• padmabati kund

ଦେଖନ୍ତୁ :ହିନ୍ଦୀ/ଇଂରାଜୀ ଗ୍ରାଜୁଏଟ ମାନଙ୍କପାଇଁ ସରକାରୀ ଚାକିରୀ


ଷ୍ଟାଫ ସିଲେକ୍ସନ କମିଶନ (ଏସ.ଏସ.ସି)ତରଫରୁ ହିନ୍ଦୀ ଟ୍ରାନ୍ସଲେଟର ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଜୁନିୟର ହିନ୍ଦୀ ଟ୍ରାନ୍ସଲେଟର, ଜୁନିୟର ଟ୍ରାନ୍ସଲେଟର,ସିନିୟର ହିନ୍ଦୀ ଟ୍ରାନ୍ସଲେଟର ଓ ହିନ୍ଦୀ ପ୍ରାଧ୍ୟାପକ ପଦ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଚଳିତ ମାସ 6 ତାରିଖରୁ 29 ତାରିଖ ମଧ୍ୟରେ ଦରଖାସ୍ତ ଦାଖଲ କରିପାରିବେ। 

ଏହି  ପରୀକ୍ଷା କେବଳ କମ୍ପ୍ୟୁଟରରେ ହେବ ଓ ଆସନ୍ତା ଅଗଷ୍ଟ 26 ତାରିଖରେ ଏହା ଅନୁଷ୍ଠିତ ହେବ।

ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ବୟସ ଜାନୁୟାରୀ 1,2018 ପର୍ଯ୍ୟନ୍ତ 30 ବର୍ଷରୁ କମ ହୋଇଥିବା ଆବଶ୍ୟକ ଓ ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ କୌଣସି ପ୍ରତିଷ୍ଠିତ ବିଶ୍ଵ ବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏଟ ପାସ କରିଥିବା ସହ ଡିଗ୍ରୀ କୋର୍ସରେ ହିନ୍ଦୀ କିମ୍ବା ଇଂରାଜୀ ଇଲେକଟିଭ ଥିବା ଅବଶ୍ୟକ।

ଜୁନିୟର ହିନ୍ଦୀ ଟ୍ରାନ୍ସଲେଟର: ଭାରତ ସରକାର ମନ୍ତ୍ରାଳୟଙ୍କର ବିଭିନ୍ନ ବିଭାଗ ଓ ଅଫିସ, ଏହା ସହିତ ସବ ଅର୍ଡିନେଟ ଅଫିସରେ ଏହି ନିଯୁକ୍ତି କରାଯିବ। ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ମାସିକ ଟ.9,300ରୁ  ଟ.34,800 ଦରମା ସହିତ ଟ. 4,200 ଗ୍ରେଡ ପେ ପ୍ରଦାନ କରାଯିବ।

ଜୁନିୟର ଟ୍ରାନ୍ସଲେଟର: ଉକ୍ତ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରତିରକ୍ଷା ବିଭାଗରେ ଏହି ନିଯୁକ୍ତି ଦିଆଯିବ।ଏଥିର ମଧ୍ୟ ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ମାସିକ ଟ.9,300ରୁ  ଟ.34,800 ଦରମା ସହିତ ଟ. 4,200 ଗ୍ରେଡ ପେ ପ୍ରଦାନ କରାଯିବ।

ସିନିୟର ହିନ୍ଦୀ ଟ୍ରାନ୍ସଲେଟର: ଉକ୍ତ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେଲେ ପ୍ରାର୍ଥୀଙ୍କୁ ଭାରତୀୟ ପ୍ରତିରକ୍ଷା ବିଭାଗରେ ଏହି ନିଯୁକ୍ତି ଦିଆଯିବ।ଏଥିରେ ପ୍ରାର୍ଥୀ ମାନଙ୍କୁ ମାସିକ ଟ.9,300ରୁ  ଟ.34,800 ଦରମା ସହିତ ଟ. 4,600 ଗ୍ରେଡ ପେ ପ୍ରଦାନ କରାଯିବ।

ହିନ୍ଦୀ ପ୍ରଧ୍ୟାପକ: ଭାରତରେ ଥିବା ସେଣ୍ଟ୍ରାଲ ହିନ୍ଦୀ ଟ୍ରେନିଙ୍ଗ ଇନିଷ୍ଟିଚ୍ୟୁଟରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଏଥିରେ ପ୍ରାର୍ଥୀ ମାନଙ୍କୁ ମାସିକ ଟ.9,300ରୁ  ଟ.34,800 ଦରମା ସହିତ ଟ. 4,800 ଗ୍ରେଡ ପେ ପ୍ରଦାନ କରାଯିବ।

ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା 6 ତାରିଖରୁ  ଜୁନ29 ତାରିଖ ସନ୍ଧ୍ୟା5 ଟା ପର୍ଯ୍ୟନ୍ତ ଏସ.ଏସ.ସି ୱେବସାଇଟରେ ଆବେଦନ କରିପାରିବେ। ଏହା ବିଷୟରେ ଅଧିକ ବିବରଣୀ ଏସ.ଏସ.ସି ୱେବସାଇଟରେ ଆସନ୍ତା 6ତାରିଖ (ବୁଧବାର) ଦିନ ଉପଲବ୍ଧ ହୋଇଯିବ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon