• Deepti Moyee mohanty

ପାଞ୍ଚ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇବେ ୩୧୭ ଶିକ୍ଷକ


ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିପଡିଥିବାରୁ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ବ୍ୟାପକ ଅସୁବିଧା ପରିଲକ୍ଷିତ ହେଉଛି। ଏହାର ସିଧାସଳଖ ପ୍ରଭାବ ଶିକ୍ଷାର୍ଥୀଙ୍କ ଉଚ୍ଚ ଶିକ୍ଷା ଉପରେ ପଡୁଛି। ଏଥିଲାଗି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ଟି ବିଶ୍ଵବିଦ୍ୟାଳୟରେ ଖାଲିପଡିଥିବା ମୋଟ ୩୧୭ଟି ନିୟମିତ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅନୁମୋଦନ ନୋଟିସ ଜାରି କରିଛନ୍ତି।

ଯୁଜିସି ନିୟମ ଓ ମାନଦଣ୍ଡ ଅନୁଯାୟୀ ପ୍ରଫେସର,ଅସୋସିଏଟ ପ୍ରୋଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ଦିଆଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଉପସଚିବ ପ୍ରାଣବନ୍ଧୁ ରାଉତ ଉତ୍କଳ , ରେଭେନ୍ସା,ବ୍ରହ୍ମପୁର ,ସମ୍ବଲପୁର,ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି।

କେଉଁଠି କେତେ

ରାଜ୍ୟରେ ସର୍ବାଧିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୬୮ ଟି ପଦବୀ ଖାଲିପଡିଛି।ତନ୍ମଧ୍ୟରୁ ୨୪ଟି ପ୍ରଫେସର, ୪୧ଟି ଅସୋସିଏଟ ପ୍ରୋଫେସର ଓ ୧୦୩ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିଯୁକ୍ତି ଦିଆଯିବ।ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ୬୨ ଟି ପଦବୀ ଖାଲିପଡିଥିବାବେଳେ ୨୭ଟି ପ୍ରଫେସର, ୩୫ଟି ଅସୋସିଏଟ ପ୍ରୋଫେସର ପଦବୀ ନିଯୁକ୍ତି ଦିଆଯିବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୩୪ ଟି ପଦବୀ ଖାଲିପଡିଥିବାବେଳେ ୯ଟି ପ୍ରଫେସର, ୨୫ଟି ଅସୋସିଏଟ ପ୍ରୋଫେସର ପଦବୀ ନିଯୁକ୍ତି ଦିଆଯିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୪୭ ଟି ପଦବୀ ଖାଲିପଡିଛି ଯହିଁରୁ ୮ଟି ପ୍ରଫେସର, ୧୭ଟି ଅସୋସିଏଟ ପ୍ରୋଫେସର ଓ ୨୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିଯୁକ୍ତି ଦିଆଯିବ।ସେହିପରି ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର ଓ ୫ଜଣ ଅସୋସିଏଟ ପ୍ରୋଫେସର ପଦବୀ ନିଯୁକ୍ତି ଦିଆଯିବା ନେଇ ଘୋଷଣାକରାଯାଇଛି।

ସମସ୍ତ ପଦବୀକୁ ନିୟମିତ ଭାବରେ ପୂରଣ କରାଯିବ। ଏଥିସହିତ ପଦବୀ ନିଯୁକ୍ତି ସମୟରେ ଉପଯୁକ୍ତ ନିୟମାବଳୀର ମଧ୍ୟ ପାଳନ କରାଯିବା ନେଇ ଉକ୍ତ ଚିଠି ରେ ଉଲ୍ଲେଖ ରହିଛି।

#jobs #education

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon