• Somyadeep Prasad

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ମହିଳା କ୍ରିକେଟର ମିତାଲି ରାଜ


ଭାରତର ପ୍ରଥମ କ୍ରିକେଟର ଭାବେ ମିତାଲି ରାଜ  ଟ୍ୱେଣ୍ଟି-୨୦  ଆନ୍ତର୍ଜାତୀୟ କ୍ରିକେଟରେ ୨୦୦୦ ରନ  କରି କୀର୍ତ୍ତୀମାନ ପ୍ରତିଷ୍ଠା କରିଛନ୍ତି । ଏହି ସପ୍ତାହରେ ଗୁରୁବାର ଦିନ କୁଆଲାଲୁମ୍ପୁରରେ ଚାଲିଥିବା ଏସିଆ କପ ଟ୍ୱେଣ୍ଟି -୨୦ ପ୍ରତିଯୋଗିତା ଅବସରରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨୩ ରନ କରି ୨୦୦୦ ରନ ପୂରଣ କରିବାରେ ପ୍ରଥମ ଭାରତୀୟ ହୋଇଥିବା ବେଳେ ଆନ୍ତର୍ଜାତୀୟ କ୍ରିକେଟରେ  ସପ୍ତମ ମହିଳା ବ୍ୟାଟ୍ସମ୍ୟାନ ଭାବେ କୀର୍ତ୍ତୀମାନ ପ୍ରତିଷ୍ଟା କରିଛନ୍ତି । ଆଉ ଏହି କ୍ଷେତ୍ରରେ ସେ ଭାରତ ପୁରୁଷ ଦଳର ଅଧିନାୟକ ବିରାଟ କୋହଲିଙ୍କୁ   ପଛରେ ପକାଇ ଟ୍ୱେଣ୍ଟି-୨୦  ଆନ୍ତର୍ଜାତୀୟ କ୍ରିକେଟରେ  ପ୍ରଥମ ଭାରତୀୟ ହେବାର ଗୌରବ  ଅର୍ଜନ କରିଛନ୍ତି । ୨୦୧୦ ରୁ  ଟ୍ୱେଣ୍ଟି-୨୦  ଆନ୍ତର୍ଜାତୀୟରେ  ପଦାର୍ପଣ କରିଥିବା  କୋହଲି  ୫୭ ଟି ଟ୍ୱେଣ୍ଟି-୨୦  ଆନ୍ତର୍ଜାତୀୟ ମ୍ୟାଚ ଖେଳି ମୋଟ ୧,୯୮୩ ରନ କରିଥିବା ବେଳେ  ୩୫ ବର୍ଷୀୟ ମହିଳା ବ୍ୟାଟ୍ସମ୍ୟାନ ମିତାଲି  ରାଜ ୭୪ ଟି ଟ୍ୱେଣ୍ଟି-୨୦  ଆନ୍ତର୍ଜାତୀୟ ମ୍ୟାଚରେ ୧୪ ଟି ଅର୍ଦ୍ଧଶତକ କରି ମୋଟ ୨୦୧୫ କରିଛନ୍ତି ।

 ତାଙ୍କର ଆଭରେଜ ସ୍କୋର  ହାର  ୩୮.୦୧ ଥିବାବେଳେ  ମିତାଲିଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ରହିଛି ୭୬ ରେ ନଟ ଆଉଟ । ସେହିପରିକୋହଲିଙ୍କ ସର୍ବାଧିକ ସ୍କୋର ରହିଛି ୯୦ ରନ । ଏହି ୩୫ ବର୍ଷୀୟ  ଭାରତୀୟ ମହିଳା କ୍ରିକେଟର ଭାରତୀୟ ମହିଳା କ୍ରିକେଟରେ ସର୍ବାଧିକ  ମ୍ୟାଚ ଖେଳିବାର ଗୌରବ ପାଇଛନ୍ତି।    ମିତାଲିଙ୍କ  ଟ୍ୱେଣ୍ଟି-୨୦  ଆନ୍ତର୍ଜାତୀୟ କ୍ରିକେଟରେ  ୨୦୧୫ ରନ ର କୀର୍ତ୍ତିମାନ ପାଇଁ ଭାରତୀୟ  କ୍ରିକେଟ ବୋର୍ଡ (ବିସିସିଆଇ) ଏବଂ ଆନ୍ତର୍ଜାତୀୟ  କ୍ରିକେଟ ପରିଷଦ (ଆଇସିସି) ଟ୍ଵିଟରେ  ମିତାଲିଙ୍କୁ ଅଭିନଦନ ଜଣାଇଛନ୍ତି । ଏହା ପୂର୍ବରୁ ସେ ମଧ୍ୟ ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବାର ରେକର୍ଡ କରିଥିଲେ । ମିତାଲି ଏବେ ୧୯୪   ଦିନିକିଆ ମ୍ୟାଚରୁ  ମୋଟ ୬୩୭୩ ରନ କରିଛନ୍ତି ଯାହାକି ବିଶ୍ଵର ଯେକୌଣସି  ମହିଳା କ୍ରିକେଟର ତୁଳନାରେ  ସର୍ବାଧିକ ।

#cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon