• Somyadeep Prasad

ଜାଣନ୍ତୁ : ନିଜ ଚେହେରା ହିସାବରେ କିପରି ରଖିବେ ଦାଢି


ଦାଢି ଏବଂ ନିଶ ପୁରୁଷଙ୍କର ବ୍ୟକ୍ତିତ୍ଵକୁ ସମ୍ପୂର୍ଣ ଭାବରେ ପରିପୂର୍ଣ କରିଥାଏ । ପୁରୁଷମାନେ ଫିଲ୍ମ ଷ୍ଟାର ମାନଙ୍କର ଦାଢି ଷ୍ଟାଇଲ ଏବଂ ସାଙ୍ଗମାନଙ୍କର ଦାଢି ରଖିବାର ଶୈଳୀ ଦେଖି ନିଜର ଦାଢିକୁ ସେହିଭଳି କରିବାକୁ ଜମାରୁ ବି ପଛାନ୍ତି ନାହିଁ। ଆଉ କେତେ ପୁରୁଷମାନେ ନିଜକୁ ପ୍ରଭାବଶାଳୀ ଓ ଆକର୍ଷକ ଦେଖାଯିବା ପାଇଁ ଦାଢି ଏବଂ ନିଶ ରଖିଥାନ୍ତି । ଆସନ୍ତୁ ଜାଣିବା କେଉଁ ପ୍ରକାର ଚେହେରା ବା ଫେସ ପାଇଁ କିପରି ରଖିବେ ଦାଢି ।

ବଡ ଚେହେରା ଯେଉଁ ଲୋକମାନଙ୍କର ଶରୀର ଅପେକ୍ଷା ଚେହେରା ଆକାର ବଡ, ସେମାନେ ଧ୍ୟାନ ଦେବା ଉଚିତ ଯେ

ତାଙ୍କର ଲୁକର ସନ୍ତୁଳନ ବିଗିଡି ନ ଯାଉ । ସେଥିପାଇଁ ତାଙ୍କୁ ଫେସ ସାରା ଛୋଟ ଛୋଟ ଦାଢି ରଖିବା ସହ ନିଶ କୁ ମୋଟା ରଖନ୍ତୁ ଯାହାଦ୍ଵାରା ଆପଣଙ୍କ ଫେସ ବେଶୀ ବଡ ଲାଗିବନି ।

ଛୋଟ ଚେହେରା କେତେଜଣ କୁହନ୍ତି ଛୋଟ ଫେସ ଥିବା ପୁରୁଷଙ୍କୁ ବହୁତ ଅଧିକ ଲମ୍ବା ଦାଢି ରଖିଲେ ଭଲ ଲାଗିବ କିନ୍ତୁ ଏହା ସମ୍ପୂର୍ଣ ଭୁଲ । ଛୋଟ ଚେହେରାରେ ବଡ ଏବଂ ଲମ୍ବା ଦାଢି ରଖିଲେ ଏହା ଫେସକୁ ବିଲକୁଲ ବିଗାଡି ଦେବ । ଏହି ଲୋକମାନେ ନିଜ ମୁହଁ ସାରା ଛୋଟ ଛୋଟ (ଟ୍ରିମ ହେଇଥିବା) ଦାଢି ରଖିଲେ ଭଲ ଲାଗିବ ।

ଅଣ୍ଡାକାର ଚେହେରା ଯେଉଁ ପୁରୁଷଙ୍କ ଫେସ ଅଣ୍ଡାକାର ଆକୃତିର ହୋଇଥିବ ସେମାନେ ଦାଢି ରଖିବା ମାମଲାରେ ଟିକିଏ ଭାଗ୍ୟଶାଳୀ ରହିଥାନ୍ତି । ଏମାନଙ୍କୁ ସବୁ ଷ୍ଟାଇଲର ଦାଢି ମାନିବ । ଗୋଲକାର ଚେହେରା ଗୋଲ ଫେସ ଥିବା ପୁରୁଷଙ୍କୁ ଦାଢି ବନାଇବା ବେଳେ ଧ୍ୟାନ ଦେବା ଦରକାର ଯେ ଥୋଡି ଉପରେ ଦାଢିର ଲମ୍ବ ଅଧିକ ରଖନ୍ତୁ । ଏ ପ୍ରକାର ଚେହେରା ନିମନ୍ତେ ମୁହଁ ସାରା ଦାଢି ରଖିବା ଅପେକ୍ଷା ଫ୍ରେଞ୍ଚ ସେପ ଦାଢି ସବୁଠୁ ଭଲ ହେବ ।

ଲମ୍ବା ଚେହେରା

ଲମ୍ବା ଚେହେରା ଥିବା ପୁରୁଷଙ୍କୁ ଦାଢି ବନାଇବା ସମୟରେ ଧ୍ୟାନ ଦେବାକୁ ପଡିବ ତାଙ୍କ ଦାଢି ପାଇଁ ତାଙ୍କର ମୁହଁ ବେଶି ଲମ୍ବା ନ ଲାଗୁ । ଏ ଏ ପ୍ରକାର ମୁହଁ ନିମନ୍ତେ ଚେହେରା ସାରା ଦାଢି ରଖିଲେ ଭଲ ଲାଗେ କିନ୍ତୁ ଥୋଡିରେ କମ ଲମ୍ବର ଦାଢି ରହିବା ଦରକାର ଯାହାଦ୍ଵାରା ଆପଣଙ୍କ ଲୁକ ଅଧିକ ସୁନ୍ଦର ଲାଗିବ ।

#lifestyle #mensfashion #menfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon