• padmabati kund

ସଫା ଚେହେରା ପାଇଁ ମୁହଁରେ ଘଷନ୍ତୁ ବରଫ


ଅତ୍ୟଧିକ ଖରାଦିନେ ବରଫ ଯେମିତି ଆମ ଜୀବନ ବଞ୍ଚାଇଥାଏ। ଖରାରୁ ଆସିଲାପରେ ଜୁସ ସହିତ ସମସ୍ତେ ବରଫଖଣ୍ଡକୁ ଖୋଜିଥାନ୍ତି। ଏହା ଆମଦେହ ପାଇଁ ଖରାପ ବୋଲି ଜାଣି ମଧ୍ୟ ସମସ୍ତେ ଏପରି କରିଥାନ୍ତି।ହୁଏତ ବରଫଖଣ୍ଡ ଆମ ଶରୀର ପାଇଁ ଖରାପ ପ୍ରଭାବ ପକାଏ କିନ୍ତୁ ବରଫଖଣ୍ଡ ଆମ ମୁହଁର ତ୍ଵଚ୍ଚା ଉପରେ ଚମତ୍କାର ପ୍ରଭାବ ପକାଇଥାଏ। ଏହା କେବଳ ଖରାଦିନେ ମୁହଁକୁ ସତେଜ ରଖିନଥାଏ,ଏହାବ୍ୟତୀତ ବିଭିନ୍ନ ତ୍ଵଚ୍ଚା ସମସ୍ୟାକୁ ମଧ୍ୟ ଦୂରକରିବାରେ ସାହାଯ୍ୟ କରିଥାଏ।

୧.ପ୍ରତିଦିନ ବରଫକୁ ମୁହଁରେ ଘଷିବାଦ୍ଵାରା ରକ୍ତସଞ୍ଚାଳନ ଠିକ ଭାବରେ ରଖିଥାଏ ଓ ଆମ ତ୍ଵଚ୍ଚାକୁ ସୁସ୍ଥ ରଖିଥାଏ। ଏହାଦ୍ୱାରା ମଧ୍ୟ ତ୍ଵଚ୍ଚା କୁଞ୍ଚନ କମ ହୋଇଥାଏ ଓ ଆପଣ ସମୟ ଆଗରୁ ବୟସ୍କ ଦେଖାଯାଇନଥାନ୍ତି।

୨.ଯଦି ଆପଣ କୌଣସି ଜାଗାକୁ ଯିବା ସମୟରେ ଜଲଦି ଜଲଦିରେ ମେକଅପ କରିପାରନ୍ତି ନାହିଁ ତେବେ ବରଫ ଆପଣଙ୍କୁ ଏକ ସୁନ୍ଦର ଲୁକ ଦେଇପାରିବ। ଦୁଇରୁ ତିନିଖଣ୍ଡ ବରଫ ଆଣି ମୁହଁରେ ଘଷନ୍ତୁ। ଏହାଦ୍ୱାରା ଆପଣ ଏକ ଚମକଦାର ଚେହେରା ପାଇବେ।

୩.ଏହା ବ୍ୟତୀତ ପ୍ରତିଦିନ ମୁହଁରେ ବରଫଖଣ୍ଡ ଘଷିବା ଦ୍ଵାରା ମୁହଁରୁ ତେଲିଆ ଅଂଶ ମଧ୍ୟ ଦୂର ହୋଇଥାଏ। ଏକ ପତଳା କପଡା ନେଇ ସେଥିରେ ଦୁଇଟି ବରଫଖଣ୍ଡ ରଖି ମୁହଁରେ ଧୀରେ ଧୀରେ ଘଷନ୍ତୁ। ଏହା ମୁହଁରେ ତେଲ ବାହାରିବାକୁ ଦେଇନଥାଏ।

୪.ଖରାରେ ଅଧିକ ସମୟ ବାହାରେ ରହିବା ଦ୍ଵାରା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ପ୍ରଭାବରେ ଆପଣଙ୍କର ମୁହଁ ପୋଡିଲା ପରିଲାଗେ। ଏହି ପୋଡାଅଂଶ(ସନବର୍ଣ୍ଣ)କୁ ଦୂର କରିବା ପାଇଁ କପଡାରେ ବରଫଖଣ୍ଡ ନେଇ ଧୀରେ ଧୀରେ ମୁହଁରେ ଘଷନ୍ତୁ,ତୁରନ୍ତ ଉପଶମ ମିଳିବ।

୫. ମୁହଁରେ ହେଉଥିବା ବ୍ରଣ କମେଇବାରେ ମଧ୍ୟ ବରଫଖଣ୍ଡ ଔଷଧ ପରି କାମ କରିଥାଏ। ବ୍ରଣ ଉଠିଥିବା ଜାଗାରେ କିମ୍ବା ବ୍ଲାକହେଡ ହୋଇଥିବା ଜାଗାରେ ବରଫକୁ ଘଷନ୍ତୁ,ଏହିପରି ଭାବରେ ପ୍ରତିଦିନ କରିବା ଦ୍ଵାରା ବ୍ରଣ ଦୂର ହୋଇଯିବ। କିନ୍ତୁ ଅଧିକ ମାତ୍ରାରେ ଏହା ମୁହଁରେ ଘଷନ୍ତୁ ନାହିଁ।

୬. ଖାଲି ବରଫଖଣ୍ଡକୁ ମୁହଁରେ ଘଷିବା ଅପେକ୍ଷା କିଛି ଫଳକୁ ମଧ୍ୟ ଆପଣ ଜୁସ କରି, ଆଇସ ଟ୍ରେରେ ରଖି ବରଫ ହୋଇଗଲା ପରେ ମୁହଁରେ ଘଷନ୍ତୁ। ଏହା ଆପଣଙ୍କ ତ୍ଵଚ୍ଚା ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।

୭. ସାରଦିନ ଲାପଟପ କିମ୍ବା କମ୍ପ୍ୟୁଟର ଆଗରେ କାମ କରିବା ପରେ ସାଧାରଣତଃ ଆଖିତଳେ କାଳଦାଗ ହୋଇଯାଇଥାଏ। ଏହି କଳଦାଗକୁ ଦୂର କରିବା ପାଇଁ ଆପଣ ବରଫଖଣ୍ଡ ବ୍ୟବହାର କରିପାରିବେ କିମ୍ବା କିଛି କାକୁଡିରୁ ଜୁସ ବାହାର କରି ଏହାକୁ ଆଇସ ଟ୍ରେରେ ରଖି ବରଖ ଖଣ୍ଡ କରି ମୁହଁରେ ଘଷନ୍ତୁ,କଳଦାଗ ଦୂର ହୋଇଯିବ।

#skincare #lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon