- padmabati kund
ପ୍ରଶଂସା ସାଉଁଟୁଛି ବିରାଟ କୋହଲିଙ୍କ ମହମ ମୂର୍ତ୍ତି

କ୍ରିକେଟ ହେଉ କିମ୍ବା ଫିଲ୍ମ ଷ୍ଟାର ହୁଅନ୍ତୁ, ଫ୍ୟାନ ମାନେ ଏମାନଙ୍କ ସହ ଦେଖାକରିବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିଥାନ୍ତି। ତାପରେ ସେମାନଙ୍କୁ ଷ୍ଟାରମାନଙ୍କର ଫୋଟୋ କିମ୍ବା ଅଟୋଗ୍ରାଫ ମିଳିଥାଏ। କିନ୍ତୁ ବର୍ତ୍ତମାନ କ୍ରିକେଟ ଷ୍ଟାର ବିରାଟ କୋହଲି ତାଙ୍କର ଫ୍ୟାନମାନଙ୍କୁ ଦିଲ୍ଲୀର ମେଡମ ତୁସାଦ ମ୍ୟୁଜିୟମରେ ଫୋଟୋଗ୍ରାଫ ପାଇଁ ଅପେକ୍ଷା କରିଛନ୍ତି।
କଥାଟି ସତ ।ଗତ ଜୁନ୬ ତାରିଖରେ ବିରାଟଙ୍କ ମହମ ମୂର୍ତ୍ତୀକୁ ଏହି ମ୍ୟୁଜିୟମରେ ରଖା ଯାଇଛି।
କପିଳ ଦେବ ଓ ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ପ୍ଲେୟାର ତଥା ଅଧିନାୟକ ବିରାଟ କୋହଲିଙ୍କର ମହମ ମୂର୍ତ୍ତୀ ଏବେ ଦିଲ୍ଲୀର ,ମେଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଛି। ଏହି ମୂର୍ତ୍ତୀରେ ବିରାଟ ୱାନଡେ ଜର୍ଶୀ ପିନ୍ଧିଛନ୍ତି ଓ ହାତରେ ଏମ.ଆର.ଏଫ ର ବ୍ୟାଟ ଧରି ବ୍ୟାଟିଙ୍ଗ କରିବା ପୋଜିସନରେ ଅଛନ୍ତି।
ବିରାଟଙ୍କ ମୂର୍ତ୍ତୀକୁ ବହୁତ ନ୍ୟାଚୁରାଲ ଲୁକ ଦିଆଯାଇଛି। ବିରାଟଙ୍କ ହାତରେ ଥିବା ଟାଟୁ ମଧ୍ୟ ବହୁତ ଭଲ ଭାବରେ ଦେଖାଯାଉଛି। ବିରାଟଙ୍କ ପ୍ରସଂଶକ ମାନେ ଏହି ମହମ ମୂର୍ତ୍ତୀକୁ ନେଇ ବହୁ ଉତ୍କଣ୍ଠିତ ଅଛନ୍ତି। ଗତ ମଙ୍ଗଳବାର ଦିନ ବିରାଟ ୟୁ-ଟ୍ୟୁବରେ ଏକ ଭିଡିଓ ଶେୟର କରିଥିଲେ ଓ ଏହି ମହମ ମୂର୍ତ୍ତୀ ପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ।
ମୂର୍ତ୍ତି ଭାଙ୍ଗିଲା
ଦିଲ୍ଲୀର ଏହି ମ୍ୟୁଜିୟମରେ ଥିବା ମହମ ମୂର୍ତ୍ତୀ ଗୁଡିକୁ ଲୋକମାନେ ଛୁଇଁପାରିଥାନ୍ତି ଓ ଫୋଟୋ ମଧ୍ୟ ଉଠାଇ ପାରିଥାନ୍ତି। ଏଠାରେ ବିରାଟ କୋହଲିଙ୍କ ମୂର୍ତ୍ତୀକୁ ନେଇ ଅଧିକ ଭିଡଯୋଗୁ ପ୍ରଥମ ଥର ପାଇଁ ଏଠାରେ କୌଣସି ମୂର୍ତ୍ତୀକୁ ହାନୀ ପହଞ୍ଚିଛି। ବିରାଟ କୋହଲିଙ୍କ ସହ ଫୋଟୋ ନେବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଠେଲାପେଲା ହେଲାବେଳେ ବିରାଟଙ୍କ ମୂର୍ତ୍ତୀରୁ କାନଟି ଭାଙ୍ଗିଯାଇଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ସଜାଡି ଦିଆଯାଇଛି।
ଏହି ନିକଟ ଅତୀତରେ ମଧ୍ୟ ବିରାଟଙ୍କୁ ଫୋର୍ବସ ତରଫରୁ ବିଶ୍ଵର ଦାମୀ ଖେଳାଳୀ ତାଲିକାରେ ମଧ୍ୟ ସାମିଲ କରାଯାଇଛି। ସେ ଏହି ତାଲିକାରେ ଏକମାତ୍ର ଭାରତୀୟ ଓ ଏକମାତ୍ର କ୍ରିକେଟ ଖେଳାଳୀ ଅଟନ୍ତି। ଚଳିତବର୍ଷ ବିରାଟ ମଧ୍ୟ ଅନୁଷ୍କାଙ୍କ ସହ ବିବାହ କରିଛନ୍ତି ଓ ଅନୁଷ୍କା ତାଙ୍କ ପାଇଁ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଉଛି।