• padmabati kund

ଦେଖନ୍ତୁ : ରଜ ରିଲିଜରେ ଆସୁଥିବା ଓଲିଉଡ, ବଲିଉଡ ଫିଲ୍ମ


ରଜକୁ ମନୋରଞ୍ଜନରେ ଭରପୁର କରିବା ପାଇଁ ରିଲିଜ ହେବାକୁ ଯାଉଛି ଏକାଧିକ ଓଲିଉଡ ଓ ବଲିଉଡ ଫିଲ୍ମ। ଦର୍ଶକଙ୍କ ମନରେ ଘର କରିବା ପାଇଁ ସମସ୍ତ ଫିଲ୍ମର ନିର୍ମାଣକର୍ତ୍ତାମାନେ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଓଲିଉଡ ଓ ବଲିଉଡର ସୁପରଷ୍ଟାରମାନେ ମଧ୍ୟ ରଜରେ ନିଜ ଫ୍ୟାନ ମାନଙ୍କୁ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତି କରିସାରିଲେଣି। ଆସନ୍ତୁ ଜାଣିବା କେଉଁ ଓଲିଉଡ ଓ ବଲିଉଡ ଫିଲ୍ମ ଏଥର ରଜରେ ରିଲିଜ ହେବାକୁ ଯାଉଛି।

ଓଲିଉଡ

ସୁନ୍ଦରଗଡର ସଲମାନ ଖାନ: ତରଙ୍ଗ ସିନେ ପ୍ରଡକ୍ସନ ତରଫରୁ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ରଜରେ ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ “ସୁନ୍ଦରଗଡର ସଲମାନ ଖାନ”। ଏଥିର ମୁଖ୍ୟ ଭୂମିକାରେ ଓଲିଉଡର ଲଭରବୟ ବାବୁସାନଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ପୋଷ୍ଟରରୁ ଜଣାପଡୁଛିଯେ ବାବୁସାନଙ୍କୁ ଏଥିରେ ଦୁଇଟି ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ଅଭିନୟ କରିବେ ନବଗତା ନାୟିକା ଦିବ୍ୟା। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଫିଲ୍ମର ସମସ୍ତ ଗୀତ ରିଲିଜ ହୋଇସାରିଛି ଓ ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି।

ପ୍ରେମକୁମାର: ଏଥର ରଜରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ତାଙ୍କ ଫ୍ୟାନ ମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ଓଡିଆ ଫିଲ୍ମ “ପ୍ରେମକୁମାର”। ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମିତ ଏହା ଆକ୍ସନ ଓ ରୋମାଣ୍ଟିକ ଭିତ୍ତିକ ଫିଲ୍ମ ଅଟେ। ଏଥିରେ ଶିବାନୀଙ୍କୁ ଅନୁଭବଙ୍କ ନାୟିକା ଭାବରେ ଦେଖିବାକୁ ମିଳିବ। ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମଆନନ୍ଦ।

ଫୋର ଇଡିଅଟସ: ଜୀ ସାର୍ଥକ, ପ୍ରଯୋଜକ ଅକ୍ଷୟ କୁମାର ପାରିଜା ଓ ପ୍ରକାଶ ଏଣ୍ଟରଟେନେମେଣ୍ଟର ମିଳିତ ଆନୁକୁଲ୍ୟରେ ରିଲିଜ ହେବାକୁ ଯାଉଛି ଫିଲ୍ମ “ଫୋର ଇଡିଅଟସ”। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ଓ ନିର୍ଦ୍ଦେଶନା ଦେଉଛନ୍ତି ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ। ଏହି ଫିଲ୍ମରେ ଓଲିଉଡ ଇଣ୍ଡଷ୍ଟ୍ରୀର ଚାରିଟି ଯୋଡିଙ୍କୁ ଦେଖିବାକୁ ମିଳିବ। ସବ୍ୟସାଚୀ-ଏଲିନା, ଆକାଶ-ପୁନମ, ପପୁ ପମପମ-ଲିପ୍ସା ମିଶ୍ର ଓ କୁନା ତ୍ରିପାଠୀ-ଚାନ୍ଦିନୀ ଏଥିରେ ଅଭିନୟ କରିବେ।

ବଲିଉଡ

ରେସ3: ବଲିଉଡର ଭାଇଜାନ ସଲମାନ ଖାନ ଏଥର ରଜ ଓ ଇଦ୍ଦ ଅବସରରେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ହାଇବଜେଟ ଫିଲ୍ମ “ରେସ3”। ଏହି ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ଆକ୍ସନଡ୍ରାମା ଉପରେ ଆଧାରିତ। ଏଥିରେ ସଲମାନଙ୍କ ବ୍ୟତୀତ ଅନିଲ କପୁର,ବବି ଦେଓଲ, ଜ୍ୟାକଲିନ ଫର୍ଣ୍ଣାଡିସ, ଡେଜି ଶାହ ଦେଖିବାକୁ ମିଳିବ।ଏହା ଜୁନ15ରେ ରିଲିଜ ହେବ।

କାଲା: ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ “କାଲା” ଆସନ୍ତା ଜୁନ8 ତାରିଖରେ ରିଲିଜ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ପି.ଏ.ରଞ୍ଜିତ। ରଜନୀକାନ୍ତକୁ ଏଥିରେ ଡନ ଭୂମିକାରେ ଦେଖିବାକୁ ମିଳିବ। ହୁମା କ୍ୟୁରେଶୀଙ୍କୁ ନାୟିକା ଭାବରେ ଦେଖିବାକୁ ମିଳିବ।

ସଞ୍ଜୁ: ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ସଞ୍ଜୁ” ମଧ୍ୟ ରିଲିଜ ହେବାକୁ ଯାଉଛି। ଏଥିରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ରଣବୀରଙ୍କ ବ୍ୟତୀତ ଅନୁଷ୍କା ଶର୍ମା,ପରେଶ ରାୱଲ, ସୋନମ କପୁର ଓ ଦିୟା ମିର୍ଜାଙ୍କୁ ଦେଖିବାକୁ ମିଳିବ।

#cinema #olywood #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon