• padmabati kund

କମ ଉଚ୍ଚତା ପାଇଁ ଚିନ୍ତିତ? ଖାଆନ୍ତୁ ଏହି ସବୁ ଖାଦ୍ୟ


ଉଚ୍ଚତା ଆମମାନଙ୍କ ପାଇଁ ସବୁବେଳେ ଏକ ଚିନ୍ତାର ବିଷୟ । ସାଧାରଣତଃ ପୁଅମାନଅଙ୍କ କ୍ଷେତ୍ରରେ 25ବର୍ଷ ହେବା ପର୍ଯ୍ୟନ୍ତ ଉଚ୍ଚତା ବୃଦ୍ଧି ପାଉଥିବାବେଳେ ଝିଅ ମାନଙ୍କ କ୍ଷେତ୍ରରେ 18ରୁ19 ବର୍ଷ ହେବା ପର୍ଯ୍ୟନ୍ତ ଉଚ୍ଚତା ବୃଦ୍ଧି ପାଇଥାଏ। କମ ଉଚ୍ଚତାର ଲୋକମାନଙ୍କ ପାଖରେ ଅଧିକ ସମୟରେ ଆତ୍ମବିଶ୍ଵାସ କମ ରହିଥାଏ।

ଏବେ ବଜାରରେ ଏପରି ବହୁତ ପ୍ରଡ଼କ୍ଟ ମିଳୁଛି ଯାହା ଆପଣଙ୍କୁ ଡେଙ୍ଗା କରିବାର ଦାବି କରିଥାଏ ମାତ୍ର କିଛି ସୁଫଳ ମିଳିନଥାଏ। କାରଣ ଅସଲ କଥା ହେଉଛି ଆପଣଙ୍କର ଉଚ୍ଚତା ସାଧାରଣତଃ ଆପଣଙ୍କ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ।

ଉଚ୍ଚତା ବୃଦ୍ଧି ହେବାପାଇଁ ଆମ ଶରୀରରେ ଥିବା ହ୍ୟୁମାନ ଗ୍ରୋଥ ହରମୋନ(ଏଚ.ଜି.ଏଚ)ହିଁ ଦାୟୀ।ତେଣୁ ଏପରି ଖାଦ୍ୟ ଖାଆନ୍ତୁ ଯାହା ଆପଣଙ୍କ ଶରୀରରେ ଏହି ହରମୋନ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ।ସେହିପରି କିଛି ଉପାଦେୟ ଖାଦ୍ୟ ବିଷୟରେ ଜାଣି ରଖନ୍ତୁ।

୧. କ୍ଷୀର: କ୍ୟାଲସିୟମ ଆମ ଶରୀରରେ ହାଡକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଓ ଉଚ୍ଚତା ବଢାଇବାରେ ସାହାର୍ଯ୍ୟ କରିଥାଏ। ତେଣୁ ଉଚ୍ଚତା ବଢେଇବା ପାଇଁ ଦିନକୁ ୨ରୁ୩ ଗ୍ଳାସ କ୍ଷୀର ପିଅନ୍ତୁ। ଏଥିରେ ଥିବା କ୍ୟାଲସିୟମ ଆପଣଙ୍କୁ ଡେଙ୍ଗା କରିବାରେ ମୁଖ୍ୟ ଭୂମିକା ନେଇଥାଏ । କମ ଚର୍ବିଯୁକ୍ତ ଟୋନ ମିଲ୍କ ଶରୀର ପାଇଁ ଉପାଦେୟ ହୋଇଥାଏ। ଏହାବ୍ୟତୀତ ଦୁଗ୍ଧଜାତୀୟ ଦ୍ରବ୍ୟ ଯଥା ଦହି,ଛେନା, କ୍ରିମରେ ଥିବା ଭିଟାମିନ ଏ,ବି,ଡି ଏବଂ ଇ ମଧ୍ୟ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ।

୨.ଫଳ ଓ ପନିପରିବା: ଫଳ ଓ ପନିପରିବା କେବଳ ଉଚ୍ଚତା ବଢାଇବାରେ ସାହାଯ୍ୟ କରିନଥାଏ ,ଏହାଦ୍ଵାରା ମଧ୍ୟ ଆପଣ ଏକ ସୁସ୍ଥ ଜୀବନଯାପନ କରିପାରିବେ। ଏଥିରେ ଭରପୁର ମାତ୍ରାରେ ଭିଟାମିନ,ଫାଇବର ଓ ପୋଟାସିୟମ ରହିଛି। ବିଭିନ୍ନ ଫଳ ମଧ୍ୟରେ ଅଙ୍ଗୁର, ଅମୃତଭଣ୍ଡା,ଆମ୍ବ,ତରଭୁଜ ଇତ୍ୟାଦି ଖାଆନ୍ତୁ। ସେହିପରି ପନିପରିବା ମଧ୍ୟରେ ଗାଜର,କଖାରୁ,କୋବି,କନ୍ଦମୂଳ ଖାଆନ୍ତୁ। ଏଥିରେ ଥିବା ଭିଟାମିନ ସି ଆପଣଙ୍କ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ।

୩.ଚିକେନ: ମାଂସଜାତୀୟ ଖାଦ୍ୟ ମଧ୍ୟରେ ଚିକେନରେ ବହୁତ ପରିମାଣର ପ୍ରୋଟିନ ରହିଥାଏ। ଯାହାକି ଆପଣଙ୍କ ଶରୀରରେ ନୂଆ ଟିସୁ ଓ ମାଂସପେଶୀ ଗଠନ କରିଥାଏ। ଆପଣଙ୍କ ଉଚ୍ଚତା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

୪. ଅଣ୍ଡା: ଅଣ୍ଡାର ଧଳା ଅଂଶରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ। ଦିନକୁ ୩ ରୁ ୪ଟି ଅଣ୍ଡା ଖାଇଲେ,ଏହା ଆପଣଙ୍କ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ।

୫.କଦଳୀ: କଦଳୀରେ ପୋଟାସିୟମ,କ୍ୟାଲସିୟମ,ମାଙ୍ଗାନିଜ ରହିଥାଏ ଯାହା ଆପଣଙ୍କ ଉଚ୍ଚତା ବଢାଇବାରେ ସାହାଯ୍ୟ କରିଥାଏ। ପ୍ରତିଦିନ କଦଳୀ ଖାଇବା ଦ୍ଵାରା ଆପଣ ଫରକ ଜାଣିପାରିବେ।

#health #height

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon