• Deepti Moyee mohanty

ରଜ ପାଇଁ ଶାଢୀ, ମେକ ଅପ ଟିପ


କଥାରେ ଅଛି ରଜ ହେଉଛି ମଉଜର ପର୍ବ । ପ୍ରତି ବର୍ଷ ରଜରେ ନୂଆ ଭଳି ଦିଶିବାକୁ ପ୍ରାୟ ସବୁ ମହିଳା ଓ ଝିଅଙ୍କ ଇଚ୍ଛା ଥାଏ । ନୂଆ ଯୁଗ ସହିତ ତାଳ ଦେଇ ଓ ପରମ୍ପରାକୁ ବଜାୟ ରଖି ଆପଣ ନିଜ ଇଚ୍ଛା ଅନୁସାରେ ନିଜକୁ ସଜେଇ ପାରିବେ । ଆସନ୍ତୁ ଜାଣିବା ଏଥର ରଜ ପାଇଁ କଣ ବେଶ ଓ ପୋଷାକର କଣ ଟ୍ରେଣ୍ଡ ରହିଛି ।

ଶାଢୀ: ଓଡିଆ ଝିଅ ବୋହୁଙ୍କ ପାଇଁ ଶାଢୀହେଉଛି ସର୍ବଶ୍ରେଷ୍ଠ ଓ ସର୍ବପ୍ରଥମ ପସନ୍ଦ। ତେଣୁ ରଜବଜାରର ମୁଖ୍ୟ ଆକର୍ଷଣ ଶାଢୀ ଅଟେ। ଏଥର ଆପଣ ରଜରେ ବିଭିନ୍ନ ଡିଜାଇନ ଓ ଫ୍ୟାବରିକର ଶାଢୀ କିଣିପାରିବେ। ମାର୍କେଟରେ ବର୍ତ୍ତମାନ ଟ୍ରେଣ୍ଡ ହିସାବରେ ଆପଣ ପିୟୋର ସିଲ୍କ, ପିୟୋର କଟନ, ଶିଫନ,ନେଟ ଆଦିର ଶାଢୀ ଚୟନ କରିପାରିବେ। କିନ୍ତୁ ଆପଣ ଯଦି ଟ୍ରାଡିସନାଲ ଶାଢୀକୁ ବେସି ପସନ୍ଦ କରୁଥାନ୍ତି ତାହେଲେ ଆପଣଙ୍କ ପାଇଁ ସମସ୍ତ ହାଣ୍ଡଲୁମ ଶାଢୀ ଭଲ ରହିପାରେ । ଟ୍ରାଡିସନାଲ ଶାଢୀ ମଧ୍ୟରେ ଆପଣ ସମ୍ବଲପୁରୀ, ପିୟୋର ସିଲ୍କ,କାଞ୍ଜିଭରମ,ଟସର ସିଲ୍କ,ବନାରସୀ,ବାମକେଇ ଇତ୍ୟାଦି ନିଜପାଇ କିଣିପାରିବେ।

ଡ୍ରେସ: ଡ୍ରେସ ଚୟନରେ ଆଜିକାଲି ଝିଅ ମାନେ ଖୁବ ଆଗୁଆ। କିଏ ଟ୍ରାଡିସନାଲ ପସନ୍ଦ କରେ ତ ଆଉ କିଏ ୱେଷ୍ଟର୍ନ। ଯଦି ଆପଣ ଟ୍ରାଡିସନାଲ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ତେବେ ସଲୱାର, ଚୁଡିଦାର, କୁର୍ତି, ଲେହଙ୍ଗା, ମସ୍ତାନୀ,ଅନାରକଲି ଆପଣଙ୍କ ପାଇଁ ଭଲ ହେବ । ସେହିପରି ଆଜିକାଲିର ଫ୍ୟାସନ ହିସାବରେ ଟ୍ୟାସେଲ କୁର୍ତି ସବୁଠି ଆଦୃତ।

ଯଦି ଆପଣ ଆଧୁନିକ ପିନ୍ଧିବାକୁ ପସନ୍ଦ କରନ୍ତି ତେବେ ଜିନ୍ସ,ଟ୍ରାଉଜର,ଟପ,ଟିଉନିକ,ଫ୍ରକ,ସହ ଆପଣଙ୍କ ପାଇଁ ଡେନିମ ସାର୍ଟ ସହ ସ୍କର୍ଟ ଓ କ୍ରପ ଟପ ସୁହାଇ ପାରେ ।

ମେକଅପ: ମେକଅପ ପାଇଁ ଆପଣ ଯଥା ସମ୍ଭବ ୱାଟରପ୍ରୁଫ ମେକଅପ ଆଇଟମ ବ୍ୟବହାର କରନ୍ତୁ। କାରଣ ବର୍ଷାରେ ଆପଣଙ୍କ ମେକଅପ ଧୋଇ ହୋଇଯିବାର ଚିନ୍ତା ନ ଥାଏ। ୱାଟରପ୍ରୁଫ ମେକଅପରେ ଆପଣ ୱାଟରପ୍ରୁଫ କାଜଲ, ଭିନ୍ନ ଭିନ୍ନ କଲରର ଲାଇନର, ଗାଢ କଲର ଲିପଷ୍ଟିକ ଯଥା ଲାଲ,ମେରୁନ,ଗାଢ ପିଙ୍କ କଲର ମେଟ ଲିପଷ୍ଟିକ ଅବା ଲିକୁଇଡ ମେଟ ଲିପଷ୍ଟିକ ବ୍ୟବହାର କରିପାରିବେ। ଏଥିସହ ଆଇ ଶାଡୋ ଓ ବ୍ଲସର ର ବ୍ୟବହାର ଆପଣଙ୍କ ରଜ ଲୁକକୁ ଦ୍ଵିଗୁଣିତ କରିବା।‘

ଆଜିକାଲି ବହୁ କମ୍ପାନୀ ପକେଟକୁ ସୁହାଇଲା ପରି ୱାଟରପ୍ରୁଫ ମେକଅପ ଆଇଟମ ପ୍ରସ୍ତୁତ କରୁଛନ୍ତି। ଯଦିଓ ଲାକମେ, ମେ ବଲିନ, ଲୋ’ ରିଏଲ ପରି କମ୍ପାନୀର ୱାଟରପ୍ରୁଫ ଜିନିଷ କିଣିଲେ ମହଙ୍ଗା ହେଇପାରେ, ଅନ୍ୟାନ୍ୟ କମ୍ପାନୀର ୱାଟରପ୍ରୁଫ ଜିନିଷ ଆପଣଙ୍କୁ ଟ.50 ରୁ ଟ.250 ଭିତରେ ମିଳିଯାଇପାରେ ।

#beauty #fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon