ପ କିଛି ପ୍ଳାନରେ ଥିବା ବେଳେ ବାକି ଅନ୍ୟାନ୍ୟ ପ୍ଳାନରେ ବିଏସଏନଏଲରୁ ଅନ୍ୟ ନେଟୱର୍କକୁ ମାଗଣାରେ କଲ କରିବା ସୁବିଧା ରହିଛି । ଟେଲିକମ ଟକ ୱେବସାଇଟ ଅନୁସାରେ ଏହା ବିଏସଏନଏଲ ବ୍ରଡବ୍ରାଣ୍ଡ ଗ୍ରାହକଙ୍କ ପାଇଁ ଏହି ପ୍ଳାନ ଜୁନ ପହିଲାରୁ ଉପଲବ୍ଧ ହେବ ।

ବିଏସଏନଏଲ ଗ୍ରାହକ ଏବେ ଟ.245ର ରିଚାର୍ଜ ପ୍ଳାନ କଲେ ସାରା ଦେଶରେ ଯେକୌଣସି ଅନ୍ୟ ବିଏସଏନଏଲ ୟୁଜରଙ୍କୁ ମାଗଣାରେ ଭଏସ କଲିଙ୍ଗ କରିପାରିବେ ।ଏହା ବ୍ୟତୀତ ବ୍ୟବହାରକାରୀଙ୍କୁ ମାଗଣାରେ ରାତିରେ କଥା ହେବା ସୁବିଧା ମଧ୍ୟ ମିଳିବ । ବିଏସଏନଏଲର ଟ.645 କିମ୍ବା ତାହାଠାରୁ ଅଧିକ ରିଚାର୍ଜରେ ମିଳିବ ଭାରତରେ ଯେକୌଣସି ନେଟୱାର୍କକୁ ଅନଲିମିଟେଡ କଲିଙ୍ଗ ।

ବିଏସଏନଏଲ ନିଜର ତିନୋଟି ଇଣ୍ଟରନେଟ ପ୍ଳାନରେ ଦୈନିକ ଡାଟା ବ୍ୟବହାର ପରିମାଣ ଦୁଇଗଣ କରିଥିବା ବେଳେ, 1045ଟଙ୍କା, 1395 ଟଙ୍କା ଏବଂ 1895 ଟଙ୍କାର ବ୍ରଡବ୍ରାଣ୍ଡ ପ୍ଳାନ ପାଇଁ 200 ଜିବି ପର୍ଯ୍ୟନ୍ତ ଡାଟା ଦେବ।

ଏୟାରଟେଲ

ଏୟାରଟେଲରେ ପ୍ରଚଳିତ ଥିବା ଟ.399 ପ୍ଲାନରେ ବଛା ବଛା ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆଣିଛି। ଏହି ପ୍ୟାକରେ ଆଗରୁ ଗ୍ରାହକ ମାନଙ୍କୁ 1.4ଜିବି ଡାଟା ମିଳୁଥିଲା, ବର୍ତ୍ତମାନ ଏହି ନୂଆ ଅପଡେଟେଡ ପ୍ୟାକରେ କିଛି ବଛା ଗ୍ରାହକଙ୍କୁ 2.4ଜିବି ଡାଟା ମିଳିବ। ଜିଓରେ ଏହି ଦାମରେ ଗ୍ରାହକଙ୍କୁ ପ୍ରତିଦିନ 1.5ଜିବି ଡାଟା ମିଳୁଛି। ଏୟାରଟେଲର ଏହି ପ୍ୟାକରେ ଗ୍ରାହକଙ୍କୁ 2.4ଜିବି ଡାଟା ପ୍ୟାକ ସହିତ ଗ୍ରାହକମାନଙ୍କୁ ଅନଲିମିଟେଡ କଲ ଓ ପ୍ରତିଦିନ 100 ଏସଏମଏସ ପଠେଇବାର ସୁବିଧା ଦେବ ।

ଏୟାରଟେଲ ଓ ବି.ଏସ.ଏନ.ଏଲ ର ଗ୍ରାହକ ମାନଙ୍କ ପାଇଁ ଏହି ପ୍ୟାକ ଆଗକୁ ଜିଓକୁ ନିଶ୍ଚିନ୍ତ ଟକ୍କର ଦେବ।

#mobile #recharge

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon