• padmabati kund

କେଉଁ ନେଟୱର୍କର ଦିନକୁ 2 ଜିବି ପ୍ୟାକ ଭଲ


ବର୍ତ୍ତମାନ ଲୋକମାନେ କଲ ଓ ଏସ.ଏମ.ଏସ ଅପେକ୍ଷା ମୋବାଇଲରେ ଅଧିକ ଡାଟା ବା ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଡାଟାକୁ ନେଇ ଲୋକମାନଙ୍କ ମଧ୍ୟରେ ବଢୁଥିବା ଏହି ଚାହିଦାକୁ ନେଇ ବିଭିନ୍ନ ଟେଲିକମ ଅପରେଟର ମାନେ ଭିନ୍ନ ଭିନ୍ନ ରିଚାର୍ଜ ପ୍ୟାକ ରଖୁଛନ୍ତି। ସେହିପରି ଦିନକୁ 2ଜିବି ଡାଟା ସହିତ ଅନଲିମିଟେଡ କଲ ଓ ଏସ.ଏମ.ଏସ ପାଇଁ ଭିନ୍ନ ଭିନ୍ନ କମ୍ପାନୀ ଦେଉଛି ଅଲଗା ଅଲଗା ଦାମର ପ୍ୟାକ।

ଦେଶର ଅଗ୍ରୀମ ଟେଲିକମ କମ୍ପାନୀ ଭୋଡଫୋନ,ଏୟାରଟେଲ ଓ ଜିଓ ରେ ମଧ୍ୟ ଗ୍ରାହକ ମାନଙ୍କ ପାଇଁ ରହିଛି ଦିନକୁ 2ଜିବି ଡାଟା ପ୍ୟାକ।

ଭୋଡାଫୋନ

ଭୋଡଫୋନରେ ବର୍ତ୍ତମାନ ଦିନକୁ 2ଜିବି ଡାଟା ପ୍ୟାକ ରହୁଥିବା ରିଚାର୍ଜ ପ୍ୟାକ ହେଉଛି ଟ.255। ଭୋଡାଫୋନରେ ଏହି ପ୍ୟାକରେ ତାର ଗ୍ରାହକଙ୍କୁ ମିଳୁଛି ଅନଲିମିଟେଡ ଲୋକାଲ , ଏସଟିଡି ଓ ରୋମିଙ୍ଗ କଲ ସହିତ ଦିନକୁ 2ଜିବି 3ଜି/4ଜି ଡାଟା। ଏହା ସହିତ ଗ୍ରାହକମାନେ ଦିନକୁ 100 ଏସ ଏମ ଏସ ମଧ୍ୟ କରିପାରିବେ।ଏହି ପ୍ୟାକର ବୈଧତା ମୋଟ 28ଦିନ ପାଇଁ ରହିବ।

ଏୟାରଟେଲ

ଏୟାରଟେଲ ମଧ୍ୟ ଭୋଡଫୋନର ଏହି ପ୍ୟାକକୁ ଟକ୍କର ଦେଇ ତାର ଗ୍ରାହକ ପାଇଁ ଲଞ୍ଚ କରିଛି ଏକ ଆକର୍ଷଣୀୟ ପ୍ୟାକ। ଏହି ରିଚାର୍ଜ ପ୍ୟାକର ମୂଲ୍ୟ ରହିଛି ଟ.249। ଏହି ପ୍ୟାକରେ ଗ୍ରାହକ ମାନଙ୍କୁ ଅନଲିମିଟେଡ ଲୋକାଲ ,ଏସଟିଡି ଓ ରୋମିଙ୍ଗ କଲ ସହିତ ଦିନକୁ 2ଜିବି 3ଜି/4ଜି ଡାଟା ମଧ୍ୟ ମିଳୁଛି। ଏହା ସହିତ ଗ୍ରାହକମାନେ ଦିନକୁ 100 ଏସ ଏମ ଏସ ମଧ୍ୟ କରିପାରିବେ।ଏବଂ ଏହି ପ୍ୟାକର ବୈଧତା ମୋଟ 28 ଦିନ ପାଇଁ ରହିବ।

ଜିଓ

ଦିନକୁ 2ଜିବି ଡାଟା ପ୍ୟାକରେ ସମସ୍ତଙ୍କୁ ପଛରେ ପକାଇ ଜିଓ ତାର ଗ୍ରାହକ ମାନଙ୍କ ପାଇଁ ଆଣିଛି ଏକ ଅଫର। ଏହି ରିଚାର୍ଜ ପ୍ୟାକଟି ହେଉଛି ଟ.198। ଏହି ପ୍ୟାକରେ ଅନଲିମିଟେଡ଼ ଲୋକାଲ,ଏସଟିଡି ଓ ରୋମିଙ୍ଗ କଲ ସହିତ ଦିନକୁ 2ଜିବି 3ଜି/4ଜି ଡାଟା ମଧ୍ୟ ବ୍ୟବହାର କରିପାରିବେ। ଏହା ସହିତ ଦିନକୁ 100ଟି ଏସ.ଏମ.ଏସ କରିପାରିବେ। ଏହି ପ୍ୟାକଟି ମୋଟ 28ଦିନ ପର୍ଯ୍ୟନ୍ତ ବୈଧତା ରହିବ।

#mobile #recharge

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon