• Deepti Moyee mohanty

ଆର୍ଦ୍ର ଜଳବାୟୁ ପାଇଁ ଏମିତି ଆପଣାନ୍ତୁ ମେକଅପ


(ବେତାର ବ୍ୟୁରୋ) ଖରାଦିନ ହେଉ କି ବର୍ଷା ଦିନ, ଚେହେରା ବା ମୁହଁ ସତେଜ ରହିବା ସବୁବେଳେ ଆବଶ୍ୟକ । ଏହା ଆପଣଙ୍କ ବ୍ୟକ୍ତିତ୍ବରେ ଏକ ଛାପ ପକାଇଥାଏ ଓ ଅଫିସ ବା ଅନ୍ୟ ଯେକୌଣସି ସ୍ଥାନରେ ଆପଣଙ୍କ ଉପସ୍ଥିତିକୁ ଆକର୍ଷଣୀୟ କରିଥାଏ । ଓଡିଶା ଭଳି ଉପକୂଳ ରାଜ୍ୟରେ ଖରା ହେଉ ବା ବର୍ଷା ଋତୁ, ଏସବୁଥିରେ ବାୟୁ ମଣ୍ଡଳରେ ଆର୍ଦ୍ରତା ଅଧିକ ରୁହେ ଓ ଫଳରେ ମୁହଁ ତେଲିଆ ଦିଶିଠାଏ ।

ତେବେ ଆସନ୍ତୁ ଜାଣିବା ମୁହଁର ଚମକ ବଜାୟ ରଖିବାପାଇଁ ଆପଣାନ୍ତୁ କିଛି ସହଜ ଉପାୟ:

୧. ବ୍ଲାକ ହେଡ୍ସରୁ ରକ୍ଷା ପାଇବାପାଇଁ ଦିନକୁ ଦୁଇ ଥର ଭଲ ଭାବରେ ମୁହଁ କୁ ଫେସ ୱାଶରେ ଧୁଅନ୍ତୁ କିମ୍ବା ଓଦା ଟିସୂ ପେପରରେ ମୁହଁକୁ ଭଲ ଭାବରେ ପୋଛନ୍ତୁ। ତାସହ କିଛିଦିନ ଅନ୍ତରାଳରେ ମୁହଁକୁ ପ୍ରାକୂତିକ ଉପାୟରେ ହେଊ ଅବା ବଜାରରେ ମିଳୁଥିବା ସ୍କ୍ରବପ୍ୟାକ ଦ୍ଵାରା ସ୍କ୍ରବ କରନ୍ତୁ। ଏପରି କରିବା ଦ୍ଵାରା ମୁହଁ ସଫା ହେବା ସହିତ କୌଣସି ପ୍ରକାରର ଧୂଳିକଣା ମୁହଁରେ ରହିନଥାଏ। ଏବଂ ବ୍ରଣର ଆଶଙ୍କା ମଧ୍ୟ କମିଯାଇଥାଏ।

୨.ଖରାକୁ ଯିବା ପୂର୍ବରୁ ମୁହଁରେ ସନସ୍କ୍ରିନ ଲୋଶନ ଲଗାଇ ଯାଅନ୍ତୁ।କାରଣ ଏହା ଦ୍ଵାରା ଆପଣଙ୍କ ଶରୀରରେ ସୂର୍ଯ୍ୟଙ୍କ ଦ୍ଵାରା ନିର୍ଗତ ଅତିବାଇଗଣୀ ରଶ୍ମୀ ଦ୍ଵାରା ପଡୁଥିବା କୁପ୍ରଭାବ ପଡିବନହିଁ ଏବଂ ଶରୀର ଓ ମୁହଁ କଳା ପଡିବ ନାହିଁ।

୩.ସଦାସର୍ବଦା ମୁହଁକୁ ମଶ୍ଚୁରାଇଜଡ ରଖନ୍ତୁ। ଏହାପାଇଁ ଆପଣ ବଜାରରେ ମିଳୁଥିବା ବିଭିନ୍ନ ମଶ୍ଚୁରାଇଜର କ୍ରିମ ବ୍ୟବହାରକରିପାରିବେ । ତାସହ ଅତ୍ୟଧିକ ପାଣି ପିଇବା ସହିତ ତରଭୁଜ ଓ କାକୁଡି ଜାତୀୟ ଫଳ ଖାନ୍ତୁ। ଏହା ଆପଣଙ୍କ ଶରୀରକୁ ଜଳୀୟଅଂଶ ଯୋଗାଇଥାଏ।

୪.ମୁହଁରେ ଟୋନରର ବ୍ୟବହାର କରନ୍ତୁ ଏହା ଆପଣଙ୍କ ମୁହଁକୁ ସତେଜ ରଖିବା ସହ ଆପଣଙ୍କ ମେକପର ଚମକ ଦ୍ଵିଗୁଣିତ କରିଥାଏ।

୫.ତେଲିଆକ୍ରିମ ଜାତୀୟ ମେକଅପ ସାମଗ୍ରୀ ଠାରୁ ଯଥା ସମ୍ଭବ ଗ୍ରୀଷ୍ମଋତୁରେ ଦୂରେଇ ରୁହନ୍ତୁ ନତୁବା ଏହା ଆପଣଙ୍କ ମୁହଁରେ ବ୍ରଣ ସୃଷ୍ଟି କରିବା ସହ ଆପଣଙ୍କ ଚର୍ମର ଛିଦ୍ରକୁ ବନ୍ଦ କରିଦେଇଥାଏ। ଯାହା ଦ୍ଵାରା ଆପଣଙ୍କ ମୁହଁ ରେ ଫଙ୍ଗଲ ଇନଫେକସନ ହୋଇଥାଏ।

୬.ଗ୍ରୀଷ୍ମ ବା ବର୍ଷା ଋତୁରେ ଅତ୍ୟଧିକ ମେକପ ନିଅନ୍ତୁ ନାହିଁ କାରଣ ଏହାଦ୍ଵାର ଆପଣଙ୍କର ମୁହଁର ଚମକ ଚାଲିଯାଇଥାଏ। ମେକଅପ ବଦଳରେ ଆପଣ ଯେକୌଣସି ବ୍ରାଣ୍ଡର କ୍ରିମ ବ୍ୟବହାର କରିପାରିବେ ।

୭.ନିୟମିତ ରୂପେ ପ୍ରାକୃତିକ ଉପାୟରେ ଫଳ ଓ ପନିପରିବାରୁ ତିଆରି ଫେସପ୍ୟାକ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ମୁହଁକୁ ଚମକ ପ୍ରଦାନ କରିଥାଏ।

#beauty #lifestyle #beautytips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon