• Somyadeep/ Padmabati

+୨ ରେଜଲ୍ଟ: ଆର୍ଟ୍ସରେ ପୁରୀ, କମର୍ସରେ ନୟାଗଡ ପାସହାର ଅଧିକ


ମେ’ ମାସରେ ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ଶିକ୍ଷା ବୋର୍ଡର +2 ବିଜ୍ଞାନ ଫଳ ପ୍ରକାଶ ପାଇବା ପରେ ଶନିବାର ସକାଳେ ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ କଳାରେ ୨ଲକ୍ଷ ୨୪ ହଜାରରୁ ଅଧିକ, ବାଣିଜ୍ୟରେ ୨୭ହଜାର ୫ଶହରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୮ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ପରୀକ୍ଷାର୍ଥୀ ମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.chseodisha.nic.in ଏବଂ www.orissaresults.nic.in ରେ ରୋଲ ନମ୍ବର ଓ ରେଜିଷ୍ଟ୍ରେଶନ ନମ୍ବର ଦେଇ ପରୀକ୍ଷା ଫଳ ଚେକ କରିପାରିବେ।

ଚଳିତ ବର୍ଷ ଆର୍ଟସରେ ମୋଟ ପାସ୍ ହାର ୭୦.୧୭%ରହିଛି। ପ୍ରଥମ ଶ୍ରେଣୀରେ ୧୯, ୯୯୩ ଛାତ୍ରଛାତ୍ରୀ, ୨ୟ ଶ୍ରେଣୀ- ୨୬, ୦୭୬ ଓ ୩ୟ ଶ୍ରେଣୀ- ୧, ୧୨, ୧୪୩ରେ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପାସ୍ ହାରରେ ପୁରୀ ଜିଲ୍ଲା ପ୍ରଥମ (୭୯.୮୭%) ଥିବାବେଳେ ନବରଙ୍ଗପୁର ଜିଲ୍ଲା ସର୍ବନିମ୍ନ ୪୭.୫୮% ରହିଛି ।

ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ଚଳିତ ଥରର ପାସ୍ ହାର ୭୪.୯୧%। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର- ୯୫.୫୯% ଥିବାବେଳେ ଦେବଗଡ଼ ଜିଲ୍ଲା ସର୍ବନିମ୍ନ, ପାସ୍ ହାର- ୪୫.୦୭% ରହିଛି ।

ଧନ୍ଦାମୂଳକ ଶିକ୍ଷାରେ ୭,୯୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪,୧୯୧ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୨.୬୧% ରହିଛି।୨,୦୮୦ ଜଣ ଛାତ୍ର ପାସ୍ କରିଥିବା ବେଳେ ୨,୧୧୧ ଜଣ ଛାତ୍ରୀ ପାସ୍ କରିଛନ୍ତି।

ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟର ରି-ଚେକିଂ ପାଇଁ ଜୁନ୍ ୨୫ ସୁଦ୍ଧା ‌ଆବେଦନ କରିପାରିବେ। ରେଜଲ୍ଟ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ ଆଜି ଦ୍ୱିତୀୟ ଶନିବାର ସରକାରୀ ଛୁଟି ଥିବା ସତ୍ତ୍ୱେ ରେଜଲ୍ଟ ପ୍ରକାଶ ପାଇଛି।

+୩ ନାମଲେଖା ତାରିଖ ଚଳିତ ବର୍ଷ ରାଜ୍ୟରେ +୩ ପାଇଁ ନାମଲେଖାର ଆବେଦନ ପ୍ରକ୍ରିୟା ଜୁନ 12ରୁ ଆରମ୍ଭ ଜୁଲାଇ 21 ପର୍ଯ୍ୟନ୍ତ ଚାଲିବ । ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କର ପାଠପଢା ଆସନ୍ତା ଜୁଲାଇ 16ରୁ ଆରମ୍ଭ ହେବ ବୋଲି ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଚଳିତ ବର୍ଷ ଯୁକ୍ତ ତିନି ବର୍ଷ କଳା,ବାଣିଜ୍ୟ,ବିଜ୍ଞାନ ଏବଂ ସଂସ୍କୃତ ପାଠ ପଢିବାକୁ କଲେଜରେ ନାମଲେଖା ପାଇଁ ଅନଲାଇନ ଆପ୍ଲିକେଶନ ଫର୍ମ ଆସନ୍ତା ମଙ୍ଗଳବାର ଦିନ (ଜୁନ ୧୨) ସକାଳ ୬ଠାରୁ ଉପଲବ୍ଧ ହେବ । ଅଫଲାଇନ ଫର୍ମ ସକାଳ 10ଟାରେ କଲେଜ ସାମସ ରିସୋସ ସେଣ୍ଟର (ଏସ୍ଆରସି)ରେ ମିଳିବ । ଜୁନ 26 ଅନଲାଇନ ଆବେଦନର ଶେଷ ତାରିଖ ଥିବା ବେଳେ ଜୁନ 27 ଅପରାହ୍ନ 5ଟା ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀ ମାନେ ସମସ୍ତ ଡକୁମେଣ୍ଟ ଏବଂ ଫି’ ଦାଖଲ କରିପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସେହିଭଳି ଜୁନ 29 ତାରିଖ ଦିନ ଅନଲାଇନ ଭାଲିଡ଼େସନ ଓ ଅଫଲାଇନ ଡିଜିଟାଇଜେସନ କରି ଇ-ସେଣ୍ଟର ରେ ଅପଡେଟ କରିବାର ଶେଷ ତାରିଖ ରହିଛି ।

କଟ୍-ଅଫ ତାରିଖ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କର ତାଲିକା ଜୁଲାଇ 3 ତାରିଖ ଦିନ ସକାଳ 11ଟାରେ ପ୍ରକାଶ ପାଇବ ।

ଏହି ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ 4 ରୁ 7 ମଧ୍ୟରେ ନାମଲେଖାଇ ପାରିବେ।

ସେହିପରି ଦ୍ଵିତୀୟ ପର୍ଯ୍ୟାୟ କଟ ଅଫ ମାର୍କର ମେଧାବୀ ତାଲିକା ଜୁଲାଇ 11 ତାରିଖ ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀମାନେ ଜୁଲାଇ 12 ଏବଂ ଜୁଲାଇ 13 ମଧ୍ୟରେ ନିଜର ନାମ ଲେଖାଇ ପାରିବେ। ଜୁଲାଇ 16 ରୁ ଜୁଲାଇ 18 ପର୍ଯ୍ୟନ୍ତ ବଳକା ସିଟ ପାଇଁ ଅଫଲାଇନ ସିଏଏଫ ଫର୍ମ ଆବେଦନ କରିପାରିବେ ଏବଂ ଜୁଲାଇ 19 ରେ ମନୋନୀତ ଛାତ୍ରଛାତ୍ରୀ ମାନେ ଉକ୍ତ କଲେଜ ନିଜର ନାମଲେଖାଇ ପାରିବେ ।

#result

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon