• padmabati kund

ଦୀପିକାଙ୍କ ବିଲଡିଙ୍ଗରେ ଲାଗିଲା ନିଆଁ: ଦୀପିକା ସୁରକ୍ଷିତ


ଆଜି ଅପରାହ୍ନରେ ବଲିଉଡ ଅଭିନେତ୍ରୀ ଦୀପିକାଙ୍କ ୱାର୍ଲିସ୍ଥିତ ବିଲଡିଙ୍ଗର ଟପ ଫ୍ଲୋରରେ ନିଆଁ ଲାଗିଯାଇଥିଲା। ଉକ୍ତ ଘଟଣାରେ ଦୀପିକାଙ୍କର କିଛି କ୍ଷତି ହୋଇନାହିଁ ଓ ସୁରକ୍ଷିତ ଅଛନ୍ତି।

ପାଖାପାଖି ଦିନ 2ଟା ସମୟରେ 33ତମ ମହଲାରେ ନିଆଁ ଲାଗିଯାଇଥିଲା। ସେହି ସ୍ଥାନରେ ବହୁ ମାତ୍ରାରେ ପୋଲିସ ଓ ଦମକଳ ବାହିନୀ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପହଞ୍ଚିଥିଲେ। ଏ ସକ୍ରାନ୍ତରେ ମୁମ୍ବାଇ ପୋଲିସ ମଧ୍ୟ ଟ୍ଵିଟ କରି କହିଛି ଯେ, “ ଆମର ବହୁ କର୍ମଚାରୀ ଓ ଦମକଳ ଗାଡି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉପସ୍ଥିତ ଅଛନ୍ତି। ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। “

ମିଳିଥିବା ସୂଚନା ଅନୁସାରେ ଉକ୍ତ ଦୁର୍ଘଟଣାରେ ଦୀପିକାଙ୍କର କିଛି କ୍ଷତି ହୋଇନାହିଁ। ଦୁର୍ଘଟଣା ଘଟିବ ସମୟରେ ଦୀପିକା ନିଜ ଘରେ ଉପସ୍ଥିତ ନଥିଲେ। ଫିଲ୍ମ ଶୁଟିଙ୍ଗ ପାଇଁ ଦୀପିକା ଘରୁ ବାହାରେ ଥିଲେ।

#breakingnews #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon