• padmabati kund

ଦେଖନ୍ତୁ: ରିୟା ସେନ ଏବେ ଯୋଗଗୁରୁ


ବହୁଦିନ ଧରି ବଲିଉଡର ଗ୍ଲାମର ଦୁନିଆରୁ ଦୂରେଇ ରହିବା ପରେ ଜଣେ କିପରି ଦର୍ଶକମାନଙ୍କର ଧ୍ୟାନକୁ ଆକର୍ଷଣ କରିପାରିବ ଏହା ରିୟା ସେନଙ୍କୁ ବହୁତ ଭଲ ଭାବରେ ଜଣା। ନିକଟରେ ରିୟା ସେନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଜଣେ ପ୍ରଶିକ୍ଷିତ ଯୋଗ ଟ୍ରେନର ପରି ପୋଜ ଦେଇ ଫଟୋ ଉଠାଇଛନ୍ତି।

ଇନଷ୍ଟାଗ୍ରାମରେ ଏହି ଫଟୋ ସବୁ ପୋଷ୍ଟ କରି ରିୟା ଲେଖିଛନ୍ତି ଯେ,”ଆପଣମାନେ ତ ଜାଣିଛନ୍ତି ଯୋଗ ମୋ ଜୀବନକୁ ପରିବର୍ତ୍ତନ କରିଦେଇଛି। ବର୍ତ୍ତମାନ ମୁଁ ଜଣେ ସାର୍ଟିଫାଏଡ ଯୋଗ ଗୁରୁ। ଆପଣମାନେ ମଧ୍ୟ ଯୋଗ ଦ୍ଵାରା ନିଜ ଜୀବନକୁ ପରିବର୍ତ୍ତନ କରନ୍ତୁ।“ ନିଜର ପ୍ରଶଂସକମାନଙ୍କୁ ଯୋଗ ପ୍ରତି ଆକର୍ଷିତ କରିବା ପାଇଁ ରିୟା ଲଗାତର ଭାବରେ ଯୋଗ ଭିଡିଓ ଅପଲୋଡ କରିଥାନ୍ତି।

ରିୟା ବଙ୍ଗାଳୀ ଅଭିନେତ୍ରୀ ମୁନମୁନ ସେନଙ୍କ ସାନ ଝିଅ ଓ ରାଈମା ସେନଙ୍କ ଭଉଣୀ ଅଟନ୍ତି। ସେ 2001 ମସିହାରେ “ଷ୍ଟାଇଲ” ଫିଲ୍ମ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ସେ “ଝଙ୍କାର ବିଟ୍ସ” “ଅପ୍ନା ସପ୍ନା ମନି ମନି “ “ସାଦି ନମ୍ବର ୱାନ “ ପରି ହିନ୍ଦୀ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏହା ବ୍ୟତୀତ ବଙ୍ଗାଳୀ ଫିଲ୍ମ “ଆବୋହାନମ” ଓ “ନୌକାଡୁବି”ରେ ମଧ୍ୟ କାମ କରିଛନ୍ତି ।

ଏକ ଅଶ୍ଳୀଳ ଏମଏମଏସ କାଣ୍ଡରେ ତାଙ୍କ ନାମ ପରଦାକୁ ଆସିବା ପରେ ସେ ବଲିଉଡଠାରୁ ପ୍ରାୟ ଦୂରେଇ ରହିବାକୁ ପସନ୍ଦ କରିଛନ୍ତି ।ଗତ ସେପ୍ଟେମ୍ବର 2017ରେ ନିଜର ଦିଲ୍ଲୀ ନିବାସୀ ବଏ ଫ୍ରେଣ୍ଡକୁ ବିବାହ କରିବା ପରଠାରୁ ସେ ସାମାଜିକ ଗଣ ମାଧ୍ୟମରେ ବରାବର ନିଜର ଉପସ୍ଥିତି ଜାହିର କରୁଛନ୍ତି ।

ଯୋଗ ଶିକ୍ଷା କରିବା ପାଇଁ ଉଭୟ ଇଣ୍ଡୋନେସିଆର ବାଲି ଓ ଭାରତର ରିଷିକେଶଠାରେ ରିୟା ଶିଖିଥିଲେ ।

ରିୟାଙ୍କୁ ବହୁତ ଜଲଦି ଏକତା କପୁରଙ୍କ ୱେବ ସିରିଜ “ରାଗିଣୀ ଏମଏମଏସ 2.2 “ରେ ଦେଖିବାକୁ ମିଳିବ। ଏହା ଛଡା “ଲୋନଲି ଗାର୍ଲ” ନାମକ ଏକ କ୍ଷୁଦ୍ର ଚଳଚିତ୍ରରେ ମଧ୍ୟ ସେ ଦେଖାଯିବେ।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon