• padmabati kund

ତାଜା ଭିଡିଓ: ୟୁ ଟ୍ୟୁବରେ ଓଡ଼ିଆ ଡାନ୍ସ ଆଲବମ ଓ ମ୍ୟୁଜିକାଲ ଫିଲ୍ମ


ରଜ ଉପଲକ୍ଷେ ରିଲିଜ ହୋଇଛି ଦୁଇଟି ଓଡିଆ ମ୍ୟୁଜିକ ଭିଡିଓ। ଗୋଟିଏ ମ୍ୟୁଜିକାଲ କ୍ଷୁଦ୍ର ଚଳଚ୍ଚିତ୍ର ହୋଇଥିବା ବେଳେ ଅନ୍ୟଟି ଏକ ଡ୍ୟାନ୍ସିଙ୍ଗ ରୋମାଣ୍ଟିକ ଗୀତ ଅଟେ। ଏହି ମ୍ୟୁଜିକାଲ କ୍ଷୁଦ୍ର ଚଳଚ୍ଚିତ୍ରର ନାମ “ଗୁଲାମ” ରଖା ଯାଇଥିବାବେଳେ ଡ୍ୟାନ୍ସିଙ୍ଗ ରୋମାଣ୍ଟିକ ଗୀତର ନାମ ରହିଛି “କଲେଜ ଡେଜ”। ରଜରେ ଦୁଇଟି ଯାକ ଭିଡିଓକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଆଲବମର ନିର୍ମାଣକର୍ତ୍ତା।

ଗୁଲାମ

ଏହା ହେଉଛି ଓଡିଶାର ପ୍ରଥମ ମ୍ୟୁଜିକାଲ କ୍ଷୁଦ୍ର ଚଳଚ୍ଚିତ୍ର। ଏଥିରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ଶୁଭାଶିଷଙ୍କୁ ଦେଖିବାକୁ ମିଳିବ। ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ମିଶ୍ର। ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଭିଡିଓଟି। ଗୀତରେ ଏକ କ୍ଷୁଦ୍ର କାହାଣୀକୁ ସ୍ଥାନ ଦେଇଛନ୍ତି ନିର୍ମାତା।

ଜଣେ ଗୁଣ୍ଡା ପାଖରେ ଗୁଲାମ ହୋଇ କାମ କରୁଥିବା ଜଣେ ଯୁବକର ପ୍ରେମ କାହାଣୀ ଦେଖିବାକୁ ମିଳିଛି। ନିଜ ମାଲିକ ପାଇଁ ଉଠାଇ ଆଣିଥିବା ଝିଅକୁ ପରବର୍ତ୍ତୀ ସମୟରେ ସେ ନିଜେ ଭଲ ପାଇ ବସିଛି, ଓ ନିଜ ଭଲ ପାଇବା ପାଇଁ ସେ କିପରି ମାଲିକକୁ ମାରିଦେଇଛି ଓ ନିଜେ ମଧ୍ୟ ମରିଯାଇଛି ସେ ସବୁକୁ ଗୀତଟିରେ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି ନିର୍ଦ୍ଦେଶକ ହାପି। ଗୀତଟିକୁ ନିଜ କଣ୍ଠରେ ସଜାଇଛନ୍ତି ହ୍ୟୁମାନ ସାଗର ଓ ସିଥ ପଟ୍ଟନାୟକ। ଗୀତକୁ ଦର୍ଶକମାନେ ଖୁବ ପସନ୍ଦ କରୁଥିବାବେଳେ କାହାଣୀକୁ ମଧ୍ୟ ଦର୍ଶକମାନେ ପସନ୍ଦ କରୁଛନ୍ତି।

କଲେଜ ଡେଜ

ଫୋଏନିକ୍ସ ଫିଲ୍ମ ପ୍ରଡ଼କ୍ସନରେ ନିର୍ମିତ ଡ୍ୟାନ୍ସିଙ୍ଗ ରୋମାଣ୍ଟିକ ମ୍ୟୁଜିକ ଭିଡିଓ “କଲେଜ୍ଜ ଡେଜ” ରିଲିଜ ହୋଇଯାଇଛି। ଟିନ ଏଜ ଲଭଷ୍ଟୋରିକୁ ଆଧାର କରି ତିଆରି ହୋଇଛି ଏହି ଓଡିଆ ରୋମାଣ୍ଟିକ ଗୀତ ଓ ଡାନ୍ସ ଭିଡିଓ । ଏହି ଗୀତରେ ଅଭିନୟ କରିଛନ୍ତି ନବାଗତ ଶୈଳେନ୍ଦ୍ର ଓ ନବାଗତ ପ୍ରିୟାଙ୍କା। ଏଥିରେ କଣ୍ଠଦାନ କରିଛନ୍ତି ରାହୁଲ ଦାସ ଓ ସଙ୍ଗୀତ ଦେଇଛନ୍ତି ଔଦ୍ଧବ। ରାଜା ଡିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ ଭିଡିଓକୁ ଏଡିଟ କରିଛନ୍ତି ମାନସ କୁମାର ସାହୁ ।

ଭିଡିଓରେ ଶୈଳେନ୍ଦ୍ର-ପ୍ରିୟଙ୍କାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରୁଥିବା ବେଳେ ଶୈଳେନ୍ଦ୍ରଙ୍କର ଜବରଦସ୍ତ ଡ୍ୟାନ୍ସକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

#entertainment #ollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon