• Somyadeep Prasad

ଅଜଣା ନମ୍ବରକୁ କିପରି କରିବେ ହ୍ଵାଟସଅପରେ ମେସେଜ


ଆପଣ ସମସ୍ତେ ହ୍ଵାଟସଅପ ବ୍ୟବହାର ସମସ୍ତେ କରୁଥିବେ । ଏହାଦ୍ଵାରା ଆପଣ ଆପଣଙ୍କ ସ୍ମାର୍ଟ ଫୋନରେ ସେଭ ଥିବା ଯେକୌଣସି ହ୍ଵାଟସଅପ ବ୍ୟବହାରକାରୀ ବା ୟୁଜରଙ୍କୁ ମେସେଜ କରିପାରିବେ । ହେଲେ ହ୍ଵାଟସଅପ ଏବେ ଏକ ଫିଚର ଆଣିଛି ଯାହାର ନାମ 'କ୍ଲିକ ଟୁ ଚାଟ୍' । ଯେଉଁଥିରେ ଆପଣ ବିନା କୌଣସି ନମ୍ବର ସେଭ ନ କରି ମଧ୍ୟ ହ୍ଵାଟସଅପରେ ମେସେଜ ପଠାଇପାରିବେ ।

ଆପଣ ଯେଉଁ ବ୍ୟକ୍ତିଙ୍କ ସହ ନିହାତି ଚାଟ୍ କରିବା କୁ ଚାହାନ୍ତି ତାଙ୍କର ନମ୍ବରଟି ଆପଣ ଙ୍କୁ ଜାଣିବାକୁ ହେବ ।

କିପରି କରିବେ ବିନା ନମ୍ବର ସେଭ ନ କରି ମେସେଜ ପଠାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଏକ ଲିଙ୍କ ତିଆରି କରିବାକୁ ହେବ। ଆପଣଙ୍କୁ ଲିଙ୍କ ତିଆରି କରିବା ପାଇଁ ନିଜ ମୋବାଇଲରେ https://api.whatsapp.com/send?phone= ବ୍ୟବହାର କରିବାକୁ ପଡିବ । ଏହା ପରେ ଆପଣ ଯାହା ସହ କଥା ହେବାକୁ ଚାହାନ୍ତି ତାଙ୍କର ହ୍ଵାଟସଅପ ନମ୍ବର ସହ କନଟ୍ରି କୋଡ ନମ୍ବର ମଧ୍ୟକୁ ଏହି ଲିଙ୍କ ପାଖରେ ଟାଇପ କରନ୍ତୁ (ବିନା ବ୍ରାକେଟ ଓ ଅନ୍ୟ କୌଣସି ଚିହ୍ନ ବ୍ୟବହାରକରି ) ।

ଉଦାହରଣ ଆପଣ ଭାରତରେ କାହା ସହିତ ଚାଟ କରିବାକୁ ଚାହୁଁ ଥିଲେ ଏହାର କଣ୍ଟ୍ରି କୋଡ 91 ବ୍ୟବହାର କରି ଅଓନଙ୍କ କ୍ରୋମ ବା ଯେ କୌଣସି ବ୍ରାଉଜରରେ ଲେଖନ୍ତୁhttps://api.whatsapp.com/send?phone=911234567890 ।ଏହାପରେ ଏକ ଚାଟ୍ ବକ୍ସ ଖୋଲିବ । ଚାଟ୍ ବକ୍ସ ଖୋଲିଲା ପରେ ଆରାମରେ ଚାଟ୍ କରିପାରିବେ ।

ଏହି ଫିଚର ଉଭୟ ମୋବାଇଲ ଏବଂ ଡେସ୍କଟପ ପାଇଁ ଉପଲବ୍ଧ । ଏହା ମଧ୍ୟ ଜାଣିବା ଜରୁରୀ କଥା ଯେ ଏହାର ବ୍ୟବହାର ସମୟରେ କେବଳ ଗୋଟିଏ ୟୁଜରଙ୍କୁ ହିଁ ଚାଟ୍ କରିପାରିବେ । ଏଥିରେ ଆପଣ ଗ୍ରୁପ ଚାଟ୍ କରିପାରିବେନି ।

ଏହା ପୂର୍ବରୁ ହ୍ଵାଟସଅପ ନିଜର ନୂଆ ଗ୍ରୁପ ଚାଟକୁ ଅପଡେଟ କରି ପାଞ୍ଚଟି ବଡ ଅଦଳବଦଳ କରିଥିଲା । ଏହା ମଧ୍ୟରୁ ଗ୍ରୁପରୁ ସଦାବେଳେ ପାଇଁ ଲେଫ୍ଟ ହେବା, ରେଷ୍ଟରିକ୍ଟ ଗ୍ରୁପ ନାମର ଫିଚର ଆସିଥିଲା । ଏହି ଫିଚର ଦ୍ଵାରା ଯେକୌଣସି ଗ୍ରୁପର ଆଡମିନକୁ ବିଶେଷ ଅଧିକାର ମିଳିପାରିଲା । ଏହି କାରଣରୁ ଗ୍ରୁପର ଆଡମିନ ହିଁ ମେସେଜ କରିପାରିବ ଏବଂ ଅନ୍ୟ ସମସ୍ତେ କେବଳ ଏହି ମେସେଜ ପଢିପାରିବେ ।

#technology #mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon