• padmabati kund

ପୁରୀ ମନ୍ଦିର ଓଡିଶା ସରକାରଙ୍କ ହାତରୁ ମୁକୁଳିବ:ସୁବ୍ରମଣ୍ୟମ୍ ସ୍ଵାମୀ


ନିକଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାକୁ ନେଇ ରାଜନୈତିକ ଉଷ୍ମତା କମି ନ ଥିବା ବେଳେ ବିଜେପିର ବୌଦ୍ଧିକ ବର୍ଗରେ ଗଣାଯାଉଥିବା ନେତା ସୁବ୍ରମଣ୍ୟମ୍ ସ୍ଵାମୀ ଏକ ବିସ୍ଫୋରକ ଟ୍ଵିଟ କରି କହିଛନ୍ତି ଯେ ତିରୁପତି ମନ୍ଦିରକୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦଖଲରୁ ମୁକ୍ତ କରିବା ପରେ ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଓଡିଶା ସରକାରଙ୍କ ଦଖଲରୁ ମୁକୁଳାଇବେ।

ଦୀପାବଳି ପୂର୍ବରୁ ରାମମନ୍ଦିର କେସକୁ ସାରିବା ପାଇଁ ସୁବ୍ରମଣ୍ୟମ ସ୍ଵାମୀ ଜଗତଗୁରୁ ଶଙ୍କରଚାର୍ଜ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଆସିଥିଲେ।ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ଗତକାଲି ଜଗତଗୁରୁ ଶଙ୍କାରାଚାର୍ଜ୍ୟଙ୍କ ସହ ଦେଖାକରି କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦାୟିତ୍ଵ ରାଜ୍ୟ ସରକାରଙ୍କ ଠାରୁ ମୁକ୍ତ କରାଯିବ ଆବଶ୍ୟକ।

ସୁବ୍ରମଣ୍ୟମ୍ ସ୍ଵାମୀ ପୂର୍ବରୁ କେଶ ଲଢି ତାମିଲନାଡୁର ଏକ ପୁରାତନ ମନ୍ଦିରକୁ ସେଠାକାର ସରକାରଙ୍କ କବଳରୁ ମୁକ୍ତ କରିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପରେ ମନ୍ଦିର ପ୍ରଶାସନ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପକୁମାର ଜେନା କହିଛନ୍ତି ଯେ,ଶ୍ରୀମନ୍ଦିର ହୁଣ୍ଡିରୁ ବାହାରୁଥିବା ଅଳଙ୍କାର ସବୁକୁ ଏଣିକି ଷ୍ଟେଟ ବ୍ୟାଙ୍କ ଲକରରେ ରଖାଯିବ। ଦୀର୍ଘ ତିରିଶ ବର୍ଷ ଧରି ମନ୍ଦିର ହୁଣ୍ଡିରୁ ବାହାରିଥିବା 15କିଗ୍ରା ସୁନାକୁ ବ୍ୟାଙ୍କ ଲକରକୁ ସ୍ଥାନାନ୍ତରିତ କରିବାକୁ ଗତ ବୁଧବାର (ଜୁନ ୬)ରେ ଆଦେଶ ଦେଇଛନ୍ତି।

ପୂର୍ବରୁ 1983ରୁ 1993 ମସିହା ପର୍ଯ୍ୟନ୍ତ ସମସ୍ତ ଅଳଙ୍କାର ଏସ.ବି.ଆଇ ଲକରରେ ରଖାଯାଇଥିଲା ଓ ତା ପରଠାରୁ ଏ ପର୍ଯ୍ୟନ୍ତ ଅଳଙ୍କାର ଶ୍ରୀମନ୍ଦିର ଟ୍ରେଜେରୀରେ ରହିଆସୁଥିଲା।

ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ 4 ତାରିଖରେ ଏକ ଟିମ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇ ଥିଲେ ହେଁ ସେମାନେ ଭିତରକୁ ପ୍ରବେଶ କରି ପାରି ନ ଥିଲେ । ସେତେବେଳେ ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ କି ରତ୍ନ ଭଣ୍ଡାରର କାନ୍ଥ ଯାଞ୍ଚ କରାଯାଉଥିବାରୁ ଭିତରକୁ ଯିବାର ଅବଶ୍ୟକତା ନ ଥିଲା । ହେଲେ ପରେ ଜଣା ପଡିଲା ଯେ ଚାବି ନ ଥିବାରୁ ରତ୍ନ ଭଣ୍ଡାର ଭିତରକୁ କେହି ଯାଇ ପାରୁ ନ ଥିଲେ ।

ମୁଖ୍ୟମନ୍ତ୍ରୀ ଏହାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ବିରୋଧୀ ଦଳ ଏହାକୁ ସମାଲୋଚନା କରିଥିଲା।

ରତ୍ନଭଣ୍ଡାରର ଏହି ଚାବି ହଜିବା ଘଟଣା ସବୁ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ଆଗକୁ ରଥଯାତ୍ରା ଆସୁଥିବାବେଳେ ଚାବି ନଥିଲେ ରତ୍ନଭଣ୍ଡାରରେ ପଡିଥିବା ତାଲାକୁ ଭାଙ୍ଗିବାପାଇଁ ମନ୍ଦିର ପରିଚାଳନା କମିଟି ଅନୁମତି ଦେବାକୁ ନିବେଦନ କରାଯାଇଛି।

#temple #politics

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon