• Somyadeep Prasad

ଜାଣନ୍ତୁ : ଷ୍ଟେଟ ବ୍ୟାଙ୍କ କ୍ଳର୍କ ପରୀକ୍ଷା ତାରିଖ, ଆଡମିଟ କାର୍ଡ


ଭାରତର ସବୁଠୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଚଳିତ ମାସରେ ହେବାକୁ ଥିବା ଏହାର ଜୁନିୟର ଆସୋସିଏଟ (କଷ୍ଟୋମର ସପୋର୍ଟ ଏବଂ ସେଲ୍ସ) ପଦବୀ ନିମନ୍ତେ ଉଦ୍ଦିଷ୍ଟ ପ୍ରିଲିମିନାରି ପରୀକ୍ଷା ପାଇଁ ଆଡମିଡ କାର୍ଡ ବୁଧବାର ପ୍ରକାଶ କରିଛି ।

ଏହି ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଆଡମିଡ କାର୍ଡକୁ ଏସବିଆଇର ନିଜସ୍ଵ ୱେବସାଇଟ sbi.co.inରୁ ଡାଉନଲୋଡ କରିପାରିପାରିବେ । ବ୍ୟାଙ୍କ ତରଫରୁ ସମସ୍ତ ପ୍ରାର୍ଥୀଙ୍କୁ ସୂଚାଇ ଦିଆଯାଇଛି ଯେ ସମସ୍ତେ ଆଡ଼ମିଟ କାର୍ଡ ଇଣ୍ଟରନେଟରୁ ଡାଉନଲୋଡ କରିବେ ଓ କୌଣସି ପ୍ରାର୍ଥୀଙ୍କୁ ଆଡ଼ମିଟ କାର୍ଡ ପୋଷ୍ଟାଲ ମାଧ୍ୟମରେ ପଠାଯିବ ନାହିଁ । ପ୍ରାର୍ଥୀମାନଙ୍କୁ ପରୀକ୍ଷା ସମୟରେ ଆଡମିଡ କାର୍ଡ ସହ ଯେ କୌଣସି ଗୋଟିଏ ଆଇଡି ପ୍ରୁଫ ସାଙ୍ଗରେ ନେବାକୁ ପଡିବ ।

ଏସବିଆଇ ନିକଟରେ ଜୁନିୟର ଆସୋସିଏଟ (କଷ୍ଟୋମର ସପୋର୍ଟ ଏବଂ ସେଲ୍ସ ) ବା କ୍ଳର୍କ ପାଇଁ ପ୍ରିଲିମିନାରି ପରୀକ୍ଷାର ତାରିଖକୁ ପରିବର୍ତ୍ତନ କରିଛି ଏବଂ ନୂତନ ଅନୁସୂଚୀ ଅନୁସାରେ ଏହି ପରୀକ୍ଷା ଜୁନ 23, 24 ଏବଂ ଜୁନ 30ରେ ଅନୁଷ୍ଠିତ ହେବ ।

ପୂର୍ବରୁ ଏସବିଆଇର ଏହି ଜୁନିୟର ଆସୋସିଏଟ/କ୍ଳର୍କ ପାଇଁ ପରୀକ୍ଷା ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ହେବାର ଥିଲା। ତେବେ ଏହି ସରକାରୀ ବ୍ୟାଙ୍କ ବିନା କୌଣସି କାରଣ ନ ଦର୍ଶାଇ ପରୀକ୍ଷାକୁ ବାତିଲ କରିଥିଲା ଓ ପରେ ଏକ ତାରିଖ ଘୋଷଣା କରିବ ବୋଲି କହିଥିଲା ।

କେମିତି କରିବେ ଡାଉନଲୋଡ କ) ପ୍ରଥମେ sbi.co.in/careers କୁ ଯାଆନ୍ତୁ ଖ) ଏହାପରେ ୱେବସାଇଟର ଆନାଉନ୍ସ ସେକ୍ସନକୁ ଯାଇ RECRUITMENT of JUNIOR ASSOCIATE ଲିଙ୍କକୁ କ୍ଲିକ କରିବେ ଗ) ତା’ପରେ ଆପଣ ଡାଉନଲୋଡ ଆଡମିଡ କାର୍ଡକୁ କ୍ଲିକ କରିବାକୁ ହେବ । ଏହାପରେ ଗୋଟିଏ ନୂଆ ୱିଣ୍ଡୋ ଖୋଲିବ ଏବଂ ଆପଣ ଆପଣଙ୍କର ରେଜିସଷ୍ଟ୍ରେସନ ନମ୍ବର ଏବଂ ଜନ୍ମ ତାରିଖ ପ୍ରଦାନ କରି ଏସବିଆଇର ଆଡମିଡ କାର୍ଡକୁ ଡାଉନଲୋଡ କରି କାର୍ଡର ପ୍ରିଣ୍ଟ ଆଉଟ ବାହାର କରିବେ ।

#job

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon