• padmabati kund

ସୁନନ୍ଦା ମୃତ୍ୟୁ ମାମଲାରେ କୋର୍ଟରେ ହଜାର ହେବେ ଥରୁର


ପ୍ରାୟ ଚାରିବର୍ଷ କାଳ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ପାଇଁ ଅଦାଲତ ତାଙ୍କ ସ୍ଵାମୀ ଶଶୀ ଥରୁରଙ୍କୁ ଦାୟୀ ନ କରିଥିବା ବେଳେ ଆଜି ନୂଆ ଭାବେ ଦାଖଲ ହେଇଥିବା ପ୍ରମାଣ ଆଧାରରେ ତାଙ୍କୁ ଏହି ଘଟଣାରେ ଏକ ଦୋଷୀ ବୋଲି ବିବେଚନା କରିଛି ଓ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଆଦେଶ ଜାରି କରିଛି । ପତ୍ନୀ ସୁନନ୍ଦା ପୁଷ୍କରଙ୍କୁ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ଆଧାରରେ ତାଙ୍କୁ ଡକରା ହେଇଛି ।

ଆସନ୍ତା ଜୁଲାଇ ୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସମନ ଜାରି କରିଛି।

ଗତ ଜାନୁୟାରୀ ୧୭,୨୦୧୪ ମସିହାରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ ଲୀଲା ପ୍ୟାଲେସର ୩୪୫ ନମ୍ବର ରୁମରେ କଂଗ୍ରେସ ନେତା ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନ୍ଦେହ ଜଣକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା। ମାତ୍ରାଧିକ ନିଦ ବଟିକା ସେବନ କରି ସୁନନ୍ଦା ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା। ପ୍ରଥମେ ଏହାକୁ ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରି ଦିଲ୍ଲୀ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା ହେଲେ ପରେ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ରିପୋର୍ଟରେ ଉଲ୍ଲେଖ କରିଥିଲା ।

ଗତ ମେ' ମାସରେ, ସୁନନ୍ଦାଙ୍କ ମୃତ୍ୟୁର ୪ବର୍ଷପରେ ଦିଲ୍ଲୀ ପୋଲିସ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା। ଏଥିରେ ସୁନନ୍ଦାଙ୍କୁ ଆତ୍ମହତ୍ୟା ନିମନ୍ତେ ଥରୁର ଉକସାଇଥିଲେ ବୋଲି ଉଲ୍ଲେଖ ଥିଲା । ୨୦୧୪ ମସିହାରେ ଘଟିଥିବା ଏହି ଘଟଣାରେ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଏକମାତ୍ର ଅଭିଯୁକ୍ତ ଭାବେ ଚାର୍ଜସିଟରେ ଦିଲ୍ଲୀ ପୋଲିସ ତରଫରୁ ଦର୍ଶା ଯାଇଥିଲା।

ପୋଲିସ ତରଫରୁ କରାଯାଇଥିବା ତଦନ୍ତରେ ଜଣାପଡିଛିଯେ , ସୁନନ୍ଦା ମୃତ୍ୟୁର ଏକ ସପ୍ତାହ ପୂର୍ବରୁ ଶଶୀ ଥରୁରଙ୍କୁ ଏକ ଇମେଲ କରିଥିଲେ ଯେଉଁଥିରେ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ଲେଖାଥିଲା। ଶଶୀ ଏହି ଇମେଲକୁ ଅଣଦେଖା କରିଥିଲେ। ସୁନନ୍ଦାଙ୍କ ଫୋନର ମଧ୍ୟ ଶଶୀ କିଛି ଉତ୍ତର ଦେଉନଥିଲେ। ସୁନନ୍ଦା ମାନସିକ ଚାପଗ୍ରସ୍ତ ଥିବାବେଳେ ପତିଙ୍କ ତରଫରୁ ଏହି ଅଣଦେଖା ହିଁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି କହିଛି ଦିଲ୍ଲୀ ପୋଲିସ।

ଉଭୟଙ୍କ ମଧ୍ୟରେ ଆଗରୁ ଝଗଡା ମଧ୍ୟ ଲାଗିରହିଥିଲା। ଜଣେ ପାକିସ୍ଥାନୀ ସାମ୍ବାଦିକଙ୍କ ସହ ଶଶୀଙ୍କର ଅନୈତିକ ସମ୍ପର୍କ ଅଛି ବୋଲି ସୋସିଆଲ ମିଡିଆରେ ମୃତ୍ୟୁର ୨ଦିନ ଆଗରୁ ଆରୋପ ଲଗାଇଥିଲେ। ସୁନନ୍ଦାଙ୍କ ମୃତ୍ୟୁପରେ ପୋଲିସ ପ୍ରଥମେ କହିଥିଲା ଯେ,ସୁନନ୍ଦାଙ୍କୁ ବିଷଦେଇ ହତ୍ୟା କରାଯାଇଛି । ମାତ୍ର ତିନି ବର୍ଷପରେ କୌଣସି ପ୍ରମାଣ ମିଳିନଥିବାରୁ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କରାଯାଇ ଶଶୀ ଥରୁରଙ୍କୁ ଏହାର ମୁଖ୍ୟ କାରଣ ବୋଲି ପୋଲିସ ଦର୍ଶାଇଛନ୍ତି।

#crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon