• padmabati kund

ଏମିତି ବସିଲେ ହେବନାହିଁ ଅଣ୍ଟାବିନ୍ଧା


ଅଣ୍ଟାବିନ୍ଧା ପ୍ରାୟ ୩୫ବର୍ଷରୁ ଅଧିକ ବୟସର ଲୋକମାନଙ୍କ ଠାରେ ଦେଖାଯାଇଥାଏ,ମାତ୍ର ବର୍ତ୍ତମାନ ଏହା ୨୦ରୁ ୨୫ ବର୍ଷ ବୟସର ବ୍ୟକ୍ତିଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି। ପ୍ରାୟ ଲୋକ ବସିବାପରେ ଉଠିବାକୁ କଷ୍ଟ ଅନୁଭବ କରିଥାନ୍ତି ଓ ଉଠିଲାପରେ ବସିବାକୁ କଷ୍ଟ ଅନୁଭବ କରିଥାନ୍ତି।

ଏହାର ମୁଖ୍ୟ କାରଣ ହେଉଛି ଆପଣଙ୍କ ତଳ ମେରୁଦଣ୍ଡରେ ଅଚାନକ ଚାପ ପଡିବା, ଯାହାକି ହଠାତ୍ ଝଟକା ଲାଗିବା ଦ୍ଵାରା ହୋଇଥାଏ। ଏହାବ୍ୟତୀତ ଆପଣଙ୍କର ବସିବାଶୈଳୀ ଉପରେ ମଧ୍ୟ ଏହା ନିର୍ଭର କରିଥାଏ। ବସିବାର ଶୈଳୀ ଅନୁସାରେହିଁ ଆପଣଙ୍କର ମାଂସପେଶୀ ଉପରେ ପ୍ରଭାବ ପଡିଥାଏ, ଯାହା ପରବର୍ତ୍ତୀ ସମୟରେ ଅଣ୍ଟାବିନ୍ଧାର ରୂପ ନେଇଥାଏ।

ଅଣ୍ଟାବିନ୍ଧା ହେବାର ବହୁତ ଗୁଡିଏ କାରଣ ରହିଥାଏ।ଅଣ୍ଟାବିନ୍ଧା ଯଦି ଦିନେ ଦୁଇଦିନ ପର୍ଯ୍ୟନ୍ତ ହୋଇଥାଏ ତେବେ କିଛି ଚିନ୍ତାର ବିଷୟ ହୋଇନଥାଏ କିନ୍ତୁ ଯଦି ଏହା ଦିନକୁ ଦିନ ବଢିବାରେ ଲାଗେ ତେବେ ଆପଣଙ୍କୁ ଆପଣଙ୍କର ବସିବାର ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ।

. ଚେୟାରରେ ବସିବା ସମୟରେ ପ୍ରଥମେ ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସିଧା ଭାବରେ ବସନ୍ତୁ ଓ ୧୦ମିନିଟ ପରେ ଧୀରେ ଧୀରେ ନିଜ ଆରାମ ଅନୁସାରେ ବସନ୍ତୁ। ଅଣ୍ଟାକୁ ୧୦ଡିଗ୍ରୀରୁ ଅଧିକ ନୁଆଁନ୍ତୁ ନାହିଁ। ଗୋଇଠି ଏବଂ ଗୋଡକୁ ଚଟାଣରୁ ସିଧା କରି ରଖନ୍ତୁ। ଏହା ଆପଣଙ୍କ ପାଇଁ ସବୁଠାରୁ ଭଲ ବସିବା ଶୈଳୀ ଅଟେ। ପ୍ରତିଦିନ ଏହିପରି ଭାବରେ ବସିବା ଦ୍ଵାରା ଆପଣଙ୍କର ଅଣ୍ଟାବିନ୍ଧା ହେବାର ଆଶଙ୍କା କମ ରହିଥାଏ।

.ଶିଡି ଚଢିବା ସମୟରେ ମଧ୍ୟ ଆପଣଙ୍କୁ ଏକ ସଠିକ ଢଙ୍ଗରେ ଚଢିବାକୁ ପଡିବ। ଶିଡି ଚଢିବାବେଳେ ଶିଡିରେ ଥିବା ବାଡକୁ ହାତରେ ଜୋରରେ ଧରନ୍ତୁ। ଆପଣଙ୍କର ପାଦ କିମ୍ବା ପାଦର ଅଙ୍ଗୁଳି ଉପରେ ସମସ୍ତ ଚାପ ପକାଇ, ଅଣ୍ଟାକୁ ସିଧା ରଖି ଶିଡି ଉପରେ ଚଢନ୍ତୁ।

. ଯଦି ଆପଣ ହାଇ-ହିଲ ଚପଲ ପିନ୍ଧୁଛନ୍ତି ତେବେ ତୁରନ୍ତ ଏହି ଅଭ୍ୟାସକୁ ଛାଡନ୍ତୁ। ଏପରି ଚପଲ ପିନ୍ଧିବା ଆପଣଙ୍କ ଅଣ୍ଟା ପାଇଁ ଆଦୌ ଭଲ ନୁହେଁ। ତେଣୁ ସବୁବେଳେ ଫ୍ଲାଟ ଚପଲ ବ୍ୟବହାର କରନ୍ତୁ।

. ଆପଣ ସ୍ମାର୍ଟଫୋନ ବ୍ୟବହାର କରିବା ସମୟରେ ମଧ୍ୟ ସାବଧାନତା ଅବଲମ୍ବନ କରନ୍ତୁ। ମୋବାଇଲ ଧରିବା ବେଳେ ବେକ ଓ ଅଣ୍ଟାକୁ ସିଧା ରଖନ୍ତୁ ଏବଂ ଆଖିଠାରୁ ତଳକୁ ମୋବାଇଲ ସ୍କ୍ରିନକୁ ରଖି ବ୍ୟବହାର କରନ୍ତୁ।

.ଅଣ୍ଟାରେ ଚାପ ପଡିବାପରି କୌଣସି ବ୍ୟାୟମ କିମ୍ବା କସରତ କରନ୍ତୁ ନାହିଁ। ଅଣ୍ଟା ଓ ଶରୀରର ପଛଭାଗକୁ ନୂଆଁଇ ବ୍ୟାୟମ କରନ୍ତୁ।

#health #lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon