• padmabati kund

ମହିଳାଙ୍କ ଓଠ କୁହେ ତାଙ୍କ ସ୍ଵଭାବ


ମହିଳାଙ୍କର ଓଠ ହିଁ ସେମାନଙ୍କ ସୁନ୍ଦରତାକୁ ଦୁଇଗୁଣ କରିଥାଏ ଓ ମହିଳାଙ୍କର ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ମହିଳାଙ୍କର ଓଠକୁ ଦେଖିଲେ ଖାଲି ସୌନ୍ଦର୍ଯ୍ୟ ଜାଣି ହୋଇନଥାଏ, ତାଙ୍କର ସ୍ଵଭାବ ବିଷୟରେ ମଧ୍ୟ ଜାଣିହୋଇଥାଏ।

ମଣିଷ ଶରୀରରେ ଓଠ ହେଉଛି ସବୁଠାରୁ ସଂବେଦନଶୀଳ ଅଙ୍ଗ। ଏଥିରେ କୌଣସି ଛିଦ୍ର ନଥିବାରୁ ଏହା ଜଲଦି ଶୁଖିଯାଇଥାଏ ଏବଂ ବୟସ ଅନୁସାରେ ମଧ୍ୟ ଓଠର ଆକାରରେ ପରିବର୍ତ୍ତନ ଆସିଥାଏ। ତେବେ ଯୁବାବସ୍ଥାରେ ମହିଳାଙ୍କର ଓଠ ଦେଖି କିପରି ତାଙ୍କ ସ୍ଵଭାବ ବିଷୟରେ ଜାଣିବେ ପଢନ୍ତୁ।

୧.ବର୍ଗାକୃତି ଓଠ: ଯେଉଁ ମହିଳାଙ୍କର ଓଠ ବର୍ଗାକୃତି ହୋଇଥାଏ , ଅର୍ଥାତ ଓଠ କୋଣ ଲୁଚିଲା ପରି ଦିଶେ

ସେମାନେ ବହୁତ ଭରସାଯୋଗ୍ୟ ହୋଇଥାନ୍ତି। ସେମାନେ ଗୁମର କଥାକୁ ଅନ୍ୟ କାହା ଆଗରେ ପ୍ରକଟ ହେବାକୁ ଦେଇନଥାନ୍ତି।

୨.ହାର୍ଟ ପରି ଓଠ: ଯେଉଁ ମହିଳାଙ୍କର ଓଠର ଆକୃତି ହାର୍ଟ ପରି ହୋଇଥାଏ ସେମାନେ ଅନ୍ୟମାନଙ୍କଠାରୁ ବହୁତ ଅଲଗା ହୋଇଥାନ୍ତି। ଏମାନେ ସ୍ଵଭାବରେ ବହୁତ ଖୋଲା ହୃଦୟର ହୋଇଥାନ୍ତି,ସବୁବେଳେ ସ୍ଵାଧୀନ ହୋଇରହିବାକୁ ଚାହିଁଥାନ୍ତି। ଏହିପରି ଓଠ ଥିବା ମହିଳା ମାନେ ମଧ୍ୟ ବହୁତ ଗୁଣର ଅଧିକାରୀ ହୋଇଥାନ୍ତି।

୩.ପତଳା ଓଠ: ଓଠର ଉପର ଭାଗ ପତଳା ଥିଲେ ସେହି ମହିଳାମାନେ ବହୁତ ଛଳନାପ୍ରିୟ ହୋଇଥାନ୍ତି। ସବୁବେଳେ ପୁରୁଷମାନଙ୍କ ଧ୍ୟାନ ନିଜଆଡକୁ ଆଣିବା ପାଇଁ ଚେଷ୍ଟା କରିଥାନ୍ତି। ସ୍ୱଭାବରେ ରୋମାଣ୍ଟିକ ଓ ଭଲ ପାଉଥିବା ଲୋକର ଧ୍ୟାନକୁ ସବୁବେଳେ ନିଜ ପାଖରେ ରଖିଥାନ୍ତି।

୪.କଳାଜାଇ ଥିବା ଓଠ: ଯେଉଁ ମହିଳାଙ୍କର ଓଠରେ କଳାଜାଇ ଥାଏ ସେମାନେ ବହୁତ ଜଲଦି ଓ ସହଜରେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି। ସେମାନଙ୍କର ଭଲ ପାଇବା ଦୀର୍ଘସ୍ଥାୟୀ କିମ୍ବା କ୍ଷୀଣସ୍ଥାୟୀ ହେବ ଏହା ସେହି ମହିଳାଙ୍କ ଉପରେ ନିର୍ଭର କରେ।

#beauty #lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon