• padmabati kund

ଜାଣନ୍ତୁ :ଦାଢ଼ି ଖିଅର ପରେ କେମିତି କରିବେ ପୋଡାଜଳାର ଉପଚାର


ଖିଅର ହେବାପରେ ଜଳାପୋଡା ହେବା ଏକ ସାଧାରଣ କଥା, ମାତ୍ର ଏହା ବହୁତ କଷ୍ଟ ଦେଇଥାଏ। ଏହି ପୋଡାଜଳା ସାଧାରଣତଃ ସେହି ସମୟରେ ହୋଇଥାଏ ଯେତେବେଳେ ଆପଣ ଦାଢିକୁ ଖିଅର କରିବା ପାଇଁ ଭଲ ଭାବରେ ପ୍ରସ୍ତୁତ କରିନଥାନ୍ତି କିମ୍ବା ପୁରୁଣା ରେଜରକୁ ପୁଣି ଥରେ ବ୍ୟବହାର କରିଥାନ୍ତି। ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଜାଣି ରଖନ୍ତୁ କିଛି ସହଜ ଉପଚାର ଯାହା ଆପଣଙ୍କୁ ଏହି ଜଳାପୋଡାରୁ ମୁକ୍ତି ଦେଇ ପାରିବ। କାରଣ ଖିଅର ହେବାପରେ ଏହି ପୋଡାଜଳାକୁ ଦୂର କରିବା ବହୁତ ସହଜ।

୧.ଖିଅର ପୂର୍ବରୁ ତ୍ଵଚ୍ଚାରେ ଗରମପାଣି ଓ ସେଭିଙ୍ଗ ଅଏଲର ପ୍ରୟୋଗ କରନ୍ତୁ: ଖିଅର ହେବାର କିଛି ସମୟ ପୂର୍ବରୁ ତ୍ଵଚ୍ଚାକୁ ଅଳ୍ପ ଗରମ ପାଣିରେ ଧୁଅନ୍ତୁ କିମ୍ବା ଟାୱେଲ ସାହାଯ୍ୟରେ ଶେକ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କର ତ୍ଵଚ୍ଚାର କେଶଗୁଡିକ ନରମ ହୋଇଥାଏ ଓ ଆରାମରେ ଆପଣ ଖିଅର ହୋଇପାରିଥାନ୍ତି।ଟି ଟ୍ରି ଅଏଲ ଥିବା ସେବିଙ୍ଗ ତେଲ ତ୍ଵଚ୍ଚା ପାଇଁ ବହୁତ ଭଲ ହୋଇଥାଏ। କାରଣ ଏଥିରେ ଥିବା ପ୍ରାକୃତିକ ଉପାଦାନ ଆପଣଙ୍କ ତ୍ଵଚ୍ଚାରେ ଆଣ୍ଟିସେଫଟିକ ଭାବରେ କାମ କରିଥାଏ ଓ ଖିଅର ହେବା ପରେ ପୋଡାଜଳାକୁ ଦୂରେଇ ରଖିଥାଏ।

୨.କମ ବ୍ଲେଡ ଥିବା ସଫା ରେଜର ବ୍ୟବହାର କରନ୍ତୁ: ଟିଭିରୁ ବିଜ୍ଞାପନ ଗୁଡିକୁ ଦେଖି ଲୋକମାନେ ଭାବିଥାନ୍ତି ଯେ ରେଜରରେ ଯେତେ ଅଧିକ ବ୍ଲେଡ ଥାଏ ଆପଣ ସେତେ ଭଲ ଭାବରେ ଖିଅର ହୋଇପାରିଥାନ୍ତି। କିନ୍ତୁ ଏହା ସତ୍ୟ ନୁହେଁ,କାରଣ ଯେତେ ଅଧିକ ବ୍ଲେଡ ଥିବା ରେଜରରେ ଖିଅର ହୁଅନ୍ତି ପୋଡାଜଳା ହେବାର ଆଶଙ୍କା ସେତେ ଅଧିକ ଥାଏ। ତେଣୁ କମ ବ୍ଲେଡ ଥିବା ରେଜର ବ୍ୟବହାର କରନ୍ତୁ ଓ ଖିଅର ହେବ ଆଗରୁ ଏହାକୁ ଭଲ ଭାବରେ ସଫା କରନ୍ତୁ।

୩.ଖିଅର ବ୍ରସ ବ୍ୟବହାର କରନ୍ତୁ: ଯଦି ଆପଣ ଅଳ୍ପ କିଛିଦିନ ପୂର୍ବରୁ ହିଁ ଖିଅର ହୋଇଛନ୍ତି ଓ ପୁଣି ଖିଅର ହେବ ପାଇଁ ଚାହୁଞ୍ଛାନ୍ତି ତେବେ ଆପଣ ସେବିଙ୍ଗ କ୍ରିମକୁ ବ୍ରସ ମାଧ୍ୟମରେ ଲଗାଇ ଖିଅର ହୁଅନ୍ତୁ। ଏପରି କରିବା ଦ୍ଵାରା ମୁହଁରେ କେଶ ଜଲଦି ଉଠିନଥାଏ। ବ୍ରସ ଦ୍ଵାରା କ୍ରିମ ଲଗାଇଲେ ମଧ୍ୟ ଏହା ମୁହଁରେ ଏକ ନରମ ଆସ୍ତରଣ ସୃଷ୍ଟି କରିଥାଏ ଓ ଖିଅର ହୋଇସାରିବା ପରେ ପୋଡାଜଳା କମ ହୋଇଥାଏ।

୪.ଥଣ୍ଡାପାଣି ଓ କ୍ରିମ ବ୍ୟବହାର କରନ୍ତୁ: ଖିଅର ହୋଇସାରିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୁଅନ୍ତୁ ଓ କ୍ରିମ ବ୍ୟବହାର କରନ୍ତୁ। ଏପରି କରିବା ଦ୍ଵାରା ମୁହଁରେ ପୋଡାଜଳା କମ ହୋଇଥାଏ। ବରଫ ଖଣ୍ଡକୁ ମଧ୍ୟ ଛୋଟ କପଡାରେ ଗୁଡାଇ ମୁହଁରେ ଧୀରେ ଧୀରେ ଘଷି ପାରିବେ କିମ୍ବା ଏଲୋଭେରା ଜେଲ ମଧ୍ୟ ବ୍ୟବହାର କରିପାରିବେ। ପୋଡାଜଳା ହେଉଥିବା ସ୍ଥାନରେ କାକୁଡି କିମ୍ବା ପୋଦିନା ରସ ଘଷିବା ଦ୍ଵାରା ମଧ୍ୟ ଉପଶମ ମିଳିଥାଏ।

#menlifestyle #bread

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon