• padmabati kund

ଦେଖନ୍ତୁ : ଶ୍ରୀଦେବୀ କନ୍ୟା ଜାହ୍ନବୀଙ୍କ ପ୍ରଥମ ଫିଲ୍ମର ଟ୍ରେଲର


ଧର୍ମା ପ୍ରଡ଼କ୍ସନ ଓ ଶଶାଙ୍କ ଖେତାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହିନ୍ଦୀ ଫିଲ୍ମ “ଧଡକ”ର ଟ୍ରେଲର ଆଜି ରିଲିଜ ହୋଇଯାଇଛି। ଏଥିରେ ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ବଲିଉଡରେ ଏଣ୍ଟ୍ରି କରୁଛନ୍ତି, ଜାହ୍ନବୀଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଶାହିଦ କପୁରଙ୍କ ଭାଇ ଈଶାନ ଖଟ୍ଟର। ଇଶାନ-ଜାହ୍ନବୀଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଟ୍ରେଲରରେ ଦୁଇ ଜଣଙ୍କର କେମେଷ୍ଟ୍ରୀକୁ ଦର୍ଶକମାନେ ପସନ୍ଦ କରୁଛନ୍ତି। ରାଜସ୍ଥାନୀ ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମରେ ଊଭୟ ଜାହ୍ନବୀ ଓ ଇଶାନଙ୍କୁ ରାଜସ୍ଥାନୀ ଭାଷାରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିବ।

ମରାଠୀ ଫିଲ୍ମ “ସଇରାଟ” ର ଅଫିସିଆଲ ରିମେକ ଭାବେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଜାତି ବ୍ୟବସ୍ଥା ମଧ୍ୟରେ ସୃଷ୍ଟି ହୋଇଥିବା ଏକ ପ୍ରେମକାହାଣୀ ରହିଛି। 2016ରେ ରିଲିଜ ହୋଇଥିବା ଫିଲ୍ମ “ସଇରାଟ”ରେ ଜଣେ ଗରିବ ଘରର ପୁଅ ବଡ ଘରର ଝିଅକୁ ଭଲପାଇଥିଲା, ଓ ଶେଷରେ ଦୁଇଜଣଙ୍କୁ ମାରିଦିଆଯାଇଥିଲା। ଏହା ମରାଠୀ ଫିଲ୍ମ ସଇରାଟର ରିମେକ ହୋଇଥିଲେ ମଧ୍ୟ ଫିଲ୍ମରେ ଅନେକ ନୂତନତ୍ଵ ରହିଛି।

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଜାହ୍ନବୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। “ଧଡକ”ର ରିଲିଜ ହୋଇଥିବା ଟ୍ରେଲରରେ ଜାହ୍ନବୀ ଖୁବ ଚମତ୍କାର ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟରେ ଶ୍ରୀଦେବୀଙ୍କ ଝଲକ ଦେଖିବାକୁ ମିଳିଛି। ଟ୍ରେଲରରେ ଜାହ୍ନବୀ-ଇଶାନଙ୍କ ଜବରଦସ୍ତ କେମେଷ୍ଟ୍ରୀ ସହିତ ମନଛୁଆଁ ଡାଇଲଗ ମଧ୍ୟ ରହିଛି।

ଜାହ୍ନବୀ ଓ ଇଶାନଙ୍କ ପରି ଷ୍ଟାର ସନ୍ତାନମାନଙ୍କୁ ନେଇ ଫିଲ୍ମ କରିବା ବିଷୟରେ ଫିଲ୍ମର ନିର୍ଦ୍ଦେଶକ ଶଶାଙ୍କ କହିଛନ୍ତି ଯେ, “ଦର୍ଶକମାନେ କେବଳ ସେଇମାନଙ୍କୁ ମନେ ରଖନ୍ତି ଯିଏ ଫିଲ୍ମର ଚରିତ୍ର ଅନୁସାରେ ଭଲ ଭାବରେ ଅଭିନୟ କରିପାରେ। କେଉଁ ପରିବାରରୁ ଆସିଛନ୍ତି ସେସବୁ ଦର୍ଶକ ମାନେ ଦେଖନ୍ତି ନାହିଁ। ମୁଁ ସେମାନଙ୍କୁ ସେହିପରି ଭାବରେ ଟ୍ରେନିଙ୍ଗ ଦେଇଥିଲି। କିନ୍ତୁ ମୁଁ ସେମାନଙ୍କ ଉପରେ କୌଣସି ଚାପ ପକାଇବାକୁ ଚାହିଁନାହିଁ ।“

ଏହି ଫିଲ୍ମର ସମସ୍ତ ଶୁଟିଙ୍ଗ ରାଜସ୍ଥାନରେ ହୋଇଛି। ଫିଲ୍ମର ଲୋକେସନ, ବେଶଭୁଷା ଓ ଭାଷାରେ ରାଜସ୍ଥାନର ଝଲକ ଦେଖିବାକୁ ମିଳିବ। ଫିଲ୍ମରେ ଥିବା ଡାଇଲଗକୁ ମଧ୍ୟ ଦର୍ଶକ ମାନେ ପସନ୍ଦ କରୁଛନ୍ତି। ଫିଲ୍ମରେ ଜାହ୍ନବୀ ଓ ଈଶାନଙ୍କ ବ୍ୟତୀତ ଆଦିତ୍ୟ କୁମାର, ଐଶ୍ଵର୍ଯ୍ୟା ନରକାର, ଖରାଜ ମୁଖାର୍ଜୀ ଓ ଆଶୁତୋଷ ରାଣା ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ଆସନ୍ତା ଜୁଲାଇ ମାସ 20 ତାରିଖରେ ରିଲିଜ ହେବାକୁ ଯାଉଛି।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon