• padmabati kund

ଓଡିଆ ସରକାରୀ ସ୍କୁଲରେ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ


ଓଡିଶା ସରକାରଙ୍କ  ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ମାନବ ଜୀବନଧାରା ପାଇଁ ରୋବଟ ସମ୍ବନ୍ଧୀୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଉପଦେୟତାକୁ ଆଖି ଆଗରେ ରଖି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ତରର ପାଠ୍ୟକ୍ରମରେ “ରୋବଟିକ୍ସ” ପାଠ୍ୟକ୍ରମକୁ ସାମିଲ କରାଯିବ।

ଏହି ଗତ ମଙ୍ଗଳବାର (ଜୁନ 12) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଓ ପ୍ରାଥମିକ ପର୍ଯ୍ୟାୟରେ 10ଟି ଆଦର୍ଶ ବିଦ୍ୟାଳୟରେ  “ରୋବଟିକ୍ସ ଲ୍ୟାବ” ଖୋଲାଯାଇ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ କରାଯିବ । 

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ବେଙ୍ଗାଲୁରୁର ଏକ ସଂସ୍ଥା ପକ୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଯଦି ଏହା ସଫଳ ହେବ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଦ୍ୟାଳୟକୁ ସାମିଲ କରାଯିବ। ଏଥିରେ ଡ୍ରୋନ ରୋବର୍ଟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦି ଉପରେ ପ୍ରାକ୍ଟିକାଲ ଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯିବ। ପୂର୍ବରୁ ଏହି ରୋବଟିକ୍ସ ପାଠ୍ୟକ୍ରମ ସିବିଏସଇ ବୋର୍ଡରେ ସାମିଲ କରାଯାଇଥିଲା।

ଏହି ରୋବଟିକ୍ସ ପାଠ୍ୟକ୍ରମ ଦ୍ଵାରା ପିଲାମାନେ ପାଠପଢା ପ୍ରତି ବେଶ ମନ ବଳାଇବେ। ଗଣିତ ଓ ବିଜ୍ଞାନର ବହୁ ଜଟିଳ ପ୍ରଶ୍ନର ସହଜ ମାଧ୍ୟମରେ ସମାଧାନ ପାଇପାରିବେ ଯାହାଦ୍ୱାରାକି ପିଲାମାନଙ୍କର ପାଠପଢା ପ୍ରତି ଆଗ୍ରହ ବଢିବ।

ଓଡିଶାରେ ଏହି ନୂତନ ପାଠ୍ୟକ୍ରମ ପ୍ରଚଳନ ହେବାଦ୍ଵାରା ଛାତ୍ରଛାତ୍ରୀମାନଙ୍କର ବିଜ୍ଞାନ ଓ ବୈଷୟିକ ଜ୍ଞାନରେ ଅଭିବୃଦ୍ଧି ହୋଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ  ଶ୍ରୀ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

#education #robotics

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon