- Deeptimoyee Mohanty
ରେଭେନ୍ସାରେ ଜୁନ୨୨ରୁ ପିଜି ନାମଲେଖା ଆରମ୍ଭ

ଚଳିତ ମାସ୨୨ ତାରିଖରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବାକୁ ଯାଉଛି। ନାମଲେଖା ନିମନ୍ତେ ଏଥର ବିଶ୍ୱବିଦ୍ୟାଳୟ ପକ୍ଷରୁ କିଛିଟା ପରିବର୍ତ୍ତନ ଅଣାଯାଇଛି ।
ବଦଳିଥିବା ନିୟମ ଅନୁସାରେ ସମସ୍ତ ବିଭାଗର ନାମ ଲେଖା ଉକ୍ତ ବିଭାଗର ଶ୍ରେଣୀଗୃହରେ ଅନୁଷ୍ଠିତ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବାକୁ ଇଚ୍ଛୁକ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ୱେଟିଙ୍ଗ ଲିଷ୍ଟର ଛାତ୍ରଛାତ୍ରୀ ୨୨ତାରିଖ ଦିନ ନିଜ ବିଭାଗରେ ରିପୋର୍ଟିଂ କରିବେ। ସେହି ଦିନ ଅନୁପସ୍ଥିତ ଥିବା ଶିକ୍ଷାର୍ଥୀ ଏଥର ନାମଲେଖାରୁ ବାଦପଡିବେ ଓ ସେମାନଙ୍କ ସ୍ଥାନରେ ୱେଟିଙ୍ଗ ଲିଷ୍ଟ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ।
ଏଥର ସମସ୍ତ କୋର୍ସ ଫି ଅନଲାଇନ ପଇଠ କରାଯିବା ନେଇ ସୂଚନା ମିଳିଛି। ଏଥିସହିତ ପିଲାଙ୍କ ସୁବିଧା ନିମନ୍ତେ ସମସ୍ତ ବିଭାଗରେ ଦୁଇଟି କମ୍ପ୍ୟୁଟର ଓ କର୍ମଚାରୀ ନିଯୋଜିତ ହେବାସହ କ୍ୟାମ୍ପସରେ ଏକ କମ୍ପ୍ୟୁଟରିକରଣ ସହାୟତା କେନ୍ଦ୍ର ମଧ୍ୟ ଖୋଲାଯିବାର ବ୍ୟବସ୍ଥା ରହିଛି ।
ସେଲ୍ଫ ଫାଇନାନ୍ସିଙ୍ଗ ଚଳିତ ବର୍ଷ ସେଲ୍ଫ ଫାଇନାନ୍ସିଙ୍ଗ କୋର୍ସରେ ନାମଲେଖା ପାଇଁ ଶିଖ୍ୟ।ର୍ଥୀ ପାଠ୍ୟକ୍ରମ ପାଇଁ ଉଦ୍ଧିଷ୍ଟ ନାମଲେଖା ଫି,ପରୀକ୍ଷା ଫି, ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ। ଏଥିସହ ନିୟମିତ ବିଭାଗରେ ନାମ ଲେଖା ପାଇଁ ପିଲାମାନେ କେବଳ ନାମଲେଖା ଫି ଓ ପରୀକ୍ଷା ଫି ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ। ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ରେଭେନ୍ସା ବିଶ୍ୱବିଦ୍ୟାଳୟ ତରଫରୁ ଦିଆଯାଇଥିବା ୱେବସାଇଟwww.ravenshawuniversity.ac.in ରୁ ସମସ୍ତ ସୂଚନା ପାଇପାରିବେ। ଦ୍ଵିତୀୟ ପର୍ଯ୍ୟାୟ ରେ ନାମଲେଖା ତାରିଖ ଏବଂ ବଳକା ସିଟ ବିଷୟରେ ଆଗାମୀ ଦିନରେ ୱେବସାଇଟ ରେ ପ୍ରକାଶ ପାଇବା କଥା କୁହାଯାଇଛି। ନାମ ଲେଖା ପାଇ ଅବଶ୍ୟକ କାଗଜପତ୍ର ୧. ଅନଲାଇନ ଆବେଦନପତ୍ର ଓ ସମସ୍ତ ମୂଳ ପ୍ରମାଣ ପତ୍ର। ୨. ଦଶମ,+୨ ଓ +୩ର ମୂଳ ପ୍ରମାଣ ପତ୍ର ଓ ମାର୍କ ସିଟ। ୩. ରିଜର୍ଭେସନ ପ୍ରମାଣ ପତ୍ର ଓ ନକଲ। ୪.କଲେଜ ଲିଭିଙ୍ଗର ମୂଳ ପ୍ରମାଣପତ୍ର। ୫. ଜାତି ଗତ ପ୍ରମାଣପତ୍ର ଓ ଦିବ୍ୟାଙ୍ଗ ପ୍ରମାଣ ପତ୍ର। ୬. ଆଧାର କାର୍ଡର କପି। ୭.ବିଦ୍ୟାର୍ଥୀଙ୍କ ବ୍ଲଡ଼ ଗ୍ରୁପ୍ରର ପ୍ରମାଣପତ୍ର। ୮.ଅବିଭାବକ ଓ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ସତ୍ୟପାଠ(ୱେବସାଇଟରେ ଉପଲବ୍ଧ)।