- padmabati kund
ସୁଟକେସ ନ ହଜିବା ପାଇଁ ଯାତ୍ରୀମାନେ କରୁଛନ୍ତି ଏପରି ବ୍ୟବସ୍ଥା

ଏୟାରପୋର୍ଟ କିମ୍ବା ଷ୍ଟେସନରେ ଗହଳି ସମୟରେ ଯାତ୍ରୀମାନଙ୍କର ସୁଟକେସ ଅଦଳବଦଳ ହୋଇଯାଇଥାଏ।ଏଥିପାଇଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯାତ୍ରୀମାନେ ଏକ ଅଲଗା ପ୍ରକାରର ସମାଧାନ ଖୋଜିଛନ୍ତି। କିଛି ଯାତ୍ରୀ ଏଥିପାଇଁ ଏଥିପାଇଁ ସୁଟକେସରେ ନିଜ ମୁହଁର ଚିତ୍ର ପ୍ରିଣ୍ଟ କରୁଛନ୍ତି ଯାହାଦ୍ୱାରାକି ଏହା ଅନ୍ୟ ଲୋକମାନଙ୍କର ସୁଟକେସ ସହିତ ଅଦଳ ବଦଳ ହେବ ନାହିଁ।
ବ୍ରିଟେନ, ଆମେରିକାରେ ଛୁଟି ବିତେଇବାକୁ ଯାଉଥିବା ଯାତ୍ରୀମାନଙ୍କ ବ୍ୟାଗରେ ଏପରି ଚିତ୍ର ବହୁତ ଦେଖିବାକୁ ମିଳୁଛି। ଏୟାରପୋର୍ଟ ଟର୍ମିନାଲରେ ଏପରି ବ୍ୟାଗ ଗୁଡିକ ଅନ୍ୟ ଯାତ୍ରୀମାନଙ୍କୁ ମଧ୍ୟ ଦ୍ଵନ୍ଦରେ ପକାଉଛି ଯେ ସେମାନେ ଗୋଟେ ଲୋକକୁ ଦୁଇଥର ଦେଖୁଛନ୍ତି ବୋଲି ଭାବୁଛନ୍ତି। ଏହିପରି ସୁଟକେସ କଭର ତିଆରି କରୁଛନ୍ତି ବ୍ରିଟିଶର ଜଣେ ଇ-ରିଟେଲର। ଫାୟାର ବକ୍ସ ନାମକ ଇଂଲଣ୍ଡର ଏକ ୱେବସାଇଟ ଅନଲାଇନ ମାଧ୍ୟମରେ ଅଡର ନେଇ କଭର ପ୍ରସ୍ତୁତ କରୁଛି।

ଏହି ସୁଟକେସ କଭରକୁ ତିଆରି କରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜର ଏକ ହାଇ କ୍ଵାଲିଟି ଫଟୋକୁ ଫାୟାର ବକ୍ସର ୱେବସାଇଟରେ ଅପଲୋଡ କରିବାକୁ ପଡିବ ଓ ଏହାପରେ ରିଟେଲର ଆପଣଙ୍କ ସୁଟକେସ ପାଇଁ ଏହି କଭର ପ୍ରସ୍ତୁତ କରିବେ। ଆପଣଙ୍କ ଫଟୋଟି ଡିଜିଟାଲ କ୍ୟାମେରାରେ ଉଠେଇବା ଆବଶ୍ୟକ କାରଣ ଆପଣଙ୍କ ଫଟୋର କ୍ଵାଲିଟି ଯେତେ ଭଲ ହେବ ସୁଟକେସ ଉପରେ ଆପଣଙ୍କ ଫଟୋ ସେତେ ଭଲ ଆସିବ।ଏଥିରେ ଫଟୋ ବ୍ୟତୀତ କୌଣସି ଲେଖା ପ୍ରିଣ୍ଟ କରାଯାଏ ନାହିଁ ।
ଇମ୍ମା ଫ୍ରୁଏଡ ନାମକ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ପାଇଁ ଏପରି ଏକ ସୁଟକେସ କଭର ତିଆରି କରିବା ଅର୍ଡର ଦେଇଛନ୍ତି , ଯେଉଁଥିରେ ଇମ୍ମା ନିଜର ଫଟୋକୁ ପ୍ରିଣ୍ଟ କରେଇଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇମ୍ମା ଲେଖିଛନ୍ତି ଯେ,” ରିଚାର୍ଡ ଆମେରିକା ଯାଇଥିବା ସମୟରେ ସେ ଏହି ସୁଟକେସକୁ ସାଙ୍ଗରେ ନେଇଥିଲେ ଓ ଏଥର ଏୟାରପୋର୍ଟରୁ ଅନ୍ୟ କାହାର ସୁଟକେସ ଉଠାଇ ଆଣିନଥିଲେ। “

ଏହି ଫେସ ସୁଟକେସ କଭର ନିଶା ବର୍ତ୍ତମାନ ବହୁତ ଲୋକଙ୍କ ମଧ୍ୟରେ ଖେଳିଗଲାଣି। ଅନେକ ଲୋକ ସୁଟକେସରେ ନିଜର ଫନି ଫେସ ସହିତ ଫଟୋ କଭର ଲଗାଉଛନ୍ତି ଯାହାକି ଅନ୍ୟ ଯାତ୍ରୀମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜୁଛି।
ଏହି ହେଡକେସେସ ର ଦାମ 20 ପାଉଣ୍ଡ ରହୁଛି, ଭାରତରେ ଏହାର ମୂଲ୍ୟ ଟ 1,807 ହେବ। ଯାତ୍ରୀମାନେ ଯାତ୍ରା ସମୟରେ ସୁଟକେସକୁ ନେଇ ଭୋଗୁଥିବା ଅସୁବିଧାକୁ ଦୂରେଇବା ପାଇଁ ଏହି ହେଡକେସେ ପସନ୍ଦ ସହଯୋଗ କରିବ।