• padmabati kund

ଧାର୍ମିକ ଲୋକମାନେ ନାସ୍ତିକ ଲୋକଙ୍କ ଠାରୁ ଅଧିକ ଦିନ ବଞ୍ଚନ୍ତି


ଆମେରିକାର ଓହିଓ ଷ୍ଟେଟ ୟୁନିଭରସିଟିର ମନସ୍ତତ୍ଵ ବିଜ୍ଞାନର ଅଧ୍ୟାପକ ବାଲ୍ଡୱିନ ୱେ ଓ ମନସ୍ତତ୍ଵ ଡାକ୍ତରୀ ଛାତ୍ର ଲୌରା ୱାଲାସେଙ୍କ ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଧାର୍ମିକ ମନୋବୃତ୍ତି ରଖୁଥିବା ଲୋକମାନେ ନାସ୍ତିକ ଲୋକମାନଙ୍କ ଅପେକ୍ଷା 4ବର୍ଷ ଅଧିକ ବଞ୍ଚିଥାନ୍ତି।

ଓହିଓ ୟୁନିଭରସିଟି ଏକାଡେମୀର କିଛି ଖ୍ରୀଷ୍ଟିୟାନ ଧର୍ମର ମନସ୍ତତ୍ଵ ଅଧ୍ୟାପକମାନଙ୍କୁ ନେଇ କରାଯାଇଥିବା ଏହି ଅଧ୍ୟୟନରେ ଗବେଷଣା କରଯାଇଥିଲା ଯେ, “ ଆମର ଜୀବନଶୈଳୀ କିପରି ଆମକୁ ବହୁତ ଦିନ କିମ୍ବା କମ ଦିନ ବଞ୍ଚିବାକୁ ସାହାଯ୍ୟ କରିଥାଏ।“ ଏଥିରେ ଲୋକମାନଙ୍କର ଧାର୍ମିକ ଆନୁଗତ୍ୟ, ବୈବାହିକ ଜୀବନ ଓ ପ୍ରତିଦିନର କାର୍ଯ୍ୟକ୍ରମର ଏକ ରେକର୍ଡ ପ୍ରସ୍ତୁତ କରଯାଇଥିଲା।

ଗତକାଲି (ଜୁନ14) ସୋସିଆଲ ସାଇକୋଲୋଜିକାଲ ଆଣ୍ଡ ପରସନାଲିଟି ସାଇନ୍ସରେ ପ୍ରକାଶିତ ହୋଇଥିବା ଅଧ୍ୟୟନରେ ଦର୍ଶାଯାଇଛି ଯେ ଧାର୍ମିକ ମନୋବୃତ୍ତି ରଖୁଥିବା ଲୋକମାନେ ଅନ୍ୟମାନଙ୍କ ଠାରୁ ଅଧିକ ବର୍ଷ ବଞ୍ଚୁଛନ୍ତି। ଓହିଓ ୟୁନିଭରସିଟିର ମନସ୍ତତ୍ଵ ବିଜ୍ଞାନର ଅଧ୍ୟାପକ ଓ ଏହି ଅଧ୍ୟୟନର ସହ ରଚୟିତା ବାଲ୍ଡୱିନ ୱେ କହିଛନ୍ତି ଯେ, “ ଲୋକମାନଙ୍କ ଜୀବନରେ ଧର୍ମକର୍ମ ଓ ସେମାନେ କେତେ ଅଧିକ ବର୍ଷ ବଞ୍ଚୁଛନ୍ତି ଏସବୁ ମଧ୍ୟରେ ଏକ ସମ୍ପର୍କ ଅଛି। ଏହି ସମ୍ପର୍କ ବିଷୟରେ ଉକ୍ତ ଅଧ୍ୟୟନରୁ ଯଥାର୍ଥ ପ୍ରମାଣ ମିଳିଛି। ଧାର୍ମିକ ଚିନ୍ତାଧାରା ଦ୍ଵାରା ଆମ ଶରୀର ଉପରେ ଗଭୀର ପ୍ରଭାବ ପଡିଥାଏ। “

ପ୍ରାୟତଃ ଦେଖାଯାଇଥାଏ ଯେ ଯେଉଁ ଲୋକମାନେ ଅଧିକ ସମୟ ଏକା ରହିଥାନ୍ତି, ସେମାନେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହୋଇଥାନ୍ତି ଓ ସେମାନେ ନାନାଦି ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥାନ୍ତି। ଲୋକମାନେ ଧର୍ମକର୍ମରେ ଜଡିତ ହେବାଦ୍ଵାରା ଅଧିକ ଲୋକମାନଙ୍କ ସହ ପରିଚିତ ହୋଇଥାନ୍ତି ଓ ନିଜ ଭିତରେ ଥିବା ଖାଲି ପଣିଆକୁ ଦୂର କରିପାରିଥାନ୍ତି। ଏହାଦ୍ୱାରା ସେମାନେ ଅଧିକ ଦିନ ବଞ୍ଚିପାରିଥାନ୍ତି।

ଅନ୍ୟଜଣେ ଗବେଷକଙ୍କ ମତରେ ଧାର୍ମିକ ଲୋକମାନେ ମାଦକ ପାନୀୟ କିମ୍ବା ଡ୍ରଗ୍ସଠାରୁ ଦୂରେଇ ରହିଥାନ୍ତି ତେଣୁ ସେମାନେ ଅଧିକ ଦିନ ବଞ୍ଚି ରହିଥାନ୍ତି।ଏହା ମଧ୍ୟ ଏକ ମୁଖ୍ୟ କାରଣ ଅଟେ।

#religious #oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon