• Somyadeep Prasad

ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟରେ ଖୋଲିଲା ନୂଆ ବିଭାଗ , ଏତିକି ପାଇବେ ଶିକ୍ଷକ ଚାକିରୀ


ଉତ୍ତର ଓଡିଶାର ବିଶ୍ଵବିଦ୍ୟାଳୟ ବାରିପଦା ପରିସରରେ କିଛି ନିୟମିତ ବିଭାଗ ଖୋଲିବାକୁ ଯାଉଛି ଯେଉଁଥିପାଇଁ ପ୍ରାୟ 55 ଜଣ ନୂଆ ଶିକ୍ଷକ ପଦବୀ ବାହାରିପାରେ । ବିଭାଗ ଗୁଡିକ ହେଲା ଆନ୍ଥ୍ରୋପୋଲୋଜି (ନୃତତ୍ତ୍ଵ ବିଜ୍ଞାନ) ଓ ଟ୍ରାଇବାଲ ସ୍ଟଡିଜ (ଆଦିବାସୀ ଶିକ୍ଷା)), ୱାଇଲ୍ଡ ଲାଇଫ ଓ ବାୟୋ ଡ୍ରାଇଭରସିଟି କନଜରଭେସନ (ବନ୍ୟପ୍ରାଣୀ ଓ ଜୈବ୍ୟ ବିବିଧତା ସଂରକ୍ଷଣ), ମାଷ୍ଟର ଅଫ ସୋସିଆଲ ୱାର୍କ ,ଏମବିଏ, ଗଣିତ,ଶିକ୍ଷା (ଏମଏ), କମ୍ପୁଟର ସାଇନ୍ସ (ଏମସିଏ) ଏବଂ ଇଣ୍ଟିଗ୍ରେଟେଡ ବିଏଡ-ଏମଏଡରେ ସ୍ନାତକୋତ୍ତର ବିଭାଗ ।

ଉତ୍ତର ଓଡିଶାର ବିଶ୍ଵବିଦ୍ୟାଳୟରେ ସ୍କୁଲ ଅଫ ଲାଙ୍ଗୁଏଜ ଅଧୀନରେ ନିୟମିତ (ରେଗୁଲାର) ଇଂରାଜୀ ଓ ସାନ୍ତାଳି ବିଭାଗରେ ପିଜି (ପୋଷ୍ଟ ଗ୍ରାଜୁଏସନ) ଖୋଲାଯାଇ ଏଥିନିମନ୍ତେ ଆବଶ୍ୟକ ପ୍ରଫେସର ,ସହଯୋଗୀ ପ୍ରଫେସର ଏବଂ ସହକାରୀ ପ୍ରଫେସର ନିଯୁକ୍ତି ଦିଆଯିବ ବୋଲି ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଅନୁମୋଦନ କରିଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ବାରିପଦା ପରିସରରେ ଉପରୋକ୍ତ ବିଷୟରେ ନିୟମିତ (ରେଗୁଲାର) ଭାବରେ ପିଜି ବା ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯିବା ସହିତ ଏଥି ନିମନ୍ତେ ଆବଶ୍ୟକ ହେଉଥିବା ପ୍ରଫେସର , ସହଯୋଗୀ ପ୍ରଫେସର ଏବଂ ସହକାରୀ ପ୍ରଫେସର ପ୍ରସ୍ତାବ ଅନୁଧ୍ୟାନ କରିସାରିବା ପରେ ଅର୍ଥ ବିଭାଗ ଏହାକୁ ମଞ୍ଜୁରୀ କରିଛି ।

ଉପରୋକ୍ତ ବିଭାଗ ଗୁଡିକରେ ନିଯୁକ୍ତି ପାଇଁ ପ୍ରଫେସର ପଦ ୯ ଜଣ , ୮ ଜଣ ସହଯୋଗୀ ପ୍ରଫେସର ବା ଆସୋସିଏଟ ପ୍ରଫେସର ଏବଂ ୨୮ ଜଣ ସହକାରୀ ପ୍ରଫେସର ବା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହା ଆଗାମୀ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରାଯିବ ବୋଲି ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟରେ ଏହି ସବୁ ବିଭାଗ ଥିଲେ ମଧ୍ୟ ଏସବୁ ସ୍ଥାୟୀ ହେଇ ନ ଥିଲା । ଏବେ ଏହି ସବୁ ବିଭାଗ ଯୋଡି ହେବା ପରେ, ବିଶ୍ଵବିଦ୍ୟାଳୟରେ ମୋଟ ବିଭାଗ ସଂଖ୍ୟା 20ରେ ପହଞ୍ଚିଛି ।

#job #governmentjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon