• Deepti Moyee mohanty

ପ୍ରକାଶ ପାଇଲା ଆସିଷ୍ଟାଣ୍ଟ ଟ୍ରେନିଙ୍ଗ ଅଫିସର ୨୦୧୬ ପରୀକ୍ଷା ଫଳ


ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଦୁଇ ବର୍ଷ ତଳେ (2016) ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପାଇଁ ହେଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି ।

ଏନେଇ ଶୁକ୍ରବାର ଦିନ (ଜୁନ 8ରେ) ଷ୍ଟାଫ ସିଲେକ୍ସନ କମିଶନର ୱେବସାଇଟରେଏକ ବିଜ୍ଞପ୍ତି ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକାରେ ଆସିଷ୍ଟାଣ୍ଟ ଟ୍ରେନିଙ୍ଗ ଅଫିସର ୨୦୧୬ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶିତ ହେଇଛି । ଆଇଟିଆଇରେ ମୋଟ ୧୧୦ ଜଣ ଓ ଡିପ୍ଲୋମା,ଡିଗ୍ରୀ ଓ ଏମସିଏରେ ମୋଟ ୧୭୦ ଜଣ ମେଧାବୀଙ୍କ ନାମ ପ୍ରକାଶ ପାଇଛି। ସମସ୍ତ କୃତି ମେଧାବୀ ଓଏସଏସସି ନିମ୍ନଲିଖିତ ୱେବସାଇଟ ଲିଙ୍କରେ ଯାଇ ନିଜ ଫଳାଫଳ ଜାଣିପାରିବେ। http://www.ossc.gov.in/pdf/ATO-16-SELECT%20LIST.pdf

2016 ମସିହା ଅଗଷ୍ଟ ମାସରେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଦେବା ନିମନ୍ତେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ 352ଟି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ପଦବୀ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀଙ୍କର ଆଇଟିଆଇ, ଡିପ୍ଲୋମା ତଥା ଡିଗ୍ରୀ ଶିକ୍ଷାନୁଷ୍ଠାନମାନଙ୍କରେ କିଛି ବର୍ଷ ପଢାଇବାର ଅଭିଜ୍ଞତା ଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା ।

ଏହି ପଦବୀରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ ମାନେ ଟ.9300 ମୂଳ ଦରମା ବା ବେସିକ ପେ ସହିତ ଟ.4200 ଗ୍ରେଡ ପେ ପାଇବେ ବୋଲି ଉଲ୍ଲେଖ ଥିଲା ।

#jobs #governmentjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon