• ବେତାର ବ୍ୟୁରୋ

ରାଶିଫଳ ଜୁନ 6: ଜାଣନ୍ତୁ କାହାର ରହିଛି ଚାକିରି ଯୋଗ


ମେଷ: ଆର୍ଥିକ ଅଭାବ ଆପଣଙ୍କୁ ବ୍ୟତିବ୍ୟସ୍ତ କରିବ। ଯୋଗ ଓ ଧ୍ୟାନ କରନ୍ତୁ,ଆପଣଙ୍କ ପାଇଁ ବହୁତ ଭଲ ରହିବ। ପରିବାର ସଦସ୍ୟଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ପତ୍ନୀଙ୍କ ସହ ବୁଝାମଣା ଠିକ ରହିବ ନାହିଁ। କର୍ମକ୍ଷେତ୍ରରେ କିନ୍ତୁ ଦିନଟି ବହୁତ ଭଲରେ କଟିବ।ନିଜ କାମ ପାଇଁ ଉଚ୍ଚ ପ୍ରସଂଶିତ ହେବେ। ଅନ୍ୟମାନଙ୍କ ଠାରୁ ଅଧିକ ଆଶା ରଖନ୍ତୁ ନାହିଁ।

ବୃଷ: ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଧାର୍ମିକ କାର୍ଯ୍ୟରେ ମନବଳାଇବେ। ପରିବାର ଓ ବନ୍ଧୁ ମାନଙ୍କ ସହ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ସମୟ ବିତିବ। ବିଜିନେସ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଏହା ଆପଣଙ୍କ ପାଇଁ ସଫଳ ରହିବ। ମନ ପ୍ରସନ୍ନ ହେବେ । ଦୟାଳୁ ସ୍ଵଭାବ ହେବେ।

ମିଥୁନ: ପ୍ରତିଯୋଗୀତା ମୂଳକ କାର୍ଯ୍ୟରେ ସଫଳ ହେବେ। ବନ୍ଧୁଙ୍କ ସହ ଅଯଥାରେ ମତଭେଦ ହୋଇପାରେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଶତ୍ରୁଙ୍କୁ ପରାଜୟ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା ପ୍ରତି ମନ ବଳାଇବେ।

କର୍କଟ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସତର୍କତା ଅବଲମ୍ବନ କରନ୍ତୁ।ନିଜକୁ ବହୁତ ଏକୁଟିଆ ଅନୁଭବ କରିବେ। ସମାଜରେ ଉଚ୍ଚ ପ୍ରସଂଶିତ ହେବେ। ଯାନବାହାନ ଚଳାଚଳରେ ସାବଧାନ ରହିବା ଆବଶ୍ୟକ। ପ୍ରେମିକମାନଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ।

ସିଂହ: ସ୍ୱାସ୍ଥ୍ୟ ଉତ୍ତମ ରହିବ ଓ ମନ ପ୍ରଫୁଲ୍ଲ ରହିବ। ନିଜ କଥା ଓ ବ୍ୟବହାରରେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ଦୁରସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରନ୍ତୁ ନାହିଁ ଦିନଟି ଏତେ ଭଲ ନୁହେ। ଛାତ୍ରଛାତ୍ରୀ ପରିଶ୍ରମର ଉଚିତ ଫଳ ପାଇବେ।

କନ୍ୟା: କର୍ମକ୍ଷେତ୍ରରେ ସମସ୍ୟାର ସାମ୍ନା କରିବେ। ନିଜ କଥାବାର୍ତ୍ତା ଉପରେ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟରେ ମଧ୍ୟ ହାନୀ ଘଟିପାରେ। ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ। ଗୃହକୁ ଅତିଥିଙ୍କର ଆଗମନ ହୋଇପାରେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବହୁତ ଭଲ।

ତୁଳା: ଆପଣଙ୍କ ବ୍ୟବହାର ପାଇଁ ନିଜର ଲୋକମାନେ କଷ୍ଟ ପାଇ ପାରନ୍ତି। ବିଳାସବ୍ୟସନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ନୂଆ ସ୍ଥାନକୁ ଭ୍ରମଣ କରିବାକୁ ଯିବେ। ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ନିଜର ପ୍ରତିଦ୍ଵନ୍ଦୀ ମାନଙ୍କଠାରୁ ସାବଧାନ ରହିବେ। ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପରିଶ୍ରମ କରିବାକୁ ପଡିବ।

ବିଛା: ନୂତନ ଚାକିରୀର ସୁଯୋଗ ରହିଛି କିମ୍ବା ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି। ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ। ଆର୍ଥିକ ସମସ୍ୟା ଦେଖାଦେଇପାରେ। ଲୋକହସା ହୋଇପାରନ୍ତି। ସାବଧାନତାର ସହ ରୁହନ୍ତୁ। ଦାନ ଧର୍ମରେ ମନୋନିବେଶ କରିବେ।

ଧନୁ: ବାଣିଜ୍ୟ ବ୍ୟାପାରରେ ସାବଧାନତା ଅବଲମ୍ବନ କରନ୍ତୁ। ସନ୍ତାନଙ୍କର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ପ୍ରେମିକମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ମଧୁରଭାଷୀ ହୋଇ ଅନ୍ୟମାନଙ୍କୁ ନିଜର କରିବେ। ମାଲିମକୋଦ୍ଦମା ବିବାଦରେ ଜୟଯୁକ୍ତ ହେବେ।

ମକର: କର୍ମକ୍ଷେତ୍ରରେ ନୂଆ ନୂଆ କୌଶଳ ପ୍ରୟୋଗ କରି ଅନ୍ୟ ମାନଙ୍କ ଦ୍ଵାରା ପ୍ରସଂଶିତ ହେବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଆମୋଦପ୍ରମୋଦରେ ଦିନଟି କଟିବ। ଦୁରସ୍ଥାନକୁ ଯାତ୍ରା କରିବା ପାଇଁ ଦିନଟି ସେତେ ଭଲ ନୁହେଁ।

କୁମ୍ଭ: ଅଫିସ କାମରେ ବ୍ୟସ୍ତ ରହି ପରିବାରସହ ସମୟ ବିତାଇ ପାରିବେ ନାହିଁ। ଖାଦ୍ୟପେୟ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ। ଦୁରସ୍ଥାନକୁ ଯାତ୍ରା କରନ୍ତୁ ନାହି ବା ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ସମୟ ବିତାଇବେ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।

ମୀନ: ଘାତଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନ କରନ୍ତୁ। ଆୟରେ ବୃଦ୍ଧି ଘଟିବ। ସମାଜରେ ମାନସମ୍ମାନ ବଢିବ। ଉଚ୍ଚ ପ୍ରସଂଶିତ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ପିତାମାତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ବିଦ୍ୟାର୍ଥୀମାନେ ପାଠପଢାରେ ମନ ଦିଅନ୍ତୁ।

#horoscope #astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon