- Deepti Moyee mohanty
ଜିଓର ସବୁ ପ୍ଳାନରେ ମିଳିବ 1.5 ଜିବି ଡାଟା ଅଧିକ

ବର୍ତ୍ତମାନ ଜିଓ ଦେଉଥିବା ସମସ୍ତ ପ୍ଳାନରେ ଆପଣଙ୍କୁ ମିଳିବ 1.5 ଜିବି ଅଧିକ ଡାଟା ବା ଇଣ୍ଟରନେଟ ।
ଅର୍ଥାତ ଯେଉଁ ପ୍ଳାନ ବ୍ୟବହାର କରି ଆପଣ ଦିନକୁ ୧.୫ଜିବି ପାଉଛନ୍ତି, ସେହି ଗ୍ରାହକମାନେ ଏବେ ଦୈନିକ ୩ ଜିବି ପାଇବେ। ସେହିଭଳି ୨ ଜିବି ପାଉଥିବା ଗ୍ରାହକ ୩.୫ ଜିବି, ୩ ଜିବି ପ୍ଳାନ ଏବେ ୪.୫ ଜିବି, ୪ଜିବି ପ୍ଳାନ ୫.୫ ଜିବି ଓ ୫ ଜିବି ପ୍ଳାନ ଏବେ ୬.୫ ଜିବି କୁ ବର୍ଦ୍ଧିତ ହୋଇଛି। ତେବେ ଏହି ପ୍ଳାନର ଲାଭ ପାଇବା ପାଇଁ କିଛି ସର୍ତ୍ତ ରହିଛି । ଆସନ୍ତୁ ଜାଣିବା ଜିଓର ପରିବର୍ତ୍ତିତ ପ୍ଳାନ ଓ ଏହାର ସର୍ତ୍ତ ବିଷୟରେ।
ଟ.୧୪୯, ଟ.୩୪୯, ଟ.୩୯୯ ଏବଂ ଟ.୪୯୯ ଟଙ୍କା ପ୍ଳାନରେ ପୂର୍ବରୁ ଦିନକୁ ୧.୫ ଜିବି ଡାଟା ମିଳୁଥିବା ବେଳେ ଏବେ ଦୈନିକ ୩ ଜିବି ଡାଟା ମିଳିବ। ସେହିପରି ଟ.୧୯୮, ଟ.୩୯୮, ଟ.୪୪୮ ଏବଂ ଟ.୪୯୮ ଟଙ୍କା ପ୍ଳାନରେ ପୂର୍ବରୁ ଦିନକୁ ୨ ଜିବି ଡାଟା ମିଳୁଥିବା ବେଳେ ବର୍ତମାନ ଦୈନିକ ୩.୫ ଜିବି ଡାଟା ମିଳିବ। ପୂର୍ବ ପ୍ଳାନ ଅନୁସାରେ ୨୯୯ ଟଙ୍କିଆ ପ୍ଳାନରେ ଆଗରୁ ୩ଜିବି ଡାଟା ମିଳୁଥିବା ବେଳେ ଏବେ ଠାରୁ ୪.୫ ଜିବି ଡାଟା ମିଳିବ ଏବଂ ଏହାର ଅବଧି ୨୮ଦିନ ରହିବ । ଏହାଛଡା ୫୦୯ ଟଙ୍କିଆ ପ୍ଳାନରେ ପୂର୍ବରୁ ୪ଜିବି ମିଳୁଥିବା ବେଳେ ସମ୍ପ୍ରତି ୫.୫ଜିବି ଡାଟା ମିଳିବ। ଉକ୍ତ ପ୍ଳାନର ଅବଧି ୨୮ ଦିନ ରହିଛି।
କମ୍ପାନୀ ଦ୍ଵାରା ପ୍ରଚଳିତ୨୮ ଦିନିଆ ଅବଧି ବିଶିଷ୍ଟ ୭୯୯ ଟଙ୍କିଆ ପ୍ରିପେଡ ପ୍ଳାନରେ ଆପଣଙ୍କୁ ୫ଜିବି ଡାଟା ମିଳୁଥିବା ବେଳେ ଏବେ ତାହା ପରିବର୍ଦ୍ଧିତ ହୋଇ ୬.୫ ଜିବି ଡାଟା ଉପଲବ୍ଧହେବ। ଏହା ସହିତ ଜିଓ କମ୍ପାନୀ ଦ୍ଵାରା ମାଗଣା କଲ କରିବା ସୁବିଧା ଉପରକ୍ତ ସମସ୍ତ ପ୍ଳାନରେ ସମାନ ରହିବ।
ନିର୍ଦ୍ଦିଷ୍ଟ ସମୟସୀମା
ହେଲେ ଏହି ସବୁ ପ୍ଳାନର ଲାଭ ପାଇବା ନିମନ୍ତେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟରେ ରିଚାର୍ଜ କରେଇବାକୁ ପଡିବ । ଜିଓର ଏହି ସବୁ ପ୍ଳାନ ଜୁନ୧୨ ଅପରାହ୍ନ ୪.30 ରୁ ସକ୍ରିୟ ହୋଇ ଜୁନ ୩୦ ରାତି ୧୧ଟା.୫୯ ମିନିଟରେ ସମାପ୍ତ ହେବ। ଏହି ସମୟ ଅବଧି ମଧ୍ୟରେ ଆପଣ ଉପରକ୍ତ ଯେକୌଣସି ପ୍ଳାନ ର ରିଚାର୍ଜକାଲେ ସମସ୍ତ ବର୍ଦ୍ଧିତ ଡାଟା ପ୍ଳାନ ର ଲାଭ ଉଠେଇପାରିବେ।
ଜିଓ ଅନଲାଇନ ରିଚାର୍ଜ କରୁଥିବା ଗ୍ରାହକଙ୍କ ପାଇଁ ଥିବା କ୍ୟାସ ବ୍ୟାକ ବ୍ୟବସ୍ଥାରେ ମଧ୍ୟ ଆଣିଛି କିଛିଟା ପରିବର୍ତନ।୩୦୦ଟଙ୍କିଆ ରିଚାର୍ଜ କିମ୍ବା ତାଠାରୁ ଅଧିକ ରିଚାର୍ଜରେ ଆପଣ ୧୦୦ ଟଙ୍କା କ୍ୟାସବ୍ୟାକ ଏବଂ ୩୦୦ ରୁ କମ ରିଚାର୍ଜ ରେ ୨୦% କ୍ୟାସବ୍ୟାକ ପାଇବେ।