• Somyadeep Prasad

ମାର୍ଚ୍ଚ ୨୦୧୯ରୁ  ଫେରିବ ପାସ-ଫେଲ ପଲିସି


ଦୀର୍ଘ ଦଶବର୍ଷର ବ୍ୟବଧାନ ପରେ ସ୍କୁଲମାନଙ୍କରେ ପୁଣି ପାସ-ଫେଲ ନିୟମ ପ୍ରଚଳିତ ହେବାକୁ ଯାଉଛି । ଭାରତ ସରକାର ଏବେ ଏପରି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି ଯେଉଁଥିରେ ରାଇଟ ଟୁ ଏଜୁକେସନ ଆକ୍ଟ ୨୦୦୯କୁ ସଂଶୋଧିତ କରି ମାର୍ଚ୍ଚ ୨୦୧୯ ଠାରୁ ସବୁ ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଫେଲ କରିବାକୁ ସବୁ ରାଜ୍ୟର ଏଜୁକେସନ ବୋର୍ଡକୁ ଆଉ ଥରେ ଅଧିକାର ମିଳିବ ।

ଏହା ସହିତ ନିକଟରେ ମାଡ୍ରାସ ହାଇକୋର୍ଟ ପ୍ରଦାନ କରିଥିବା ରାୟ ଅନୁସାରେ ବହୁତ ଶୀଘ୍ର ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପିଲାମାନଙ୍କୁ ହୋମୱାର୍କ ଦିଆଯିବ ନାହିଁ । ଏହିକଥା ନିଜେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଇ ଜାଭଡେକର କହିଛନ୍ତି ,”ବ୍ୟକ୍ତିଗତ ଭାବେ ମୋର ବିଶ୍ଵାସ ଛାତ୍ରଛାତ୍ରୀମାନେ ସ୍କୁଲକୁ ଶିଖିବା ପାଇଁ ଆସିବା ଦରକାର । ସେମାନେ କୌଣସି ପ୍ରକାରର ଚାପରେ ଶିକ୍ଷା ଗ୍ରହଣ କରିବା ଉଚିତ ନୁହେଁ । ଆମେ କୋର୍ଟ ଆଦେଶକୁ ଅଧ୍ୟୟନ କଲାପରେ ଏହାକୁ ପାଳନ କରିବୁ ।“

ମାନବ ସମ୍ବଳ ମନ୍ତ୍ରାଳୟର ଯୋଜନା ମୁତାବକ ପାର୍ଲିଆମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ରାଇଟ ଟୁ ଏଜୁକେସନ ଆକ୍ଟକୁ ସଂଶୋଧିତ କରିବା ସହ ମାର୍ଚ୍ଚ ୨୦୧୯ ଠାରୁ ସବୁ ରାଜ୍ୟର ଶିକ୍ଷା ବୋର୍ଡକୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଫେଲ କରିବା ଅଧିକାର ପ୍ରଦାନ କରାଯିବ ଏବଂ ରେଜଲ୍ଟ ବାହାରିବା ଦୁଇ ମାସପରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାସ କରିବାକୁ ଆଉ ଏକ ସୁଯୋଗ ମିଳିବ। ଏହାପରେ ଯଦି ଛାତ୍ର ବା ଛାତ୍ରୀ ଯଦି ଅକୃତକାର୍ଯ୍ୟ ହୁଅନ୍ତି, ତେବେ ସେମାନେ ଉକ୍ତ ଶ୍ରେଣୀରେ ପୁନର୍ବାର ଆଉ ଏକ ବର୍ଷ ଅଧ୍ୟୟନ କରିବେ ।

ଏଥିସହିତ ଛାତ୍ରଛାତ୍ରୀମାନଙ୍କ ପାଠପଢା ଚାପ କମ କରିବା ପାଇଁ କେନ୍ଦ୍ର ସରକାର NCERTର ସିଲାବସ ବଦଳେଇବାକୁ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପ ଅନୁସାରେ 2019 ଶିକ୍ଷାବର୍ଷରେ ଏହାକୁ କମା ଯିବା ସହିତ 2020 ଶିକ୍ଷାବର୍ଷରେ ଏହାକୁ ଆହୁରି କମା ଯାଇ ଶିକ୍ଷାପୋଯୋଗୀ କରାଯିବ ।

#education

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon