• padmabati kund

ଜାଣନ୍ତୁ କେଉଁ ଆପକୁ ମୋବାଇଲରୁ ଡ଼ିଲିଟ କରିବେ


ସ୍ମାର୍ଟଫୋନ କିଣିବା ମାତ୍ରେ ଲୋକମାନେ ଏଥିରେ ବିଭିନ୍ନ ପ୍ରକାର ଫ୍ରୀ ଆପ ସବୁକୁ ଡାଉନଲୋଡ କରିଥାନ୍ତି। ଅଳ୍ପ କିଛି ସମୟ ମଧ୍ୟରେ ଏହି ଆପ ଗୁଡିକ ଆପଣଙ୍କ ମୋବାଇଲରେ ସମସ୍ତ ସ୍ପେସ ନେଇଯାଇଥାଏ।ଆପଣ ମୋବାଇଲରେ ପୂର୍ବରୁ ଇନଷ୍ଟଲ ଥିବା ଆପ ଗୁଡିକ ମଧ୍ୟରୁ କିଛି ଆପ ବ୍ୟବହାର କରିଥାନ୍ତି ଓ ଅନ୍ୟ କିଛି ଆପ ବ୍ୟବହାର କରନ୍ତି ନାହିଁ। ସେହିପରି କିଛି ଆପ ରହିଛି ଯାହା କେବଳ ଆପଣଙ୍କ ମୋବାଇଲର ବ୍ୟାଟେରୀ ସାରିଥାଏ ଓ ସ୍ପେସ ମାଡିବସିଥାଏ। ଜାଣନ୍ତୁ ସେହି ସବୁ ଆପ ଗୁଡିକ କଣ।

କ୍ଲିନିଙ୍ଗ ଆପ: ମୋବାଇଲର ଷ୍ଟୋରେଜ ଫୁଲ ହେବା ସମୟରେ ହିଁ ଆପଣଙ୍କୁ ନିଜ ମୋବାଇଲକୁ କ୍ଳିନ କରିବାକୁ ପଡିଥାଏ। କିନ୍ତୁ ଅନ୍ୟ ସମୟରେ କ୍ଳିନ କରିବାର କିଛି ଆବଶ୍ୟକତା ନାହିଁ। ଯଦି ଆପଣ ମୋବାଇଲକୁ କ୍ଳିନ କରିବାକୁ ଚାହୁଞ୍ଛନ୍ତି ତେବେ କୌଣସି କ୍ଲିନିଙ୍ଗ ଆପକୁ ଡାଉନଲୋଡ କରିବା ଅପେକ୍ଷା ମୋବାଇଲର ସେଟିଙ୍ଗ(setting>storage>cachedata) ରେ ସମସ୍ତ ଆପ୍ଲିକେସନକୁ କ୍ଳିନ କରିପାରିବେ ଓ ସେଟିଙ୍ଗ(setting>application>downloaded>delete the cache)ରେ ମଧ୍ୟ ନିର୍ଦ୍ଧିଷ୍ଟ ଆପକୁ କ୍ଳିନ କରିପାରିବେ।

ଆଣ୍ଟି ଭାଇରସ : ନୂଆ ଫୋନ କିଣିବା ମାତ୍ରେ ହିଁ ସମସ୍ତେ ଆଣ୍ଟି ଭାଇରସ ଆପ ଡାଉନଲୋଡ କରିଥାନ୍ତି। ଯଦି ଆପଣଙ୍କର ଥାର୍ଡ ପାର୍ଟି ଏ.ପି.କେ ଆପ ଗୁଡିକ ଡାଉନଲୋଡ କରିବାର ଅଭ୍ୟାସ ଥାଏ ତେବେ ଆପଣଙ୍କୁ ଆଣ୍ଟି ଭାଇରସର ଆବଶ୍ୟକ ପଡିଥାଏ,କାରଣ ଏହି ଥାର୍ଡ ପାର୍ଟି ଏ.ପି.କେ ଯୋଗୁ ଆପଣଙ୍କର ଫୋନର ସେକୁରୀଟିରେ ଆଞ୍ଚ ଆସିଥାଏ। କିନ୍ତୁ ଯଦି ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଆପ ଡାଉନଲୋଡ କରୁଛନ୍ତି ତେବେ ଆପଣଙ୍କୁ ଆଣ୍ଟିଭାଇରସର ଆବଶ୍ୟକ ପଡିନଥାଏ। ଏହା କେବଳ ଆପଣଙ୍କ ମୋବାଇଲର ବ୍ୟାଟେରୀକୁ ପ୍ରଭାବ ପକାଇଥାଏ।

ବ୍ୟାଟେରୀ ସେଭିଙ୍ଗ ଆପ: ସମସ୍ତେ ଜାଣନ୍ତି ବ୍ୟାଟେରୀ ସେଭିଙ୍ଗ ଆପ ଗୁଡିକ ବ୍ୟାଟେରୀ ସେଭ କରିବା ବ୍ୟତୀତ ଅନ୍ୟ ସମସ୍ତ କାମ କରିଥାନ୍ତି। ଏହି ଆପକୁ ଡାଉନଲୋଡ କରିବା ଅପେକ୍ଷା ଆପଣ ମାନୁଆଲି ବ୍ୟାଟେରୀ ସେଟିଙ୍ଗକୁ ଯାଇ ସେଟିଙ୍ଗ କରିପାରିବେ।

RAM ସେଭିଙ୍ଗ ଆପ: ଆପଣଙ୍କ ଆଣ୍ଡ୍ରଏଡ ମୋବାଇଲରେ ରାମ ସେଭିଙ୍ଗ ଆପ ପୂର୍ବରୁ ହିଁ ଥାଏ। ଏହି ଥାର୍ଡ ପାର୍ଟି ରାମ ସେଭିଙ୍ଗ ଆପ ଗୁଡିକ ଆପଣଙ୍କ ମୋବାଇଲର ବ୍ୟାଟେରୀ ହିଁ ସାରିଥାନ୍ତି। ମୋବାଇଲର ମେମୋରୀକୁ ବୁଷ୍ଟ କରିବା ପାଇଁ ଆପଣ ମୋବାଇଲକୁ ରିଷ୍ଟାର୍ଟ କରିପାରିବେ।

ବ୍ୟବହାର କରୁନଥିବା ଆପକୁ କାଟନ୍ତୁ: ମୋବାଇଲ କମ୍ପାନୀ ତରଫରୁ ବହୁତ ଗୁଡିଏ ଆପ ପୂର୍ବରୁ ଇନଷ୍ଟଲ ହୋଇ ରହିଥାଏ। ଏହି ଆପ ଗୁଡିକ ଅନଇନଷ୍ଟଲ ମଧ୍ୟ ହୋଇନଥାଏ। ତେଣୁ ଆପଣ ଏହାକୁ Dijebal କିମ୍ବା ଫୋର୍ସଷ୍ଟପ କରିପାରିବେ।

ଡିଫଲ୍ଟ ବ୍ରାଉଜର: ବିଭିନ୍ନ ମୋବାଇଲ କମ୍ପାନୀ ଗୁଡିକ ନିଜର ବ୍ରାଉଜର ଆପ ମୋବାଇଲ ତିଆରି ସମୟରେ ରଖିଥାନ୍ତି। ଏହି ଆପ ଗୁଡିକ ସେତେ ଭଲ କାର୍ଯ୍ୟ କରିନଥାନ୍ତି। ତେଣୁ ଏହି ଆପ ଗୁଡିକୁ ଅନଇନଷ୍ଟଲ କରି ଗୁଗୁଲ ପ୍ଲେ ଷ୍ଟୋରରୁ ଯେ କୌଣସି ଆପ ଇନଷ୍ଟଲ କରିପାରିବେ।

#mobile #technology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon