• padmabati kund

ଟ୍ରେନରେ ଅଧିକ ଓଜନର ବ୍ୟାଗ ନେଲେ 6 ଗୁଣା ଜରିମାନା


ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ସଚେତନ ହୋଇଯାଆନ୍ତୁ। ନିଜ ସହିତ ଆବଶ୍ୟକଠାରୁ ଅଧିକ ଓଜନର ଜିନିଷପତ୍ର ନେଇ ଯାଉଥିଲେ ଲାଗିବ ଜରିମାନା ।

ଭାରତୀୟ ରେଳବିଭାଗ ତରଫରୁ ତିନିଦଶକ ପୁରୁଣା ବ୍ୟାଗେଜ ଆଲାଉନସ ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁସାରେ ଯାତ୍ରୀମାନେ ନିଜ ସହିତ ଅଧିକ ଓଜନର ବ୍ୟାଗ ସାଙ୍ଗରେ ନେଇପାରିବେ ନାହିଁ । ଯେଉଁ ଯାତ୍ରୀମାନେ ଅଧିକ ଓଜନର ବ୍ୟାଗ ନେଇଯାଉଥିବାର ଧରାପଡିବେ, ସେମାନଙ୍କଠାରୁ ଉକ୍ତ ବ୍ୟାଗର ଧାର୍ଯ୍ୟ ପରିମାଣଠାରୁ 6 ଗୁଣା ଅଧିକ ଅର୍ଥ ଜରିମାନା ଆଦାୟ କରାଯିବ ବୋଲି ରେଳ ବିଭାଗ କହିଛି ।

ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଜିନିଷପତ୍ର ନେଇ ଯାତ୍ରୀମାନେ ଯାତ୍ରା କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ ଆସିବାରୁ ଭାରତୀୟ ରେଳବିଭାଗ ତରଫରୁ ଏହି ନିୟମ କଡାକଡି ଭାବରେ ଲାଗୁ କରାଯାଇଛି ।

ଏଣିକି ଅଧିକ ଓଜନର ବ୍ୟାଗ ପାଇଁ ଯାତ୍ରୀମାନଙ୍କୁ ଆଗୁଆ ବୁକିଙ୍ଗ କରିବାକୁ ପଡିବ ଓ ବଡ ବଡ ବ୍ୟାଗ ଗୁଡିକ ଲଗେଜ ଭ୍ୟାନରେ ପଠାଯିବ। ଯାତ୍ରୀମାନେ ପାର୍ସଲ ଅଫିସରେ ଏହି ଅତିରିକ୍ତ ବ୍ୟାଗ ପାଇଁ ବୁକିଙ୍ଗ କରିପାରିବେ।

ବିମାନରେ ଯାତ୍ରା କଲାବେଳେ ଯେପରି ଯାତ୍ରା ପୂର୍ବରୁ ବ୍ୟାଗ ଗୁଡିକ ଓଜନ କରାଯାଏ,ସେମିତି କିଛି ବ୍ୟବସ୍ଥା କରାଯିବ ନାହିଁ,ମାତ୍ର ରେଳ କର୍ମଚାରୀମାନେ ସମୟ ସମୟରେ ବ୍ୟାଗ ଗୁଡିକୁ ଯାଞ୍ଚ କରିବା ପାଇଁ ଆସିବେ।

ଟିକଟ ଅନୁସାରେ ଜିନିଷ

ନିର୍ଦ୍ଧାରିତ ନିୟମ ଅନୁସାରେ ଶୟନ ଶ୍ରେଣୀର ଯାତ୍ରୀମାନେ 40କେଜି ଓ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ 35କେଜିର ବ୍ୟାଗ ମାଗଣାରେ ନେଇପାରିବେ। ସେହିପଋ ଏ.ସି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ 70କିଗ୍ରା ଓଜନର ଜିନିଷ ମାଗଣା ନେଇପାରିବେ ଓ ସର୍ବାଧିକ 150କିଗ୍ରା ଓଜନର ବ୍ୟାଗ ବୁକିଙ୍ଗ କରିନେଇପାରିବେ ଓ ଏ.ସି ଟୁ-ଟାୟାର ଯାତ୍ରୀମାନେ 50କିଗ୍ରା ଓଜନର ବ୍ୟାଗ ମାଗଣା ଓ ସର୍ବାଧିକ 100କିଗ୍ରା ଓଜନର ବ୍ୟାଗ ବୁକିଙ୍ଗ କରିନେଇପାରିବେ।

ଯଦି ଜଣେ ଯାତ୍ରୀ ଶୟନ ଶ୍ରେଣୀରେ 500 କି.ମି. ଯାତ୍ରା କରୁଛି ଓ ସାଙ୍ଗରେ 80କିଗ୍ରା ଓଜନର ବ୍ୟାଗ ଅଛି ତେବେ ଯାତ୍ରୀଙ୍କୁ ଅତିରିକ୍ତ 40କିଗ୍ରା ଓଜନର ବ୍ୟାଗ ପାଇଁ ଟ.109ରେ ଆଗୁଆ ଲଗେଜ ଭ୍ୟାନରେ ବୁକିଙ୍ଗ କରିବାକୁ ପଡିବ। ଯଦି ଏପରି ନ କରି ଯାତ୍ରୀଜଣକ ରେଳ କର୍ମଚାରୀଙ୍କ ହାତରେ ଧରାପଡନ୍ତି ତେବେ ତାଙ୍କୁ 6 ଗୁଣା (ଟ.654) ଅଧିକ ଜରିମାନା ଦେବାକୁ ପଡିବ।

ସେହିପରି ଯାତ୍ରୀମାନେ ନିଜ ସହିତ ନିର୍ଦ୍ଧିଷ୍ଟ ଆକୃତିର ଓ ଆକାରର ବ୍ୟାଗ ନେଇପାରିବେ। ଯଦି ସେଗୁଡିକ

ଧାର୍ଯ୍ୟସୀମାଠାରୁ ବଡ ହୁଏ ତେବେ ଏହାକୁ ଲଗେଜ ଭ୍ୟାନରେ ଭର୍ତ୍ତି କରିବାକୁ ପଡିବ। ଏହି ନିୟମକୁ କଡାକଡି ଭାବେ ଲାଗୁ କରିବା ପାଇଁ ସମସ୍ତ ଜୋନରେ ରେଳବିଭାଗ ତରଫରୁ ଚଳିତ ମାସ ପ୍ରଥମ ସପ୍ତାହରେ ସ୍ଵତନ୍ତ୍ର ଅଭିଯାନ ମଧ୍ୟ ଆୟୋଜନ କରାଯାଇଛି।

#train

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon