- padmabati kund
ସପ୍ତମ ପାସଙ୍କ ପାଇଁ ଓୟୁଏଟିରେ ନିଯୁକ୍ତି ସୁଯୋଗ

ଓଡିଶା ୟୁନିଭରସିଟି ଅଫ ଏଗ୍ରୀକଲଚର ଆଣ୍ଡ ଟେକ୍ନୋଲୋଜି, ଭୁବନେଶ୍ଵର ତରଫରୁ ଲାବରୋଟାରୀ ଆଟେଣ୍ଡାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଛି। ସପ୍ତମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀମାନେ ଏହି ପଦପାଇଁ ଆବେଦନ କରିପାରିବେ। ଏହି ଚାକିରୀ ଚୁକ୍ତିଭିତ୍ତିକ ରହିବ। ଭାରତ ସରକାରଙ୍କର ବାୟୋଟେକ୍ନୋଲୋଜି ବିଭାଗରେ ନିଯୁକ୍ତି ଦିଆଯିବ।
ଭାରତ ସରକାରଙ୍କର ଏକ ରିସର୍ଚ ପ୍ରୋଜେକ୍ଟକୁ ପରିଚାଳିତ କରୁଥିବା ପ୍ରିଭେଣ୍ଟିଭ ମେଡ଼ିସିନ ବିଭାଗ, ଭେଟେରିନରୀ ସାଇନ୍ସ ଆଣ୍ଡ ଆନିମଲ ହଜବାଣ୍ଡରୀ କଲେଜ ଓ ଓଡିଶା ୟୁନିଭରସିଟି ଅଫ ଏଗ୍ରୀକଲଚର ଆଣ୍ଡ ଟେକ୍ନୋଲୋଜି, ଭୁବନେଶ୍ଵର ତରଫରୁ ଏହି ନିଯୁକ୍ତି ସାକ୍ଷାତକର ମାଧ୍ୟମରେ କରାଯିବ। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.5000ଦରମା ଦିଆଯିବ।
ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଜୁନ 16 ତାରିଖ ସକାଳ 11ଟା ସମୟରେ ଓଡିଶା ୟୁନିଭରସିଟି ଅଫ ଏଗ୍ରୀକଲଚର ଆଣ୍ଡ ଟେକ୍ନୋଲୋଜି, ଭୁବନେଶ୍ଵରରେ ସାକ୍ଷାତକାର ପାଇଁ ଉପସ୍ଥିତ ହେବେ। ସାକ୍ଷାତକାର ପାଇଁ ସାଙ୍ଗରେ ଆଟେଷ୍ଟେଡ ହୋଇଥିବା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର ଜେରକ୍ସ ଓ ଅଭିଜ୍ଞତା ପ୍ରମାଣ ପତ୍ର ଆଣିଥିବେ। ଏହି ସାକ୍ଷାତକରଟି ଓଡିଶା ୟୁନିଭରସିଟି ଅଫ ଏଗ୍ରୀକଲଚର ଆଣ୍ଡ ଟେକ୍ନୋଲୋଜିର “ଡିନ ରିସର୍ଚ ସେଣ୍ଟର” କମିଟି ରୁମରେ ଅନୁଷ୍ଠିତ ହେବ।
ଏହି ନିଯୁକ୍ତି ପରେ ପ୍ରାର୍ଥୀମାନେ ଫିଲ୍ଡ କାମ ଯେପରିକି ଲାବରୋଟାରୀ ରକ୍ଷଣା ବେକ୍ଷଣା ଓ ଅନ୍ୟାନ୍ୟ ରାଜ୍ୟରୁ ହାତୀ ମାନଙ୍କର ବାୟୋ ସାମ୍ପଲ ବିଷୟରେ ବୁଝାବୁଝି କରିବେ। ଏହି ଚାକିରୀ ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ ଅଟେ ଓ ପ୍ରୋଜେକ୍ଟ କାମ ସାରିବା ପର୍ଯ୍ୟନ୍ତ ଆପଣ ଏହି ଚାକିରୀରେ ରହିବେ। ଇଚ୍ଛୁକ ପ୍ରାର୍ଥୀମାନଙ୍କର ପୂର୍ବରୁ ଲାବରୋଟାରୀ କାମ ଓ ଫିଲ୍ଡ କାମ ଉପରେ ଅଭିଜ୍ଞତା ଥିବା ଆବଶ୍ୟକ। କମ୍ପ୍ୟୁଟର ଶିଖିଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧୀକାର ଦିଆଯିବ।