• Somyadeep Prasad

ଆଲିଆ ଦେଲେ ବରୁଣଙ୍କୁ ଚାଲେଞ୍ଜ : ପ୍ଲାଷ୍ଟିକ ବର୍ଜନ କର


ଆଲିଆ ଭଟ୍ଟ ଏବେ ପ୍ଲାଷ୍ଟିକ ବୋତଲ ବର୍ଜନ କରିବାକୁ ଟ୍ଵିଟ କରିଛନ୍ତି ଓ ଏଥି ସହିତ ବଲିଉଡର ଅନ୍ୟ କଳାକାର ଯଥା ତାଙ୍କର ବନ୍ଧୁ ବରୁଣ ଧାୱନଙ୍କୁ ଚାଲେଞ୍ଜ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଆଜିଠୁ ପ୍ଲାଷ୍ଟିକକୁ ଛାଡି ଆମକୁ ଷ୍ଟିଲ କିମ୍ବା କାଚ ବୋତଲ ବ୍ୟବହାର କରିବାକୁ ପଡିବ।

ନିଜର ଟ୍ଵିଟର ଆକାଉଣ୍ଟରେ ଆଲିଆ ଲେଖିଛନ୍ତି ଯେ, “ମୁଁ ପ୍ଲାଷ୍ଟିକ ଛାଡିବାକୁ ନିଷ୍ପତ୍ତି ନେଇସାରିଛି ।ଆପଣ ମାନେ ବି’ ଏଥିରେ ପାଦ ଆଗକୁ ବଢାନ୍ତୁ ଓ ସହଯୋଗ କରନ୍ତୁ।“

ସାଧାରଣତଃ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ବୋତଲ ନଷ୍ଟ ହେବା ପାଇଁ 450 ବର୍ଷରୁ ଅଧିକ ସମୟ ଲାଗୁଥିବା ବେଳେ ପରିବେଶକୁ ମଧ୍ୟ ଏହା କ୍ଷତି ପହଞ୍ଚାଉଛି।

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ପ୍ଲାଷ୍ଟିକକୁ ବର୍ଜନ କରିବା ନିମନ୍ତେ ସାରା ବିଶ୍ଵବାସୀଙ୍କୁ ବଲିଉଡ ଓ ହଲିଉଡ ଅଭିନେତା ମାନଙ୍କ ତରଫରୁ ଆହ୍ଵାନ ଦିଆଯାଇଛି । ଯେଉଁଥିରେ ଉଭୟ ବଲିଉଡ ଏବଂ ହଲିଉଡର ସେଲିବ୍ରିଟିମାନେ ପ୍ଲାଷ୍ଟିକ ବିରୋଧରେ ସମସ୍ତଙ୍କୁ ଜାଗରଣ କରିବାକୁ ସୋସିଆଲ ମିଡିଆରେ ଟ୍ଵିଟ କରିଛନ୍ତି ।

“ବିଟ ପ୍ଲାଷ୍ଟିକ ପଲ୍ୟୁସନ”ନାମରେ ଏବେ ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲିଛି ।

ବରୁଣ ଧାୱନଙ୍କ ଛଡା ,ଅର୍ଜୁନ କପୁର ଏବଂ ସୋନମ କପୁରଙ୍କୁ ଚାଲେଞ୍ଜ ନେବାକୁ କହିଥିବା ବେଳେ, ପ୍ଲାଷ୍ଟିକର ବିଷାକ୍ତ ପ୍ରଭାବ ରୋକିବାକୁ ଚେଷ୍ଟା କରନ୍ତୁ ବୋଲି ଆଲିଆ ଭଟ୍ଟ ଅନୁରୋଧ ମଧ୍ୟ କରିଛନ୍ତି। ଆଲିଆଙ୍କ ଚାଲେଞ୍ଜ ଗ୍ରହଣ କରି ଅର୍ଜୁନ ଏହି “ବିଟ ପ୍ଲାଷ୍ଟିକ ପଲ୍ୟୁସନ”ରେ ଯୋଗ ଦେଇଛନ୍ତି ଓ ସେ ଏକ ଷ୍ଟିଲ ବୋତଲସହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହିପରି ଅର୍ଜୁନ ମଧ୍ୟ ଅନୁଷ୍କା ଶର୍ମା,ରଣବିର ସିଂ ଏବଂ ପରିଣୀତି ଚୋପ୍ରାଙ୍କୁ ଚାଲେଞ୍ଜ କରିଛନ୍ତି ।

ମିଳିତ ଜାତିସଂଘର ଏନଭରମେଣ୍ଟ ଗୁଡ ଆମ୍ବାସଡ଼ର ଓ ବଲିଉଡ କଳାକାର ଦିଆ ମିର୍ଜା ମଧ୍ୟ ଟ୍ଵିଟ କରି କହିଛନ୍ତି,”କାହିଁକି ଆମେ ଦେଖୁନେ ଯେ ପ୍ଲାଷ୍ଟିକ ଆମର କିଭଳି କ୍ଷତି କରିବ,ଆମେ ଜମା ବି ଯତ୍ନବାନ ହେଉନେ। ଆମେ ଆମର ପରିବେଶରେ ଯେଉଁ ଆଳିଆ ଅବର୍ଜେନ କରୁଛେ ଏବଂ ପ୍ଲାଷ୍ଟିକ ବ୍ୟବହାର କରୁଛେ ତାହା ଆଗାମୀ ଦିନରେ ବହୁତ କ୍ଷତି ପହଞ୍ଚାଇବ।“

#pollution #socialmedia #bolllywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon